ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ତାଲିବାନର ନୂଆ ନିର୍ଦ୍ଦେଶ: ବିନା କୌଣସି ପ୍ରମାଣରେ ସରକାରଙ୍କ ବିରୋଧରେ କହିଲେ ମିଳିବ ଦଣ୍ଡ

କାବୁଲ: ଆଫଗାନିସ୍ତାନରେ ତାଲିବାନ ସରକାର ପ୍ରତିଷ୍ଠା ହେବା ପରଠାରୁ ଲୋକେ ଭୟରେ କାଳତିପାତ କରୁଛନ୍ତି। ସରିଆ ଆଇନ ଅନୁଯାୟୀ ଦେଶ ଚଲାଉଥିବା ତାଲିବାନ ଲୋକଙ୍କ ଉପରେ ଗୋଟିଏ ପରେ ଗୋଟିଏ କଟକଣା ଲଗାଇବାରେ ଲାଗିଛି। ଏବେ ତାଲିବାନ ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ଏଥିରେ ସରକାରଙ୍କ ସମାଲୋଚନା ଉପରେ କଟକଣା ଲଗାଯାଇଛି। ବିନା କୌଣସି ପ୍ରମାଣରେ ଆଫଗାନିସ୍ତାନ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମାଲୋଚନା କଲେ ଦଣ୍ଡ ଦିଆଯିବ ବୋଲି କୁହାଯାଇଛି। ଲୋକେ ବ୍ୟବହାର, ଭାଷା ଏବଂ ଅନ୍ୟ କୌଣସି ସାମଗ୍ରୀକୁ ସମାଲୋଚନା କରିପାରିବେ ନାହିଁ। ତାଲିବାନ ସୈନିକଙ୍କୁ ଛୁଇଁଲେ, ପୋଷାକ ଟାଣିଲେ କିମ୍ବା ଖରାପ ବ୍ୟବହାର କଲେ ଦଣ୍ଡ ଦିଆଯିବ। ତାଲିବାନ ପ୍ରବକ୍ତା ଜବିଉହ୍ଲା ମୁଜାହିଦ ଏହାକୁ ‘ସରିଆ ଦାୟିତ୍ୱ’ କହିଛି। ତାଲିବାନର ଏହି ନିର୍ଦ୍ଦେଶକୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରାଯାଉଛି। ଏହା ବିରୋଧରେ ‘ତାଲିବାନ ସରକାର ନିଷିଦ୍ଧ କର’ ହାସ ଟ୍ୟାଗ୍‌ ବ୍ୟବହାର କରାଯାଉଛି।

Leave A Reply

Your email address will not be published.