ରୁଷ ଓ ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଆଲୋଚନା ହେଉଛି ଏକମାତ୍ର ଉପାୟ, ଶାନ୍ତି ପ୍ରତିଷ୍ଠା ଦ୍ୱାରା ହିଁ ବିବାଦର ସମାଧାନ ହୋଇ ପାରିବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀ ତିନିଦିନିଆ ବିଦେଶ ଯାତ୍ରାର ପ୍ରଥମ ପର୍ଯ୍ୟାୟରେ ସୋମବାର ଜର୍ମାନୀରେ ପହଞ୍ଚିଛନ୍ତି। ଏଠାରେ ପିଏମ ମୋଦୀ ଏବଂ ଜର୍ମାନୀ ଚାନସେଲର ଓଲାଫ ସ୍କୋଲାଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ସମୟରେ ଦୁହେଁ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଯୁଦ୍ଧ ସଂପର୍କରେ ବଡ଼ ବୟାନ ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ଯୁଦ୍ଧରେ ସମସ୍ତଙ୍କର କ୍ଷତି ହେବ, କାହାର ହେବନି ବିଜୟ । ଏହି ଯୁଦ୍ଧର ପ୍ରଭାବ ସାରା ବିଶ୍ୱର ଶାନ୍ତି ଉପରେ ପଡ଼ିଛି । ପ୍ରତ୍ୟେକ ଦେଶ ପରିସ୍ପର ଉପରେ ନିର୍ଭରଶୀଳ, ତାହା ପ୍ରମାଣିତ ହୋଇଛି । ଯୁଦ୍ଧର ପ୍ରଥମ ଦିନରୁ ଭାରତ ଯୁଦ୍ଧ ବିରାମ ପାଇଁ କହିଆସିଛି । ଆଗକୁ ମଧ୍ୟ ଏହା ଜାରି ରହିବ । ରୁଷ ଓ ୟୁକ୍ରେନରେ ଯେଉଁ ମାନବୀୟ ସଂକଟ ଉପୁଜିଛି, ଯୁଦ୍ଧ ପାଇଁ ଭାରତ ବିଶେଷ ଭାବେ ଚିନ୍ତିତ ରହିଛି । ଖାଇବା ତେଲ ଓ ଖାଦ୍ୟ ସାମଗ୍ରୀର ଦର ସାରା ବିଶ୍ୱରେ ବଢି ଚାଲଇଛି । ୟୁକ୍ରେନକୁ ଭାରତ ମାନବୀୟ ସହାୟତା ଯୋଗାଇ ଆସିଛି । ଏହା ଜାରି ରହିବ ।ଆଲେଚେନା ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ସମସ୍ୟାର ସମାଧାନ ହୋଇପାରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ ସାଂପ୍ରତିକ ଭୌଗଗୋଳିକ ଘଟଣାଗୁଡ଼ିକ ଦର୍ଶାଇଛି ଯେ ବିଶ୍ୱର ଶାନ୍ତି ଏବଂ ସ୍ଥିରତା ଜଟିଳ ଅବସ୍ଥାରେ ଅଛି ଏବଂ ସମସ୍ତ ଦେଶ କିପରି ପରସ୍ପର ସହିତ ଜଡ଼ିତ। ଆମେ କହିଥିଲୁ ଯେ ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଆଲୋଚନା ହେଉଛି ଏକମାତ୍ର ଉପାୟ। ଆମେ ବିଶ୍ୱାସ କରୁ ଯେ ଏହି ଯୁଦ୍ଧର ଶେଷରେ କେହି ବିଜୟୀ ହେବେ ନାହିଁ। ଭାରତ ସବୁବେଳେ ଆଲୋଚନା ଓ ଶାନ୍ତି ସପକ୍ଷରେ ରହିଥିବା ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ଦିଗରେ ଉଦ୍ୟମ କରିଛି। ବର୍ତ୍ତମାନ ସୃଷ୍ଟି ହୋଇଥିବା ଜିଓ ପଲଟିକାଲ ଘଟଣା ବିଶ୍ୱର ଶାନ୍ତି ଓ ସ୍ଥିରତାକୁ ପ୍ରଭାବିତ କରିଛି। ଏଥିସହ ବିଶ୍ୱର ସବୁ ରାଷ୍ଟ୍ର କେମିତି ଏହାକୁ ହ୍ୟାଣ୍ଡେଲ କରୁଛନ୍ତି, ତା’ ମଧ୍ୟ ଦେଖିବାକୁ ରହିଛି। ୟୁକ୍ରେନ ସଙ୍କଟର ସମାଧାନ ପାଇଁ ଆଲୋଚନା ହିଁ ଏକମାତ୍ର ବାଟ ।

ଜର୍ମାନୀ ଚାନସେଲର ଓଲାଫ ସ୍କୋଲାଜଙ୍କ ସହ ଆଲୋଚନା ସମୟରେ ମୋଦୀ ସିଧାସଳଖ ରୁଷର ହମଲାକୁ ନିନ୍ଦା କରିନାହାନ୍ତି। କିନ୍ତୁ ତାଙ୍କ ଆଗରେ ଜର୍ମାନୀ ଚାନସେଲର ସ୍କୋଲାଜ ରୁଷ ଅନ୍ତର୍ଜାତୀୟ ଆଇନକୁ ମାନି ନଥିବା କହିଛନ୍ତି । ସେ କହିଛନ୍ତି, “ରୁଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ଅନ୍ତର୍ଜାତୀୟ ଆଇନର ମୌଳିକ ମୂଲବୋଧକୁ ବେଖାତିର କରିଛି। ଗୋଟିଏ ଦେଶର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ନେଇ କେହି ପ୍ରଶ୍ନ କରିବା କଥା ନୁହେଁ। ୟୁକ୍ରେନରେ ଯୁଦ୍ଧ ଆଳରେ ନାଗରିକଙ୍କ ଉପରେ ଋଷର ବର୍ବରୋଚିତ ଆକ୍ରମଣ ଏହା ସ୍ପଷ୍ଟ କରିଛି ଯେ ଜାତିସଂଘ ଚୁକ୍ତିନାମାରେ ଥିବା ମୌଳିକ ନୀତିଗୁଡ଼ିକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇଛି। ମୁଁ ଭ୍ଲାଦିମିର ପୁଟିନଙ୍କ ନିକଟରେ ମୋର ଆବେଦନର ପୁନରାବୃତ୍ତି କରୁଛି। ଏହି ମୁର୍ଖତାପୂର୍ଣ୍ଣ ଆକ୍ରମଣକୁ ସମାପ୍ତ କର, ୟୁକ୍ରେନରୁ ତୁମର ସୈନ୍ୟ ପ୍ରତ୍ୟାହାର କର ବୋଲି କହିଛନ୍ତି ଜର୍ମାନୀ ଚାନସେଲର ଓଲାଫ ସ୍କୋଲାଜ।

Leave a comment