ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଞ୍ଜନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ନୟାଗଡ଼: ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନଙ୍କ ବିରୋଧରେ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟା ଅନାସ୍ଥା ପ୍ରସ୍ତାବ ଦେଇଛନ୍ତି । ଅନାସ୍ଥା ପ୍ରସ୍ତାବ ନେଇ ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ଏକ ତୃତୀୟାଂଶରୁ ଅଧିକ ସଭ୍ୟ ଓ ସଭ୍ୟାଙ୍କ ସ୍ବାକ୍ଷରିତ ବରଦି ପତ୍ର ନୟାଗଡ଼ ଉପଜିଲ୍ଲାପାଳଙ୍କ ହସ୍ତଗତ ହୋଇଛି ।

ଆସନ୍ତା ୨୦ ତାରିଖରେ ଅନାସ୍ଥା ପ୍ରସ୍ତାବ ଉପରେ ଗ୍ରାମ ପଞ୍ଚାୟତ ଆଇନ ୧୯୬୪ର ଧାରା ୨୪ ଅନୁସାରେ ବୈଠକ ବସିବା ସହିତ ଭୋଟିଂ ହେବ। ଏନେଇ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି। ସୂଚନା ଅନୁଯାୟୀ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅଫିସରେ ଏହି ବୈଠକ ଓ ଭୋଟିଂ ହେବ।

ସରପଞ୍ଚଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବା ବୈଠକକୁ ଉପଖଣ୍ଡ ପଞ୍ଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି ପରିଚାଳନା କରିବେ। ବୈଠକରେ ପଞ୍ଚାୟତର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହିବାକୁ ନୟାଗଡ଼ ଉପଜିଲ୍ଲାପାଳ ନୋଟିସ ଜାରି କରିଛନ୍ତି।

Leave A Reply

Your email address will not be published.