ଅନ୍ୟ ରାଜ୍ୟ ଭଳି ଓଡ଼ିଶାରେ ନାହିଁ କୋଇଲା ସଙ୍କଟ: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର

ଭୁବନେଶ୍ୱର: ଦେଶରେ ଦେଖାଦେଇଥିବା କୋଇଲା ସଙ୍କଟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କୋଇଲା ସଙ୍କଟ ନାହିଁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ । କିଛି ଦିନ ତଳେ ଓଡିଶାର ପାଓ୍ୱାର ଜେନେରେସନ୍‌ ନେଇ ସମୀକ୍ଷା ହୋଇଥିଲା ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ଅନ୍ୟ ରାଜ୍ୟରେ କୋଇଲା ପହଞ୍ଚିପାରୁ ନଥିବାରୁ ଦିନକୁ ୧୦ରୁ ୧୨ ଘଣ୍ଟା ବିଜୁଳି କାଟ ହେଉଛି । କିନ୍ତୁ ଓଡ଼ିଶାରେ ସେମିତି ସ୍ଥିତି ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି କି, ଅନ୍ୟ ରାଜ୍ୟରେ ଯେଭଳି ୧୦ରୁ ୧୨ ଘଣ୍ଟା ବିଜୁଳି କାଟ୍ ହେଉଛି କିମ୍ବା କୋଇଲା ପହଞ୍ଚି ପାରୁନାହିଁ, ସେଭଳି ସ୍ଥିତି ଓଡିଶାରେ ନାହିଁ । କାରଣ ରାଜ୍ୟରେ ସମସ୍ତ କୋଇଲା ଖଣି ଅଛି । ତେଣୁ ପାୱାର ପ୍ଲାଣ୍ଟ ଗୁଡିକୁ ପର୍ଯ୍ୟାପ୍ତ ପରିମାଣରେ କୋଇଲା ଯୋଗାଇ ଦେବାପାଇଁ ଏମସିଏଲ ଏମଡିଙ୍କୁ ସେ ନିର୍ଦ୍ଦେଶ ଦେଇଥିବା ସୂଚନା ଦେଇଛନ୍ତି । ରାଜ୍ୟ ସରକାର ଲଗାତର ଭାବେ ସ୍ଥିତି ଉପରେ ନଜର ରଖିଥିବା ନେଇ ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ
Leave a comment