ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ, ତେଜସ୍ୱୀ ହେଲେ ଉପମୁଖ୍ୟମନ୍ତ୍ରୀ

ପାଟଣା : ବିହାରରେ ନୀତିଶ କୁମାରଙ୍କ ନେତୃତ୍ୱରେ ଗଠନ ହୋଇଛି ମହାଗଠବନ୍ଧନ ସରକାର। ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି ନୀତିଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଶପଥ ନେଇଛନ୍ତି । ତାଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ୱୀ ଯାଦବ ଶପଥ ନେଇଛନ୍ତି । ଦ୍ୱିତୀୟ ଥର ପାଇଁ ସେ ଏହି ପଦର ଶପଥ ନେଇଛନ୍ତି ।

ଗତକାଲି ଅର୍ଥାତ ମଙ୍ଗଳବାର ନୀତିଶ ବିଜେପିର ହାତ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ବିଜେପି ଓ ଜେଡିୟୁ ମଧ୍ୟରେ ମେଣ୍ଟ ସରକାର ଭାଙ୍ଗିବା ପରେ ନୀତିଶ ଆର୍‌ଜେଡି ସମେତ ୭ଟି ଦଳ ସହ ମହାଗଠବନ୍ଧନ କରି ପୁଣି ଥରେ ଆଜି ବିହାରର ଶାସନ କମାଣ ଧରିଛନ୍ତି।୨୦୨୦ରେ ବିଜେପି ଓ ନୀତୀଶଙ୍କ ଜେଡିୟୁ ମିଳିତ ଭାବେ ନିର୍ବାଚନ ଲଢ଼ିବା ସହ ବିହାରରେ ସରକାର ଗଠନ କରିଥିଲେ। କିନ୍ତୁ ପ୍ରାୟ ଅଢ଼େଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗିବା ସହ ସରକାର ଭୁଶୁଡିଛି। ନୂଆ କରି ନୀତୀଶ ଗଠନ କରିଥିବା ମହାଗଠବନ୍ଧନରେ ଜେଡିୟୁ ଓ ଆର୍‌ଜେଡି ବ୍ୟତୀତ କଂଗ୍ରେସ, ବାମ ଦଳ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ନୀତୀଶଙ୍କ ଦାବି ଅନୁସାରେ ମହାଗଠବନ୍ଧନ ସରକାର ସପକ୍ଷରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି।

Leave A Reply

Your email address will not be published.