ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପେପର୍ ପ୍ଲେଟ୍ ଉଦ୍ୟୋଗ କରି ସ୍ବାବଲମ୍ବୀ ହୋଇପାରିଛନ୍ତି ନିରୁପମା, ଗ୍ରାମାଞ୍ଚଳରେ ଅନ୍ୟ ମହିଳାଙ୍କ ପାଇଁ ସୃଷ୍ଟି କରିଛନ୍ତି ଉଦାହରଣ

ଯୋଡ଼ା : କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବିଲେଇପଦା ଭାଗଲପୁର ଗ୍ରାମର ନିରୁପମା ନନ୍ଦ । ସ୍ବାମୀ ଏବଂ ଦୁଇ ପୁଅ କୁ ନେଇ ତାଙ୍କର ଘର ସଂସାର। ନିରୁପମା ଜଣେ ପାଠ ପଢୁଆ ସୂ -ଗୃହିଣୀ, ନିଜେ ସ୍ବାବଲମ୍ବୀ ହୋଇ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଇଚ୍ଛା ପ୍ରକାଶ କରି ନିଜ ଘର କାର୍ଯ୍ୟରୁ ସମୟ ବାହାର କରି ନିଜ ଉଦ୍ୟମରେ ଏକ ପେପର୍ ପ୍ଲେଟ୍ ପ୍ରସ୍ତୁତ ମେସିନ ବସାଇ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ସ୍ବାମୀ ଗାଡ଼ି ବ୍ୟବସାୟ ରେ ବ୍ୟସ୍ତ ରହୁଥିବା ବେଳେ , ନିଜେ ଏବଂ ଦୁଇ ପୁଅ ର ସଂସାର ଭିତରୁ ସମୟ ବାହାର କରି ସ୍ବାବଲମ୍ବୀ ହେବା ସହ ଆଖ ପାଖ ର ଅନ୍ୟ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା ର ଉଦ୍ୟେଶ ରଖି ନିଜ ସମ୍ବଳ ରେ ଏକ ପେପର୍ ପ୍ଲେଟ୍ ଉଦ୍ୟଗ ବସାଇ ଦିନକୁ ୪୦୦୦/ କାଗଜ ଖଲି, ଚଉପତି ପ୍ରସ୍ତୁତ କରିପାରୁଥିବା ଦେଖିବାକୁ ମିଳିଛି ।

ପ୍ରଥମେ ସେ ନିଜେ ଏବଂ ତାଙ୍କ ପରିବାର ଖଲି ,ଚଉପତି ,ପ୍ଲେଟ ତିଆରି କରୁଥିବା ବେଳେ ଯଦି ସରକାରଙ୍କ ତରଫ ରୁ ଆର୍ଥିକ ସହାୟତା ଯୋଗାଇ ଦେଲେ କିମ୍ବା ବ୍ୟାଙ୍କ୍ ମାଧ୍ୟମ ରେ ଋଣ ପାଇଲେ ସେ ନିଜ ଉଦ୍ୟଗକୁ ଆଗକୁ ବଢେଇବା ସହ ନିଜ ଆଖ ପାଖରେ ଥିବା ଗରିବ ମହିଳା ମାନଙ୍କୁ ସାମିଲ କରି ସ୍ବାବଲମ୍ବୀ କରି ପାରିବେ ବୋଲି କରିଛନ୍ତି । ନିଜ ବ୍ୟବସାୟକୁ ଆଗକୁ ବଢେଇ ବାକୁ ହେଲେ ଉନ୍ନତ ମାନର ଖଲି, ଚଉପତି ପ୍ରସ୍ତୁତ କରିବା ସହ ଅଳ୍ପ ଲାଭ ରଖି ବ୍ୟବସାୟ କରିବାକୁ ପଡ଼ିବ ବୋଲି କହିଛନ୍ତି। ତେବେ ଏହି ବ୍ୟବସାୟ ମାଧ୍ୟମରେ ନିଜ ପରିବାର କୁ ଆର୍ଥିକ ସହାୟତା କରିବେ ବୋଲି ଆଶା ରଖିଛନ୍ତି।

Leave A Reply

Your email address will not be published.