ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

NIRF ମାନ୍ୟତା: ସାମଗ୍ରିକ ବର୍ଗରେ ପୁଣିଥରେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ କଲେଜ

ନୂଆଦିଲ୍ଲୀ: ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍ ଫ୍ରେମୱାର୍କ (NIRF) ଶୁକ୍ରବାର ଭାରତର ଶ୍ରେଷ୍ଠ କଲେଜ ଏବଂ ବିଶ୍ବବିଦ୍ୟାଳୟଗୁଡିକର ରାଙ୍କିଙ୍ଗ୍ ପ୍ରକାଶ କରିଛି । NIRF ରାଙ୍କିଙ୍ଗର ଏହା ସପ୍ତମ ସଂସ୍କରଣ । । NIRF ରାଙ୍କିଙ୍ଗ ଅନୁଷ୍ଠାନକୁ ଟିଚିଂ ଲର୍ଣ୍ଣିଂ ଏବଂ ରିସୋର୍ସେସ, ରିସର୍ଚ୍ଚ ଆଣ୍ଡ ପ୍ରଫେସନାଲ ପ୍ରାକ୍ଟିସ, ସ୍ନାତକୋତ୍ତର ଫଳାଫଳ, ଆଉଟରିଚ୍ ଅନ୍ତର୍ଭୂକ୍ତତ। ଏହି ଆଧାରରେ ଦିଆଯାଇଛି ରାଙ୍କିଙ୍ଗ। ଘୋଷଣା ୧୦ଟି କାଟେଗୋରୀ, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସି, ମହାବିଦ୍ୟାଳୟ, ମେଡିକାଲ, ଆଇନ, ସ୍ଥପତ୍ୟ, ଡେଣ୍ଟାଲ ଓ ଗବେଷଣା ରହିଛି । ସାମଗ୍ରିକ ବର୍ଗରେ ଚଳିତ ବର୍ଷ ପୁଣିଥରେ ଆଇଆଇଟି ମାଡ୍ରାସ ଶ୍ରେଷ୍ଠ କଲେଜ ହୋଇପାରିଛି ।

ସେହିଭଳି ଆଇଆଇଏସସି ବେଙ୍ଗାଲୁରୁ ଦ୍ବିତୀୟ ଏବଂ ଆଇଆଇଟି ବମ୍ବେ ତୃତୀୟ ସ୍ଥାନରେ ରହିଛି । ଶ୍ରେଷ୍ଠ ବିଶ୍ବବିଦ୍ୟାଳୟ ବର୍ଗରେ ଆଇଆଇଏସସି ବେଙ୍ଗାଲୁରୁ ପ୍ରଥମ, ଜେଏନୟୁ ଦ୍ବିତୀୟ ଏବଂ ଜାମିଆ ମିଲିଆ ଇସଲାମିଆ ତୃତୀୟ ସ୍ଥାନରେ ରହିଛି । ଗତ ବର୍ଷ ତୃତୀୟ ସ୍ଥାନରେ ରହିଥିବା ବିଏଚୟୁ ଏଥର ଷଷ୍ଠ ସ୍ଥାନକୁ ଖସି ଆସିଛି।

ଶ୍ରେଷ୍ଠ ୧୦ଟି କଲେଜର ତାଲିକାରେ ପ୍ରଥମରେ ମିରାଣ୍ଡା ହାଉସ୍, ଦ୍ବିତୀୟରେ ହିନ୍ଦୁ ମହାବିଦ୍ୟାଳୟ, ତୃତୀୟରେ ଚେନ୍ନାଇର ପ୍ରେସିଡେନ୍ସି କଲେଜ, ଚତୁର୍ଥରେ ଚେନ୍ନାଇର ଲୋୟାଲା କଲେଜ, ପଞ୍ଚମରେ ଏଲଏସଆର, ଷଷ୍ଠରେ କୋଏମ୍ବାଟୁରରେ ପିଏସଜିଆର କୃଷ୍ଣମଲ କଲେଜ ଫର୍ ଓ୍ବିମେନ୍, ସପ୍ତମରେ ଅତ୍ମାରାମ ସନାତନ ଧର୍ମ ମହାବିଦ୍ୟାଳୟ, ଅଷ୍ଟମରେ କୋଲକତାର ସେଣ୍ଟ ଜାଭିୟର କଲେଜ, ନବମରେ ହାଓ୍ବଡାର ରାମକୃଷ୍ଣ ମିଶନ୍ ଏବଂ ଦଶମରେ ନୂଆଦିଲ୍ଲୀ କିରୋଡିମଲ୍ କଲେଜ ରହିଛି ।

ସାମଗ୍ରିକ ବର୍ଗରେ ‘ଆଇଆଇଟି-ମାଡ୍ରାସ୍‌’ ପ୍ରଥମ ସ୍ଥାନରେ ଥିବା ବେଳେ ‘ଆଇଆଇଟି-ଦିଲ୍ଲୀ’ ଦ୍ବିତୀୟ ସ୍ଥାନରେ ଏବଂ ‘ଆଇଆଇଟି-ବମ୍ବେ’ ତୃତୀୟ ସ୍ଥାନରେ ରହିଛି। ଏହି ଅନୁକ୍ରମରେ ଥିବା ପରବର୍ତ୍ତୀ ‘ଆଇଆଇଟି’ ଗୁଡ଼ିକ ହେଲା ‘ଆଇଆଇଟି-କାନପୁର’, ‘ଆଇଆଇଟି-ଖଡ଼ଗପୁର’, ‘ଆଇଆଇଟି-ରୁର୍‌କି’, ‘ଆଇଆଇଟି-ଗୌହାଟୀ’, ‘ଆଇଆଇଟି-ତିରୁଚିରାପଲ୍ଲୀ’, ‘ଆଇଆଇଟି-ହାଇଦ୍ରାବାଦ’ ଏବଂ ‘ଆଇଆଇଟି-ସୁରତକଲ୍‌’।

ଫାର୍ମାସି ପ୍ରତିଷ୍ଠାନଗୁଡ଼ିକ ମଧ୍ୟରେ ‘ଜାମିଆ ହମ୍‌ଦର୍ଦ’ ଶ୍ରେଷ୍ଠ ସ୍ଥାନ ହାସଲ କରିଛି। ସେହିପରି, ଦ୍ବିତୀୟ ସ୍ଥାନରେ ରହିଛି, ହାଇଦ୍ରାବାଦର ‘ଦି ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫାର୍ମାସ୍ୟୁଟିକାଲ୍‌ ଏଡୁକେସନ୍‌ ଆଣ୍ଡ୍‌ ରିସର୍ଚ’ ଏବଂ ତୃତୀୟ ସ୍ଥାନରେ ରହିଛି ଚଣ୍ଡୀଗଡ଼ସ୍ଥିତ ‘ପଞ୍ଜାବ ବିଶ୍ବବିଦ୍ୟାଳୟ’।

ଏହାଛଡ଼ା, ‘ଏମ୍‌ସ୍‌-ଦିଲ୍ଲୀ’ ଶ୍ରେଷ୍ଠ ମେଡିକାଲ୍‌ କଲେଜ ବର୍ଗରେ ଥିବା ବେଳେ ଚଣ୍ଡୀଗଡ଼ର ‘ପିଜିଆଇଏମ୍‌ଇଆର୍‌’ ଏବଂ ଭେଲୋର୍‌ର ‘ସିଏମ୍‌ସି’ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି।

ସେହିପରି, ବିଶ୍ବବିଦ୍ୟାଳୟ ରାଙ୍କ୍‌ରେ ଓଡ଼ିଶାର ‘ସୋଆ’ ୧୬, ‘କିଟ୍‌’ ୨୦, ‘ଉତ୍କଳ’ ୯୦, ‘ଭିସୁଟ୍‌ ଓ ‘ସିଭି ରମଣ’ ୧୦୧ରୁ ୧୫୦ ଏବଂ ସେଞ୍ଚୁରିଆନ୍‌, ଫକୀରମୋହନ’ ଏବଂ ‘ସମ୍ବଲପୁର’ ୧୫୧ରୁ ୨୦୦ ସ୍ଥାନରେ ରହିଛନ୍ତି।

‘ଏନ୍‌ଆଇଆର୍‌ଏଫ୍‌’ର ଶ୍ରେଷ୍ଠ ୧୦୦ ତାଲିକା ମଧ୍ୟରେ ଓଡ଼ିଶାର ‘ସୋଆ’ ୩୦, ‘କିଟ୍‌’ ୩୪, ‘ଏନ୍‌ଆଇଟି’ ୩୯, ‘ଆଇଆଇଟି’ ୬୫, ଉତ୍କଳ ବିଶ୍ବବିଦ୍ୟାଳୟ ୧୦୧ରୁ ୧୫୦ ଏବଂ ‘ଏସ୍‌ସିବି’, ‘ସିଭି ରମଣ’ ଓ ‘ଭିସୁଟ୍‌’ ୧୫୧ରୁ ୨୦୦ ମଧ୍ୟରେ ରହିଛି।

‘ରିସର୍ଚ’ରେ ‘ଏନ୍‌ଆଇଟି’ ୨୪, ‘ଆଇଆଇଟି’ ୩୭, ‘ସ‌ୋଆ’ ୪୫, ‘କିଟ୍‌’ ୪୭ ସ୍ଥାନରେ ରହିଛି। ଶ୍ରେଷ୍ଠ ୧୦୦ ଇଞ୍ଜିନିୟରିଙ୍ଗ୍‌ କଲେଜ ମଧ୍ୟରେ ଓଡ଼ିଶାର ‘ଏନ୍‌ଆଇଟି-ରାଉରକେଲା’ ୧୫, ‘ସ‌ୋଆ’ ୨୭, ‘ଆଇଆଇଟି-ଭୁବନେଶ୍ବର’ ୩୬, ‘କିଟ୍’ ୪୨, ‘ସିଭି ରମଣ’ ୯୮ ସ୍ଥାନରେ ରହିଛି।

ଦେଶର ଶ୍ରେଷ୍ଠ ୫୦ ମେଡିକାଲ୍‌ କଲେଜରୁ ଓଡ଼ିଶାର ‘ସୋଆ’ ୧୮, ‘ଏମ୍‌ସ୍‌’ ୨୬, ‘କିମ୍‌ସ୍‌’ ୩୦, ‘ଏସ୍‌ସିବି’ ୪୪ତମ ସ୍ଥାନରେ ରହିଛି।

Leave A Reply

Your email address will not be published.