ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେପିକୁ ନିରଞ୍ଜନଙ୍କ ପ୍ରଶ୍ନ- ପରୀ ହତ୍ୟାକାଣ୍ଡର କିଛି ଠୋସ୍‌ ପ୍ରମାଣଥିଲେ ଏସ୍‌ଆଇଟିକୁ ଦିଅ, ଅଯଥା ରାଜନୀତି କରନି

ଭୁବନେଶ୍ବର : ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ଆଉ ଏକ ନୂଆ ଖୁଲାସା ହୋଇଛି । ଶିଶୁକୁ ହତ୍ୟା କରିଥିବା ସ୍ବୀକାର କରିଛି ନାବାଳକ ଅଭିଯୁକ୍ତ । କେମିତି ଶିଶୁକୁ ହତ୍ୟା କଲା, କେମିତି ଅଖାରେ ଭର୍ତ୍ତି କରି ପୋଖରୀ ହୁଡାରେ ଫିଙ୍ଗିଲା ତାହାର ଖୁଲାସା ହୋଇଛି । ନିଜେ ଅଭିଯୁକ୍ତ ସତ ମାନିଛି । ଅଭିଯୁକ୍ତ ହତ୍ୟା କରିଥିବା ମାନୁଥିବା ବେଳେ ବିଜେପି କିନ୍ତୁ ମାନୁ ନାହିଁ । ବରଂ ଏସଆଇଟି ତଦନ୍ତ ଠିକ୍ ଭାବେ କରୁନି ବୋଲି ଦଳ ପୂର୍ବରୁ ଅଭିଯୋଗ କରି ଆସୁଛି । ପରୀ ହତ୍ୟାକାଣ୍ଡକୁ ପ୍ରଥମରୁ ରାଜନୀତି କରିଆସୁଥିବା ବିଜେପି ଉପରେ ବର୍ଷିଛନ୍ତି  କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।

ଆଜି ଏନେଇ ନିରଞ୍ଜନ ପଟ୍ଟନାୟକ କହିଛନ୍ତି ପରୀ ହତ୍ୟାକାଣ୍ଡ ଭଳି ଏକ ସମ୍ବେଦନଶୀଳ ଘଟଣାରେ ବିଜେପି ଅଯଥା ରାଜନୀତି କରୁଛି। ଦୋଷୀକୁ ଦଣ୍ଡ ଦେବା ନେଇ ବିଜେପିର ଆନ୍ତରିକତା ନାହିଁ । ଯଦି ହତ୍ୟା ସମ୍ପର୍କରେ ବିଜେପି ପାଖରେ କିଛି ଠୋସ୍ ପ୍ରମାଣ ଅଛି ତେବେ ଏସଆଇଟିକୁ ଦେଉ । ଅଯଥା ରାଜନୀତି ନକରୁ।  ଏଥିସହ ହତ୍ୟା ଅଭିଯୁକ୍ତ ବିଜେପିର ଲୋକ କି ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

ପରୀ ହତ୍ୟାକାଣ୍ଡର ତଦନ୍ତ ଜଣେ ସଚ୍ଚୋଟ ଅଧିକାରୀ କରୁଛନ୍ତି। ଏନେଇ ହାଇକୋର୍ଟରେ ମଧ୍ୟ ଏସ୍ଆଇଟି ସମସ୍ତ ତଦନ୍ତ ରିପୋର୍ଟ ଦାଖଲ କରିଛି। ଏସ୍ଆଇଟି ଚାର୍ଜସିଟ୍ ଦାଖଲ କରି ସାରିଥିବା ବେଳେ ଦଣ୍ଡ ବିଧାନ କୋର୍ଟ କରିବେ ବୋଲି ନିରଞ୍ଜନ କହିଛନ୍ତି । ପୂର୍ବରୁ ଏସ୍ଆଇଟି ହତ୍ୟା ଅଭିଯୁକ୍ତକୁ ସେହି ଯଦୁପୁର ଗାଁରୁ ଗିରଫ କରିଥିବା ବେଳେ ବିଜେପି ରାଜନୀତି କରିଥିଲା । ଭୁବନେଶ୍ୱରରୁ ଯଦୁପୁର ଯାଏ ପଦଯାତ୍ରା କରି ତଦନ୍ତ ସହ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ପ୍ରୟାସ କରିଥିବା ନିରଞ୍ଜନ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.