ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନ୍ଧାରି ଗଳିରେ ଅନ୍ଧବିଶ୍ୱାସ

ନୀଳଗିରି :  ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଥିବା କୂଳଡିହା ଅଭୟାରଣ୍ୟ ରେ ୭ ଦିନ ଧରି ଜଣେ ଆଦିବାସୀ ମହିଳା ଙ୍କୁ ଡାହାଣୀ ସନ୍ଦେହରେ ଅଟକ ରଖିବା ନେଇ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଘଟଣାକୁ ନେଇ ନୀଳଗିରି ଏସଡ଼ିପିଓ ବିଶେଷ ସୂତ୍ରରୁ ଖବର ପାଇ ତଦନ୍ତ ନିର୍ଦେଶ ଦେବା ପରେ ବୃଦ୍ଧା ଜଣକ ଉଦ୍ଧାର ହୋଇଛନ୍ତି।

ସୂଚନାଯୋଗ୍ୟ କୂଳଡିହା ଅଭୟାରଣ୍ୟ ଭିତରେ ଥିବା ଚେମଚଟା ଗାଁ ଭିତରେ ଲୋଧା ଶ୍ରେଣୀର ଲୋକେ ରୁହନ୍ତି। ସେହିଗ୍ରାମର ବ୍ୟକ୍ତି ଙ୍କର ଦେଢ଼ ବର୍ଷର ଶିଶୁକନ୍ୟା ଜ୍ଵରରେ ପିଡୀତ ପରେ ତାଙ୍କୁ ଝଡାଫୁଙ୍କା କରିଥିଲେ। ଡାହାଣୀ ଲାଗିଥିବା ସନ୍ଦେହ କରି ପାଖ ଗାଁ ପଦ୍ମପୁର ଗାଁର ଜଣେ ଗୁଣିଆ ପାଖକୁ ଯାଇଥିଲେ । ହେଲେ ଶିଶୁ କନ୍ୟାଟି ମୃତ୍ୟୁ ହୋଇଥିଲା। ଗୁଣିଆ ଜଣକ ସେହି ଗାଁର ଜଣେ ବୃଦ୍ଧା ଗୁଣି କରିଥିବା କହିବା ପରେ ମୃତକଙ୍କ ପରିବାର ତାଙ୍କୁ ନଜର ବନ୍ଦୀ ରଖିଥିଲେ। ଆଗକୁ କୌଣସି ଅଘଟଣ ଘଟିବା ପୂର୍ବରୁ ନୀଳଗିରି ଏସଡିପିଓ ରିତେଶ କୁମାର ମହାପାତ୍ର ଘଟଣା ବିଷୟରେ ଖବର ପାଇ ବରହମପୁର ପୋଲିସ କୁ ତଦନ୍ତ ନିର୍ଦେଶ ଦେଇଥିଲେ। ପରେ ପୋଲିସ ସମ୍ପୁକ୍ତ ମହିଳାଙ୍କୁ ଯାଇ ଉଦ୍ଧାର କରିବା ସହ କପ୍ତିପଦା ପୋଲିସକୁ ହସ୍ତାନ୍ତର କରିଛନ୍ତି। ପରେ ବୃଦ୍ଧା ଜଣକ ଉଦଳା ସ୍ୱଧାର ଗୃହରେ ରଖାଯାଇଥିବା ସୂଚନା ଦେଇଛନ୍ତି କପ୍ତିପଦା ଥାନାଧିକାରୀ ସଂଜୟ ପ୍ରଧାନ।

Leave A Reply

Your email address will not be published.