ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଧାରୁ ପାଠ ଛାଡ଼ିଥିଲେ ; ଏବେ ଅରବପତି

ନୂଆଦିଲ୍ଲୀ  : ଅଧାରୁ ସ୍କୁଲ୍‌ ପାଠ ଛାଡିଥିଲେ  ଆଉ ଏବେ ଅରବପତି। ଏହିଭଳି ଜଣେ ଯୁବ ଅରବପତି ହେଉଛନ୍ତି ଜେରୋଧାର ସଂସ୍ଥାପକ ନିଖିଲ କାମାଥ୍‌। ସ୍କୁଲ ବନ୍ଦ କରିବା, ସ୍କୁଲ ନ ଯାଇ ସାଙ୍ଗଙ୍କ ସହ ଚେସ୍ ଖେଳିବା ଆଉ ଉପସ୍ଥାପନ କମ୍ ହେବା କାରଣରୁ ବୋର୍ଡ ପରୀକ୍ଷା ଦେଇ ନ ପାରିବା ଏହିଭଳି ଅନେକ ଘଟଣା ଜଡିତ ଏହି ଯୁବ ଅରବପତିଙ୍କ ଜୀବନ ସହ। ଏହି କାରଣରୁ ସେ ସ୍କୁଲରୁ ଅଧାରୁ ପାଠ ଛାଡିଥିଲେ। ଏହି କାହାଣୀ ସଂପୂର୍ଣ୍ଣ ଫିଲ୍ମ ପରି ଲାଗୁଛି।

୩୪ ବର୍ଷୀୟ ନିଖିଲ କାମାଥ୍‌ଙ୍କ ବର୍ତ୍ତମାନ ଦେଶର ସବୁଠୁ ଯୁବ ଅରବପତି ପାଲଟିଛନ୍ତି। ନିଖିଲ କାମାଥ୍‌ ବ୍ରୋକରେଜ୍ ଫାର୍ମ ଜେରୋଧାର ସହ ସଂସ୍ଥାପକ ରହିଛନ୍ତି। ଆଜି ଜେରୋଧା ଦେଶର ପାଲଟିଛି ସବୁଠୁ ବଡ ବ୍ରୋକରେଜ୍ ଫାର୍ମ। ନିଖିଲ ୨୦୧୦ ମସିହାରେ ଏହି କମ୍ପାନୀ ଆରମ୍ଭ କରିଥିଲେ। ମାତ୍ର ୧୪ ବର୍ଷ ବୟସରେ ନିଖିଲଙ୍କ ମନରେ ବିଜ୍‌ନେସ୍‌ କରିବା ନେଇ ପ୍ରଥମ କରି ଧାରଣା ଆସିଥିଲା। ସେ ନିଜ ସାଙ୍ଗମାନଙ୍କ ସହ ମିଶି ପୁରୁଣା ଫୋନ କିଣାବିକା ବ୍ୟବସାୟ ଆରମ୍ଭ କରି ଦେଇଥିଲେ। ତାଙ୍କ ମା ’ଏହା ଜାଣିବା ପରେ ସମସ୍ତ ଫୋନକୁ ସେ ଟଏଲେଟ୍‌ରେ ଫ୍ଲସ୍ ମାରି ଦେଇଥିଲେ, ପରେ ଏହି ବିଜ୍‌ନେସ୍ ବନ୍ଦ ହୋଇଯାଇଥିଲା।

ଏକ ସାକ୍ଷାତକାରରେ ନିଖିଲ କହିଛନ୍ତି ଯେ, ତାଙ୍କୁ ସ୍କୁଲର ପାରମ୍ପରିକ ପଢା ପ୍ରତି ମନ ଲାଗୁ ନ ଥିଲା। ପୁରୁଣା ଫୋନ୍ କିଣିବା-ବିକିବା କାମ ସେ ୧୪ ବର୍ଷରୁ ଆରମ୍ଭ କରିଥିଲେ ମଧ୍ୟ ଏହା ତାଙ୍କର ପ୍ରଥମ ବିଜନେସ୍ ରହିଥିଲା । ସ୍କୁଲରୁ ଅଧାରୁ ପାଠ ଛାଡିବା ପରେ କ’ଣ କରିବେ ସେ କିଛି ବୁଝି ପାରୁ ନ ଥିଲେ। ଏହାପରେ ନିଖିଲ ଏକ କଲ୍‌ସେଣ୍ଟରରେ ମାସିକ ୮୦୦୦ ଟଙ୍କାରେ ଚାକିରି କରିଥିଲେ। ଏହି ଚାକିରି ପାଇବା ପାଇଁ ନିଖିଲଙ୍କୁ ନକଲି ଜନ୍ମ ପ୍ରମାଣପତ୍ରର ସାହାରା ନେବାକୁ ପଡିଥିଲା। କାରଣ ସେହି ସମୟରେ ତାଙ୍କୁ ୧୭ ବର୍ଷ ହୋଇଥିଲା। କଲ୍‌ ସେଣ୍ଟରରେ କାମ କରିବାବେଳେ କାମାଥ୍‌ଙ୍କ ସେୟାର ବଜାର ପ୍ରତି ରୁଚି ବଢିବାରେ ଲାଗିଥିଲା। ସେ ୧୮ ବର୍ଷ ବୟସରେ ସେୟାର ବଜାରରେ ପାଦ ଦେଇଥିଲେ। ଆରମ୍ଭରେ ସେ କଲ୍ ସେଣ୍ଟରର ମ୍ୟାନେଜର ସମେତ କର୍ମଚାରୀଙ୍କ ଟଙ୍କା ସେୟାର ବଜାରରେ ଲଗାଇଥିଲେ। ଯେଉଁମାନେ ଭରସା ରଖି ନିଖିଲଙ୍କୁ ପଇସା ଦେଇଥିଲେ ସେମାନଙ୍କୁ ସେ ଭଲ ରିଟର୍ଣ୍ଣ ବି ଦେଇଥିଲେ।

ଏହାପରେ ୨୦୧୦ରେ ନିଖିଲ କାମାଥ୍‌ ବଡ ଭାଇ ନୀତିନ କାମାଥ୍‌ଙ୍କ ସହ ମିଶି ବ୍ରୋକରେଜ୍ ଫାର୍ମ ଜେରୋଧା ଆରମ୍ଭ କରିଥିଲେ। ଏହାପରଠୁ ସେ ଆଉ କେବେ ପଛକୁ ଫେରି ଚାହିଁ ନ ଥିଲେ। ୨୦୨୦ରେ ଫୋର୍ବସ୍‌ ଏହି ଦୁଇ ଭ୍ରାତାଙ୍କୁ ଦେଶର ୧୦୦ ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ କରିଛି। ନିଖିଲଙ୍କ ଅନୁଯାୟୀ, କରୋନା ସଙ୍କଟ କାରଣରୁ ୨୦୨୦ରେ ସେୟାର ବଜାର ପାଇଁ ଖରାପ ସମୟ ଥିଲା। ମାତ୍ର ଏହି ସମୟରେ ତାଙ୍କ ଫାର୍ମ ପ୍ରାୟ ୨୦ ହଜାର ନୂତନ ଗ୍ରାହକ ଯୋଡିଥିଲେ। ଏବେ ଜେରୋଧାରେ ପ୍ରାୟ ୪୦ ଲକ୍ଷ ପଞ୍ଜୀକୃତ ଗ୍ରାହକ ରହିଛନ୍ତି।

Leave A Reply

Your email address will not be published.