ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨: ଭାରତକୁ ବକ୍ସିଂରେ ୩ୟ ସ୍ବର୍ଣ୍ଣ, ପୁରୁଷ ଡବଲ୍ସ ଟେବୁଲ ଟେନିସରେ ରୌପ୍ୟ

ବର୍ମିଂହାମ:  ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ମିଳିଲା ତୃତୀୟ ସ୍ୱର୍ଣ୍ଣ ପଦକ।  ନିଖତ ଜରିନ ୫୦ କେଜି (ଲାଇଟ୍ ଫ୍ଲାଇୱେଟ)ରେ ଜିତିଲେ ସ୍ୱର୍ଣ୍ଣ। ଉତ୍ତର ଆୟର୍ଲାଣ୍ଡର କାର୍ଲି ମ୍ୟାକନାଉଲ୍‌ଙ୍କୁ ହରାଇ ସେ ଏହି ପଦକ ହାସଲ କରିଛନ୍ତି। ପୂର୍ବରୁ ନିତୁ ଘନ୍‌ଘାସ ଓ ଅମିତ ପଙ୍ଗଲ ସ୍ୱର୍ଣ୍ଣ ଜିତିଥିଲେ।

ସେହିପରି ଆଜି ପୁରୁଷ ଡବଲ୍ସ ଟେବୁଲ ଟେନିସରେ ଭାରତକୁ ରୌପ୍ୟ ପଦକ ମିଳିଛି। ଫାଇନାଲରେ ହରିବା ପରେ ଅଚନ୍ତା ଶରତ କମଲ ଓ ସାଥିଆନ ଜ୍ଞାନଶେଖରନ ରୌପ୍ୟ ପଦକ ଜିତିଛନ୍ତି। ସେ ଇଂଲଣ୍ଡର ଲିଆମ୍ ପିଚଫୋର୍ଡ ଏବଂ ପଲ୍ ଡ୍ରିଙ୍କହଲ୍‌ଙ୍କ ଠାରୁ ହାରି ଯାଇଛନ୍ତି। ଫଳରେ ଏହି ଇଭେଣ୍ଟରେ ଭାରତୀୟ ଜୋଡ଼ିଙ୍କ ସ୍ୱର୍ଣ୍ଣ ଜିତିବା ଆଶା ଅଧୁରା ରହିଯାଇଛି।

Leave A Reply

Your email address will not be published.