ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସନ୍ତା ୧୧ରୁ ଟ୍ୱିନସିଟିରେ କଡାକଡି ହେବ ନାଇଟ କର୍ଫ୍ୟୁ, ଅପରାଧୀଙ୍କ ଉପରେ ରହିବ କଡା ନଜର

ଭୁବନେଶ୍ୱର: ଆଗକୁ ଆସୁଛି ପାର୍ବଣ ଋତୁ । ଟ୍ୱିନସିଟିରେ ଭିଡ ବଢିବାର ଯଥେଷ୍ଟ ସମ୍ଭାବନା ଅଛି । ଏହାସହିତ ବର୍ତ୍ତମାନ ସମୟରେ କଟକ -ଭୁବନେଶ୍ୱରରେ କରୋନା ସଂକ୍ରମଣ ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଭିଡ ହ୍ରାସ ପାଇଁ ଆସନ୍ତା ୧୧ ତାରିଖରୁ ଟ୍ୱିନସିଟିରେ ନାଇଟ୍ କର୍ଫ୍ୟୁ ଅବଧି ବୃଦ୍ଧି ହେବାକୁ ଯାଉଛି । ୨୦ ତାରିଖ ଯାଏଁ ନାଇଟ କର୍ଫ୍ୟୁ ରାତି ୮ଟାରୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ରହିବ । ଏହି ସମୟ ମଧ୍ୟରେ ଅମାନିଆଙ୍କ ଉପରେ କଡା ନଜର ରଖାଯିବ । କଟକଣା ନମାନିଲେ କାର୍ଯ୍ୟନୁଷ୍ଠାନ, ଆବଶ୍ୟକ ପଡ଼ିଲେ ଗିରଫ କରାଯିବ ବୋଲି ସିପି କହିଛନ୍ତି ।

ଅପରାଧୀମାନେ ପୋଲିସ ରାଡାରରେ ରହିବେ । ଟ୍ୱିନ୍ ସିଟିରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିଶନର ଚେତାବନୀ ଦେଇଛନ୍ତି। ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ । ଦାଦାବଟି ଆଦାୟ କରୁଥିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଦୁ୍‌ର୍ଗାପୂଜା ବେଳେ ସତର୍କ ରହିବା ସହ କୋଭିଡ ନିୟମ ପାଳନ କରିବାକୁ ଲୋକଙ୍କୁ ଅପିଲ କରିଛନ୍ତି ପୋଲିସ କମିଶନର । ଆଜି ସାମ୍ବାଦିକ ସମ୍ମିଳନୀରେ କିଛି ଏଭଳି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

Leave A Reply

Your email address will not be published.