ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣା: କ୍ଷମା ମାଗିଲା ୟୁଟ୍ୟୁବର ଅନିମେଶ

ପୁରୀ: କ୍ଷମା ମାଗିଲା ୟୁଟ୍ୟୁବ ବ୍ଲଗର ୟୁନିଫାଏଡ ଅନିମେଶ । ଶ୍ରୀମନ୍ଦିରର ଡ୍ରୋନ ଭିଡିଓ କରିଥିଲା ଭାଇରାଲ । ଶ୍ରୀମନ୍ଦିର ଭିଡିଓ ଭାଇରାଲ ଘଟଣାକୁ ନେଇ ସିଂହଦ୍ୱାର ଥାନାରେ ଏତଲା ଦିଆଯିବା ପରେ କୋଲକାତାର ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ କ୍ଷମା ମାଗିଛନ୍ତି।  ଶ୍ରୀମନ୍ଦିର ପ୍ରଶାସନର ବିନା ଅନୁମତିରେ ଡ୍ରୋନ ଉଡାଇବା, ଭିଡିଓ ଉତ୍ତୋଳନ କରି ଓଡ଼ିଶା ପୁଲିସ ଲୋଗୋ ଲଗାଇବା, ଭିଡିଓ ବିକ୍ରି କରିବାକୁ ମୋଟା ଅଙ୍କର ଟଙ୍କା ମାଗିବା ଅଭିଯୋଗକୁ ମଧ୍ୟ ସ୍ବୀକାର କରିଥିବା ଜଣାପଡ଼ିଛି ।

ଅନିମେଶ କହିଛନ୍ତି ଯେ, ଅନ୍ୟ ବ୍ଲଗର ଯେପରି ମନ୍ଦିର ଉପରେ ଡ୍ରୋନ ନ ଉଡାନ୍ତି ସେ ନେଇ ଓଡ଼ିଶା ପୁଲିସର ଲୋଗୋ ଲଗାଇଥିଲି । ଭିଡିଓ ପାଇଁ ମୋଟା ଅଙ୍କର ଅର୍ଥ ଦାବି କରିବା ପଛରେ ଖରାପ ଉଦ୍ଦେଶ୍ୟ ନ ଥିଲା ବୋଲି ସେ କହିଛନ୍ତି । ମହାପ୍ରଭୁ ଜଗନ୍ନାଥ ଓ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଅନିମେଶ । କିଛିଦିନ ତଳେ ଅନିମେଶ ଡ୍ରୋନରେ ଶ୍ରୀମନ୍ଦିରର ଭିଡିଓ ସୁଟ କରି ସୋସିଆଲ ମିଡିଆରେ ଅପଲୋଡ କରିଥିଲେ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

 

Leave A Reply

Your email address will not be published.