ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଦ୍ରକ ଜେଲ୍‌ରେ ଧାର୍ଯ୍ୟ ଠାରୁ ଅଧିକ ସଂଖ୍ୟକ କଏଦୀ ରହିବା ଘଟଣା: ଜେଲ୍‌ ବିଭାଗ ଡିଜିଙ୍କୁ ଆକ୍ସନ ଟେକେନ ରିପୋର୍ଟ ଦେବାକୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ

ଭଦ୍ରକ: ଏନଆରଏଚସି ବା ଜାତୀୟ ମାନବାଧିକାର କମିଶନ ଓଡିଶା ଜେଲ୍‌ ମହାନିର୍ଦ୍ଦେଶକ(ଡାଇରେକ୍ଟର ଜେନେରାଲ ଅଫ୍‌ ପ୍ରିସିନ୍ସ)ଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଏହି ନୋଟିସ୍‌ରେ ଏନଆର୍‌ଏଚ୍‌ସି ମାନବାଧିକାର କର୍ମୀ ତଥା ସୁପ୍ରିମକୋର୍ଟ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀ ଭଦ୍ରକ ସବ୍‌-ଜେଲ୍‌ ଶୋଚନୀୟ ଦୂରାବସ୍ଥା ନେଇ କରିଥିବା ପିଟିସନ୍‌ ଉପରେ ୪ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବାକୁ ନୋଟିସ୍‌ ଜାରି କରିଛନ୍ତି । ଯଦି ଏହି ଆଦେଶକୁ ଅବମାନନା ହୁଏ ତେବେ ବ୍ୟକ୍ତିଗତ ଭାବେ କମିଶନଙ୍କ ଠାରେ ଜେଲ ମହାନିର୍ଦ୍ଦେଶକ ହାଜର ହେବାକୁ କମିଶନ ଚରମବାଣୀ ଶୁଣାଇଛନ୍ତି ।

ବିବରଣୀରୁ ପ୍ରକାଶ ଯେ, ଭଦ୍ରକ ଜେଲରେ ଧାର୍ଯ୍ୟ ଠାରୁ ବହୁ ଅଧିକ ସଂଖ୍ୟାରେ ବନ୍ଦୀ ମାନଙ୍କୁ ରଖାଯାଉଛି । ଗୁରୁତ୍ୱପୂର୍ଣ୍ଣ କଥା ଏହି ଯେ, ମହିଳା ବନ୍ଦୀଙ୍କ ପାଇଁ ଥିବା ୱାର୍ଡରେ ୨ଜଣ ମହିଳା ବନ୍ଦୀ ରହିବାର ବ୍ୟବସ୍ଥା ଥିଲେ ବି ଭଦ୍ରକ ଜେଲରେ କିନ୍ତୁ ୧୨ଜଣ ବନ୍ଦୀ ସେଠାରେ ରହୁଛନ୍ତି ବୋଲି ମାନବାଧିକାର କର୍ମୀ ଆଇନଜୀବୀ ଶ୍ରୀ ତ୍ରିପାଠୀ ଜାତୀୟ ମାନବାଧିକାର କମିଶନଙ୍କୁ ତାଙ୍କ ପିଟିସନ୍‌ରେ ଦର୍ଶାଇଥିଲେ । ଏଥି ସହ ସେ ଆହୁରି ମଧ୍ୟ ଜଣାଇଥିଲେ ଯେ, ଦୀର୍ଘବର୍ଷ ଧରି ପ୍ରସ୍ତାବିତ ଭଦ୍ରକ ଜେଲ୍‌ ର ନୂତନ ବିଲଡିଂ ନିର୍ମାଣ କାର୍ଯ୍ୟ ବି ତ୍ୱରାନ୍ୱିତ ହୋଇପାରୁନି । ଫଳରେ ବନ୍ଦୀମାନେ ଖୁନ୍ଦାଖୁନ୍ଦି ହୋଇ ଅକଥନୀୟ ଦୁର୍ଦ୍ଦଶାରେ ଜରାଜୀର୍ଣ୍ଣ ବିଲଡିଂରେ ରହିବାକୁ ବାଧ୍ୟ ହେଉଛନ୍ତି ।

ପୂର୍ବରୁ ୨୦୧୨ରେ ଶ୍ରୀ ତ୍ରିପାଠୀ ଓ ଏଠାକାର ବହୁ ବୁଦ୍ଧିଜୀବୀ ଭଦ୍ରକ ସବ୍‌-ଜେଲ୍‌ ର ଦୂରବସ୍ଥା ତଥା ମାନବାଧିକାର ସୁରକ୍ଷା ଦାବିରେ ଜେଲ୍‌ ଆଗରେ ଅନଶନ କରିଥିଲେ । ସେତେବେଳେ ଆଇଜି ଜେଲ୍‌ ଭଦ୍ରକ ଅମରଗଡିଆ ଠାରେ ଏକ ଅତ୍ୟାଧୁନିକ ନୂତନ ଜେଲ୍‌ ବିଲଡିଂ ୧୨କୋଟି ୨୦ଲକ୍ଷ ୫୭ହଜାର ଟଙ୍କାରେ ନିର୍ମିତ ହେବାକୁ ଯାଉଛି ବୋଲି ପ୍ରତିଶ୍ରୁତି ଦେଇଥିଲେ । ପରେ ଓଡିଶା ମାନବାଧିକାର କମିଶନଙ୍କ ଠାରେ ମଧ୍ୟ ଶ୍ରୀ ତ୍ରିପାଠୀ ଏହି ଅବ୍ୟବସ୍ଥା ନେଇ ପିଟିସନ୍‌ କରିଥିଲେ । ଶେଷରେ ଶ୍ରୀ ତ୍ରିପାଠୀ ଜେଲ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଭଦ୍ରକ ଜେଲ୍‌ ର ଦୂରବସ୍ଥା ନେଇ ଜାତୀୟ ମାନବାଧିକାର ଆୟୋଗଙ୍କ ଠାରେ ଗତ ୨୩.୬.୨୨ରେ ପିଟିସନ ଦାଖଲ କରିଥିଲେ । ଯାହାର ନମ୍ବର-୨୧୦୬/୧୮/୧୮/୨୦୨୨ । ଦୀର୍ଘବର୍ଷ ଧରି ଭଦ୍ରକ ନୂତନ ଜେଲ୍‌ ବିଲଡିଂ ନିର୍ମାଣ କାର୍ଯ୍ୟ ନହେବା ଓ ବିପଦଜନକ ଗୃହରେ ଖୁନ୍ଦାଖୁନ୍ଦି ହୋଇ ବନ୍ଦୀମାନେ ଦୁର୍ବୁସହ ଜୀବନ ନିର୍ବାହ କରୁଥିବା ଏନଆର୍‌ଏଚ୍‌ସିଙ୍କୁ ଦର୍ଶାଇଥିଲେ । ଏଥିସହ ଓଡିଶା ଜେଲ୍‌ ମହା ନିର୍ଦ୍ଦେଶ ଆକ୍ସନ ଟେକେନ ରିପୋର୍ଟ ଦାଖଲ କରିବାକୁ ନିବେଦନ କରିଥିଲେ । ଏହି ପ୍ରସଙ୍ଗରେ ଜାତୀୟ ମାନବାଧିକାର କମିଶନ ୪ସପ୍ତାହ ଅର୍ଥାତ ଆସନ୍ତା ନଭେମ୍ବର ମାସ ୯ତାରିଖ ସୁଦ୍ଧା ଆକ୍ସନ ଟେକେନ୍‌ ରିପୋର୍ଟ ଦେବାକୁ ଓଡିଶା ଜେଲ୍‌ ମହାନିର୍ଦ୍ଦେଶକୁ ନୋଟିସ କରିଛନ୍ତି । ଏହା ନହେଲେ ବ୍ୟକ୍ତିଗତଭାବେ ସେ ହାଜର ହେବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.