ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶପଥ ନେଲେ ନବ ନିର୍ବାଚିତ ମେୟର ସୁଲୋଚନା ଦାସ

ଭୁବନେଶ୍ୱର: ଶପଥ ନେଲେ ଭୁବନେଶ୍ୱରର ନବ ନିର୍ବାଚିତ ମେୟର । ମେୟର ସୁଲୋଚନା ଦାସ ଓ ସମସ୍ତ କର୍ପୋରେଟରଙ୍କୁ ପଦ ଓ ଗୋପନିୟତାର ଶପଥ ପାଠ କରାଇଛନ୍ତି ପୌର ପ୍ରଶାସନର ନିର୍ଦ୍ଦେଶକ ସଂଗ୍ରାମଜିତ୍ ନାୟକ । ଭୁବନେଶ୍ୱର ମହାନଗର ନିଗମର କନଫରେନ୍ସ ହଲରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହାପରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନାମାଙ୍କନ ପତ୍ର ଦାଖଲ ହେଉଥିବା ବେଳେ ୧୧ଟାରୁ ୧୨ଟା ସୁଦ୍ଧା ନାମାଙ୍କନ ଯାଞ୍ଚ ଓ ଅପରାହ୍ନ ଗୋଟାଏ ପୂର୍ବରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଗୋଟାଏ ୩୦ରୁ ୩ଟା ୩୦ ଭିତରେ ନିର୍ବାଚନ ଶେଷ ହେବ ।

ଭୁବନେଶ୍ୱରରେ ମୋଟ ୬୭ କର୍ପୋରେଟର ଆସନରୁ ବିଜେଡି ଖାତାକୁ ଆସିଥିଲା ୪୮ ଆସନ । ବିଜେପିକୁ ୧୦ଟି ଆସନ ମିଳିଥିବାବେଳେ ସ୍ୱାଧୀନଙ୍କୁ ମିଳିଥିଲା ୯ଟି ଆସନ । ତେବେ ସ୍ୱାଧୀନ କର୍ପୋରେଟରଙ୍କ ଭିତରୁ ଏକାଧୀକ ସ୍ୱାଧୀନ ବିଜୟୀ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ୪୮ ଆସନ ଅକ୍ତିଆର କରିଥିବାରୁ ଡେପୁଟି ମେୟର ବିଜେଡିରୁ ହେବା ଅନୁମାନ କରାଯାଉଛି ।

Leave A Reply

Your email address will not be published.