ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ରୁପ୍‌ କଲିଂ ପାଇଁ ହ୍ବାଟ୍ସଆପ୍‌ ଆଣିଲା ନୂଆ ଫିଚର୍‌

ବ୍ୟବହାରକାରୀଙ୍କ ହିତକୁ ଦୃଷ୍ଟିରେ ରଖି ବିଭିନ୍ନ ସମୟରେ ହ୍ବାଟ୍ସଆପ୍ ନୂଆ ନୂଆ ଫିଚର୍‌ ଆଣିଥାଏ। ଏହି କ୍ରମରେ ଏବେ ହ୍ବାଟ୍ସଆପ୍ ଗ୍ରୁପ୍‌ କଲିଂ ପାଇଁ ନୂଆ ଅପଡେଟ୍ ଜାରି କରିଛି। ତେେବ ଏହା ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ପାଇଁ ଉପଲବ୍ଧ। ସେହିପରି ଏ ନୂତନ ଫିଚର ମାଧ୍ୟମରେ ଗ୍ରୁପ୍‌ ଭଏସ୍‌ କଲ୍‌ରେ ୟୁଜର୍‌ ଯାହାକୁ ଚାହିଁବେ ନିଜ ଇଚ୍ଛାରେ ମ୍ୟୁଟ୍ କରିପାରିବେ। ଅର୍ଥାତ୍ ଗ୍ରୁପ୍‌ କଲ୍‌ରେ ସାମିଲ ସଦସ୍ୟଙ୍କୁ ମ୍ୟୁଟ୍ କରିବାର ସୁଯୋଗ ସେମାନଙ୍କୁ ମିଳିବ। ଏହା ପୂର୍ବରୁ ମ୍ୟୁଟ୍ କରାଯିବା ଦ୍ବାରା ପୂରା ଗ୍ରୁପ୍ ମ୍ୟୁଟ୍ ହୋଇଯାଉ ଥିଲା।

ତେେବ ଏ ନୂଆ ଅପଡେଟ୍‌ ମାଧ୍ୟମରେ ଜଣେ ବ୍ୟକ୍ତିଙ୍କ କଲ୍‌ ଓ ମେସେଜକୁ ମ୍ୟୁଟ୍ କରିବା ସମ୍ଭବ। ଅନ୍ୟପଟେ ହ୍ବାଟ୍ସଆପ୍ ଗ୍ରୁପ୍ ଭଏସ୍‌ କଲ୍‌ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି କରିବା ପରେ ଏହି ଫିଚର୍‌ ଜାରି କରିଛି। ଅନ୍ୟପଟେ ପୂର୍ବରୁ ଗ୍ରୁପ୍‌ କଲ୍‌ରେ ୮ ଜଣ ସାମିଲ ହେଉଥିବା ବେଳେ ଏବେ ଏଥିରେ ୩୨ ଜଣ ଯୋଡ଼ି ହୋଇପାରିବେ। ସେହିପରି ସଦସ୍ୟ ଚାହିଁଲେ ଯେକୌଣସି ସମୟରେ ନିଜକୁ ଅନମ୍ୟୁଟ୍ କରିପାରିବେ। ଏହା ବାଦ୍ ଏ ବାବଦରେ ନୋଟିଫିକେସନ୍ ପାଇବା ଲାଗି ଏଥିେର ଇଣ୍ଡିକେଟର ଅପସନ୍ ଯୋଡ଼ା ଯାଇଛି।

Leave A Reply

Your email address will not be published.