ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାଟକୁରା ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼ : ଏତଲାରେ ଥିବା ଅଭିଯୁକ୍ତଙ୍କୁ ଛାଡି, ପୁରୁଷ ବନ୍ଧୁଙ୍କୁ ବାନ୍ଧିଲା ପୁଲିସ

କେନ୍ଦ୍ରାପଡା : ପାଟକୁରା ଥାନା ଅଧିନ ମହମୁଦା ଗାଁର ଜଣେ ୨୨ ବର୍ଷୀୟ ଯୁବତୀଙ୍କ ଆତ୍ମହତ୍ୟା ଘଟଣାରେ ନୂଆ ମୋଡ଼ । ପିଡିତାଙ୍କ ପରିବାରର ଏତଲାରେ ଦର୍ଶାଯାଇଥିବା ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ସେମାନଙ୍କ ସମ୍ପୃକ୍ତ ନଥିବା ଦର୍ଶାଇ ଛାଡି ଦେଇଛି । ହେଲେ ପଦ୍ମପୁର ଗ୍ରାମର ମଣ୍ଟୁ ସାମଲ ନାମକ ଜଣେ ଯୁବକଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିଲା । ମଙ୍ଗଳବାର ସେହି ଯୁବକଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ତେବେ ଅଟକ ଯୁବକ ଜଣଙ୍କ ମୃତ ପିଙ୍କିଙ୍କ ପୁରୁଷ ବନ୍ଧୁ ବୋଲି ପୋଲିସ ଜାଣିବାକୁ ପାଇଛି । ତେବେ ପୁରୁଷ ବନ୍ଧୁଙ୍କ ନିର୍ୟାତନା ଯୋଗୁ ମାନସିକ ଚାପରେ ପିଙ୍କି ଆତ୍ମହତ୍ୟା କରିଥିବା ପୋଲିସ କହିଛି । ତେବେ ଘଟଣାଟି ପୁରା ବଦଳିଯିବାକୁ ନେଇ ପାଟକୁରା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

ତେବେ ମୃତ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଅସଦାଚରଣ କରିଥିବା ଅଭିଯୁକ୍ତମାନଙ୍କ ପାଇଁ ସେ ଆତ୍ମହତ୍ୟା କରିଥିବା ନେଇ କାହିଁକି ଅଭିଯୋଗ ହୋଇଥିଲା । ତେବେ ଘଟଣା ପଛରେ କିଛି ମୁଷ୍ଟିମେୟଙ୍କ ହାତ ରହିଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ମୁଷ୍ଟିମେୟ ଚାପ ପକାଇ ଘଟଣାକୁ ଓଲଟପାଲଟ କରିନାହାନ୍ତି ତ ? ସବୁଠାରୁ ବଡ଼ କଥା ହେଲା ଅଭିଯୋଗ ଅନୁଯାୟୀ ଟାହିଟାପରା ଅସହ୍ୟ ହେବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ତେବେ ମୃତ ପିଙ୍କିଙ୍କୁ ଆଉ ତାଙ୍କ ବୋଉଙ୍କୁ ମାଡ଼ ମରାଯାଇଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ତେବେ ପୁଲିସ ଏତଲା ପରେ ମଧ୍ୟ ନିରବଦ୍ରଷ୍ଟା ସାଜିବାରୁ ସେ ଆତ୍ମହତ୍ୟା କରିଥିବା ପିଡିତାଙ୍କ ବୋଉ ଝରଣା ସ୍ୱାଇଁ ଏତଲାରେ ଦର୍ଶାଇଥିଲେ । ପୁଲିସ ସ୍ଥାନୀୟ ସରପଞ୍ଚ ଅନୁସୂୟା ବେହରାଙ୍କ ସ୍ୱାମୀ ନିମାଇଁ ଚରଣ ବେହେରା ଆଉ ଜଣେ ସମ୍ପର୍କୀୟଙ୍କୁ ଥାନାରେ ଅଟକ ରଖିଥିଲା ।

ତେବେ ସେମାନଙ୍କ ସମ୍ପୃକ୍ତି ନଥିବା ପୋଲିସ ଜାଣିବା ପରେ ଘଟଣାରେ ସଂପୃକ୍ତ ପୁରୁଷ ବନ୍ଧୁଙ୍କୁ ଗିରଫ କଲା। ଏତେ ବଡ଼ ଘଟଣା ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଆସୁଛି । ହେଲେ ଘଟଣା ଉପରୁ ପରଦା ହଟିବା ପରେ ପୋଲିସ କାହିଁକି ବିନା ସାମ୍ବାଦିକ ସମ୍ମିଳନୀରେ ଘଟଣାକୁ ରଫାଦଫା କଲା ସେନେଇ ପ୍ରଶ୍ନ ଉଠିଛି । ଏନେଇ ମୃତ ପିଙ୍କିଙ୍କ ବଡ଼ ଭଉଣୀ ସୁଶ୍ରୀ ପ୍ରିୟଦର୍ଶିନୀ ସ୍ୱାଇଁ କୁହନ୍ତି ଆମେ ଏପର୍ୟ୍ୟନ୍ତ ନ୍ୟାୟ ପାଇଲୁ ନାହିଁ । ପ୍ରକୃତ ଦୋଷୀ ଯେଉଁମାନେ ମୋ ଭଉଣୀଙ୍କୁ ମାଡ଼ ମାରିଥିଲେ, ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ । ଆଉ ଅସହ୍ୟ ଟାହିଟାପରା କରିଥିଲେ ସେମାନଙ୍କ ବିରୋଧରେ ଲିଖିତ ଏତଲା ହୋଇଥିଲେ ମଧ୍ୟ କୌଣସି କାର୍ୟ୍ୟାନୁଷ୍ଠାନ ହେଲାନି । ଯେଉଁମାନଙ୍କ ପାଇଁ ମୋ ଭଉଣୀ ଆତ୍ମହତ୍ୟା ରାସ୍ତା ବାଛିନେଲା ସେମାନେ ଏବେ ଖୁଲମଖୁଲା ବୁଲିବେ।  ତେବେ ବନ୍ଧା ହୋଇଥିବା ଯୁବକଙ୍କ ଆତ୍ମହତ୍ୟା ପଛରେ କିଛି ଭୂମିକା ନଥିବା ସେ କହିଥିଲେ । ପୁଲିସ ଅଭିଯୁକ୍ତ ଦର୍ଶାଇଥିବା ମଣ୍ଟୁଙ୍କ କଣ ପିଙ୍କି ଆତ୍ମହତ୍ୟା ପଛରେ ଭୂମିକା ରହିଛି ଗଣମାଧ୍ୟମରେ କହିବା ଆବଶ୍ୟକ ରହିଛି ବୋଲି ସେ କହିଛନ୍ତି । ତେବେ ପ୍ରକୃତ ଅଭିଯୁକ୍ତ ଯେକେହି ହୁଅନ୍ତୁ ପୋଲିସ ଗିରଫ କରିବାକୁ ସେ ନିବେଦନ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାରେ ଦୀର୍ଘ ୫ ଦିନ ହେବ ପାଟକୁରା ଥାନା ଅଧିକାରୀ ସରୋଜ ସାହୁ ,  ଏସଡିପିଓ ରାଜିବଲୋଚନ ପଣ୍ଡା  ଓ ଅତିରିକ୍ତ ଏସପି  ହରିଶ ପାଣ୍ଡେ  ପାଟକୁରା ଥାନା  ଓ ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟରେ ବିଭିନ୍ନ ଦିଗକୁ ନେଇ  କରାଯାଇଥିବା ତଦନ୍ତକୁ ନେଇ ଯୁବତୀଙ୍କ ଆତ୍ମହତ୍ୟା ପଛରେ ପୁରୁଷ ବନ୍ଧୁ ଦାୟୀ ବୋଲି ଜାଣିବାକୁ ପାଇଥିଲେ । ମୃତ ପିଙ୍କିର ଏ ପର୍ୟ୍ୟନ୍ତ ଶବ ବ୍ୟବଛେଦ ରିପୋର୍ଟ  ପୁଲିସ ର ହସ୍ତକ୍ଷେପ ହୋଇନଥିବା ସୂଚନା ମିଳିଛି । ଏହି ଘଟଣାରେ ସାକ୍ଷୀମାନଙ୍କର ବୟାନ ରେକର୍ଡ  ହୋଇଥିବା ବେଳେ ମୃତ ପିଙ୍କି ଆଉ କୁହାଯାଉଥିବା ପୁରୁଷ ବନ୍ଧୁଙ୍କ ଦୁଇଟି ମୋବାଇଲର ସିଡିଆର ଓ ଶବବ୍ୟବଛେଦ ରିପୋର୍ଟ ସମେତ  ଅନ୍ୟାନ ଆନୁସଙ୍ଗିକ ରେକର୍ଡ ପ୍ରସ୍ତୁତ କରି ଫାଇନାଲ ଚାର୍ଜସିଟ ଦାଖଲ କରାଯିବା ନେଇ ସୂଚନା ମିଳିଛି ।

ପ୍ରକାଶଯୋଗ୍ୟ ଯେ, ଗତ ୧୫ ତାରିଖ ସକାଳ ପ୍ରାୟ ୯ଟା ସମୟରେ ମହମୁଦା ଗ୍ରାମର ଝରଣା ସ୍ୱାଇଁଙ୍କ ଝିଅ ଶୁଭ୍ରଶୁଭଦର୍ଶିନୀ ଓରଫ ପିଙ୍କି(୨୨)  ନିଜ ଘରେ ଓଢଣୀ ସହାୟତାରେ  ଆତ୍ମହତ୍ୟା କରିଥିଲେ । ଏନେଇ ମୃତ ପିଙ୍କିର ମା ଝରଣା ସ୍ୱାଇଁ   ତାଙ୍କ ପଂଚାୟତ ସରପଞ୍ଚଙ୍କ ସମେତ ୭ ଜଣ ବ୍ୟକ୍ତି  ପୁର୍ବ ଶତ୍ରୁତାକୁ ନେଇ ପିଙ୍କିକୁ  ବାରମ୍ବାର ଅଶ୍ଲୀଳ କମେଣ୍ଟ କରୁଥିବାରୁ  ଝିଅ ପିଙ୍କି ସହିନପାରି  ଆତ୍ମହତ୍ୟା କରିଛି ବୋଲି ଥାନାରେ ଏତଲା ଦେଇଥିଲେ । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ଥାନା ଫାଟକ ସମୁଖରେ ପିଙ୍କିର ମୃତ ଶରୀର ରଖାଯାଇ ପ୍ରତିବାଦ କରାଯାଇଥିଲା ।

Leave A Reply

Your email address will not be published.