ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଶ୍ୱକୁ ଚକିତ କଲା ଏଲନ ମସ୍କଙ୍କ ଚିନ୍ତାଧାରା: ରୋବଟରେ ରହିବ ମଣିଷର ସ୍ମୃତିଶକ୍ତି

ଟେକ୍ସାସ: ବିଶ୍ବରେ ଅନେକ ବିସ୍ମୟ ରହିଛି। ଏହା ମଧ୍ୟରୁ ମନୁଷ୍ୟ ମସ୍ତିଷ୍କ ଅନ୍ୟତମ। କିନ୍ତୁ ମନୁଷ୍ୟର ମୃତ୍ୟୁ ସହିତ ମସ୍ତିଷ୍କର ମଧ୍ୟ ମୃତ୍ୟୁ ହୋଇଥାଏ। ଏବେ ଏହି ମସ୍ତିଷ୍କକୁ ଅମର କରି ରଖିବା ପାଇଁ ପ୍ରୟାସ ଚାଲିଛି । ମନୁଷ୍ୟର ମୃତ୍ୟୁ ସତ୍ତ୍ଵେ ମସ୍ତିଷ୍କ ଜୀବିତ ରହିବ। ନିଜ ସ୍ମୃତିଶକ୍ତିକୁ ରୋବୋଟରେ ଡାଉନଲୋଡ କରି ସବୁଦିନ ପାଇଁ ରଖିପାରିବ। ଦିନେ ଏହା ସମ୍ଭବ ହେବ ବୋଲି କହିଛନ୍ତି ବିଶ୍ବର ସବୁଠୁ ବିତ୍ତଶାଳୀ ବ୍ୟକ୍ତି ତଥା ଟେସଲା ଏବଂ ସ୍ପେସଏକ୍ସର ମାଲିକ ଏଲନ ମସ୍କ। ଏଭଳି ଭାବରେ ମନୁଷ୍ୟ ସବୁଦିନ ପାଇଁ ଜୀବିତ ରହିପାରିବ। ସେ କହିଛନ୍ତି ଯେ ଯେଉଁ ସାମଗ୍ରୀ ଆମକୁ ସ୍ବତନ୍ତ୍ର ବନାଉଛି ତାହାକୁ ଡାଉନଲୋଡ କରିପାରିବା । ସେହି ଶରୀର ନ ରହିଲେ ମଧ୍ୟ ସ୍ମୃତି ଏବଂ ବ୍ୟକ୍ତିତ୍ବକୁ ସଂରକ୍ଷିତ କରିହେବ। ଏପରି କରାଯାଇପାରିବ। ଏଭଳି ଜ୍ଞାନକୌଶଳ ବର୍ତ୍ତମାନର କମ୍ପ୍ୟୁଟର ମେମୋରିର କ୍ରମବିକାଶ ଭଳି ହେବ। ମନୁଷ୍ୟ ସ୍ମୃତି ତାହାର ମୋବାଇଲ-କମ୍ପ୍ୟୁଟରରେ ଫଟୋ ଏବଂ ଭିଡିଓ ଭାବେ ରହୁଛି । କମ୍ପ୍ୟୁଟର ଏବଂ ଚିପ୍ ଏଭଳି କାମ କରୁଛି ଯାହାକୁ ପୂର୍ବରୁ ଯାଦୁ ବୋଲି ଧରାଯାଉଥିଲା।

Human Memory in Robot

ଏହା ପୂର୍ବରୁ ମାନବ ମସ୍ତିଷ୍କକୁ କୃତ୍ରିମ ଶରୀରରେ ଡାଉନଲୋଡ କରିବାର ଚିନ୍ତାଧାରା ବିଜ୍ଞାନ ସମ୍ବନ୍ଧୀୟ କାଳ୍ପନିକ କାହାଣୀର ଅଂଶବିଶେଷ ଥିଲା। ଭାରତୀୟ ପୁରାଣଶାସ୍ତ୍ରରେ ମଧ୍ୟ ଏଭଳି ଅନେକ କଥା ବିଷୟରେ ବର୍ଣ୍ଣନା କରାଯାଇଛି, ଯେଉଁଥରେ ମନୁଷ୍ୟ ଯୋଗବଳରେ ନିଜ ଶରୀରକୁ ତ୍ୟାଗ କରି ଅନ୍ୟ ଶରୀରରେ ପ୍ରବେଶ କରିଥିବାର ଉଲ୍ଲେଖ ରହିଛି। ଆଦି ଶଙ୍କରାଚାର୍ଯ୍ୟ ଏଥିରେ ସାମିଲ ଅଛନ୍ତି। ସେ ଶିକ୍ଷା ଉଦେଶ୍ୟରେ ନିଜ ଶରୀର ଛାଡି ଜଣେ ରାଜାଙ୍କ ଶରୀରରେ ପ୍ରବେଶ କରିଥିବା ଉଲ୍ଲେଖ ରହିଛି।

Artificial-intelligence-AI-robot

ଏଥିସହିତ ପଢ଼ନ୍ତୁ

ତେବେ ୧୯୬୪ରେ ପ୍ରକାଶିତ ଉପନ୍ୟାସ ‘ଡ୍ୟୁନ’ରେ ଏଭଳି ପ୍ରାଣୀଙ୍କ ବିଷୟରେ ଉଲ୍ଲେଖ କରାଯାଇଥିଲା। ସେମାନଙ୍କୁ ‘ସାଇମେକ୍ସ’ ନାମ ଦିଆଯାଇଥିଲା । ଦିନେ ନା ଦିନେ ‘ମାଇଣ୍ଡ ଅପଲୋଡିଂ’ ଜ୍ଞାନକୌଶଳ ସକ୍ଷମ ହେବ ବୋଲି ବୈଜ୍ଞାନିକମାନେ କହୁଛନ୍ତି । କିନ୍ତୁ କେବେ ହେବ ତାହା ନିଶ୍ଚିତ ନୁହେଁ। ୨୦୧୯ରେ ୱାର୍ଲ୍ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଆଲେଖ୍ୟରେ ପ୍ରିନ୍ସଟନ ୟୁନିଭର୍ସିଟିର ମନୋବିଜ୍ଞାନ ଏବଂ ସ୍ନାୟୁବିଜ୍ଞାନର ପ୍ରଫେସର ମାଇକେସ ଏସ. ଏ ଗ୍ରାଜିଆନୋ କହିଥିଲେ ଯେ ମାଇଣ୍ଡ ଅପଲୋଡିଂ ପାଇଁ କୃତ୍ରିମ ବୁଦ୍ଧିମତା (ଏଆଇ) ଏବଂ ମସ୍ତିଷ୍କକୁ ସ୍କାନ କରୁଥିବା ଜ୍ଞାନକୌଶଳ ଆବଶ୍ୟକ। କୃତ୍ରିମ ମସ୍ତିଷ୍କ ନିର୍ମାଣ ସହଜ ହେବ ବୋଲି ସେ କହିଥିଲେ। ସୂଚନାଯୋଗ୍ୟ ଯେ ଏବେ ମସ୍କଙ୍କ କମ୍ପାନୀ ନ୍ୟାରାଲିଙ୍କ ‘ବ୍ରେନ-ମେସିନ ଇଣ୍ଟରଫେସ’ ବିକଶିତ କରିବାରେ ଲାଗିଛି।

Leave A Reply

Your email address will not be published.