Latest Odisha News, Breaking News Today | Top Updates on Corona

ଆଉ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ, ମାତ୍ର ୧୦ ଦିନରେ ମିଳିବ ବାସଗୃହ, ଆୟ ଓ ଜାତିଗତ ପ୍ରମାଣ ପତ୍ର

ଭୁବନେଶ୍ବର : ବାସଗୃହଠାରୁ ଆରମ୍ଭ କରି ଆୟ ପ୍ରମାଣପତ୍ର ପାଇବାକୁ ହେଲେ ଆବେଦନ କରି ଢ଼େର ଦିନ ଅପେକ୍ଷା କରିବାକୁ ପଡ଼ିଥାଏ। ଏଣିକି ଆଉ ଏହି ପ୍ରମାଣପତ୍ର ପାଇବାକୁ ହେ‌‌ଲେ ବେଶୀ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଖୁବ୍ କମ ଦିନ ଭିତରେ ବିଭିନ୍ନ ପ୍ରମାଣପତ୍ର ମିଳିବ । ଏ ନେଇ ପ୍ରମୁଖ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ବାସଗୃହଠାରୁ ଆରମ୍ଭ କରି ଆୟ ପ୍ରମାଣପତ୍ର ଖୁବଶୀଘ୍ର ମିଳିବ । ୧୦ଦିନ ଭିତରେ ବାସଗୃହ, ଆୟ ଓ ସମ୍ପତ୍ତିର ପ୍ରମାଣପତ୍ର ମିଳିଯିବ । ପୂର୍ବରୁ ଏହି ଅବଧି ୧୫ଦିନ ରହିଥିଲା । ଯେଉଁଥିପାଇଁ ଲୋକମାନଙ୍କୁ ବହୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଥିଲା। ସେହିଭଳି ୩୦ଦିନ ପରିବର୍ତ୍ତେ ୧୫ଦିନ ମଧ୍ୟରେ ଜାତିଗତ ପ୍ରମାଣପତ୍ର ମିଳିବ । କେବଳ ଏତିକି ନୁହେଁ, ୩୦ ଦିନ ଭିତରେ ମିଳିବ ଉତ୍ତରାଧିକାରୀ ଓ ଅଭିଭାବକ ପ୍ରମାଣପତ୍ର । ସମସ୍ତ କ୍ଷେତ୍ର ପାଇଁ ଗୋଟିଏ ଉତ୍ତରାଧିକାରୀ ପ୍ରମାଣପତ୍ର କାମ ଦେବ। ଫଳରେ ବିଭିନ୍ନ କାମ ପାଇଁ ଆଉ ଏକାଧିକ ଥର ଆବେଦନ କରିବାକୁ ପଡ଼ିବନି।

ବାସସ୍ଥାନ, ଆୟ, ST, SC, SEBC, OBC ଆଦି ପ୍ରମାଣପତ୍ର ପାଇବାରେ ଅନେକ ସମୟରେ ସମସ୍ୟା ଦେଖା ଦେଉଥିଲା। ଆବେଦନକାରୀଙ୍କୁ ବାରମ୍ୱାର ଅଫିସ୍‌ ଧାଇଁବାକୁ ପଡ଼ୁଥିଲା। ଯେଉଁଥିପାଇଁ ମଧ୍ୟସ୍ତିଙ୍କ ସାହାଯ୍ୟ ନେଉଥିଲେ ଆବେଦନକାରୀ। ଏବେ କିନ୍ତୁ ଏପରି ସମସ୍ୟା ଦେଖାଦେବ ନାହିଁ। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏଥିରେ ପରିବର୍ତ୍ତନ କରିଛନ୍ତି। ଯାହାଫଳରେ ନିର୍ଧାରିତ ସମୟରେ ପ୍ରମାଣପତ୍ର ମିଳିବା ସହିତ ଆଉ ମଧ୍ୟସ୍ତିଙ୍କ ସାହାଯ୍ୟ ନେବାକୁ ପଡ଼ିବନାହିଁ।

Comments
Loading...
0Shares
0
ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications