ଦୃଷ୍ଟିବାଧିତଙ୍କ ପାଇଁ ଟୁଇଟର୍‌ ପକ୍ଷରୁ ନୂଆ ଫିଚର୍ସ

ନିକଟ ଅତୀତରେ ନେତ୍ରହୀନଙ୍କ ପାଇଁ ଟୁଇଟର୍‌ ପକ୍ଷରୁ ନୂଆ ଫିଚର୍ସ ଲଞ୍ଚ୍‌ ହୋଇଛି, ଯାହାର ନାଁ -‘ଡିଜିଟାଲ୍‌ ଇମେଜ୍‌ ଡେସ୍କ୍ରିପ୍‌ସନ୍‌’। ଡେସ୍କ୍ରିପ୍‌ସନ୍‌ ରିମାଇଣ୍ଡର୍‌ ଫିଚର୍ସ ଦ୍ବାରା ନେତ୍ରହୀନ ଲୋକମାନେ ଟୁଇଟର୍‌ର ଏମ୍ବେଡ୍‌ ସହିତ ଦିଆଯାଇଥିବା ଇମେଜ୍‌କୁ ଜାଣିପାରିବେ। ଏଥିପାଇଁ ଅଲ୍‌ଟର୍‌ନେଟିଭ୍‌ ଟେକ୍ସ କିମ୍ବା ଅଲ୍‌ଟ ଟେକ୍ସଟ୍‌ର ଏକ ଫଟୋ ବା ଇମେଜ୍‌ର ଲିଖିତ ବିବରଣୀ, ଯାହାକି ସ୍କ୍ରିନ୍‌ ରିଡର୍‌ ସପ୍ଟୱେର୍‌ ଦ୍ବାରା ଉଠା ଯାଇଥାଏ। ଏହାକୁ ଦୃଷ୍ଟିବାଧିତ ଲୋକଙ୍କ ପାଇଁ ବ୍ୟବହାର କରାଯିବ।

ଟୁଇଟର୍‌ରେ ଯେତେବେଳେ କୌଣସି ଫଟୋ ଆଡ୍‌ କରାଯାଏ, ମୋବାଇଲ୍‌ ସ୍କ୍ରିନ୍‌ରେ ଅଲ୍‌ଟର୍‌ନେଟିଭ୍‌ ଟେକ୍ସର ଉପଯୋଗ କରି ତାହାକୁ ଡେସ୍କ୍ରାଇବ୍‌ କରିବା ଅପ୍‌ସନ୍‌ ଥାଏ। ଏହାକୁ ଡିଜିଟାଲ୍‌ ଇମେଜ୍‌ ଡେସ୍କ୍ରିପ୍‌ସନ୍‌ ଭାବେ ଜଣାଯାଏ। ଇମେଜ୍‌ ଡେସ୍କ୍ରିପ୍‌ସନ୍‌ ରିମାଇଣ୍ଡର୍‌ ଏମିତି ଏକ ଫିଚର୍‌, ଯାହାକି ଟୁଇଟର୍‌ ଇମେଜ୍‌ଆଡ୍‌ କରିବା ସମୟରେ ପ୍ରତ୍ୟେକ ଥର ‘ଅଲ୍‌ଟ ଟେକ୍ସ’ ଉପରେ କ୍ଲିକ୍‌ କରିବା ପାଇଁ ଅପସନ୍‌ ଆସିବ। ଏହି ଅପ୍‌ସନ୍‌ ଡେସ୍କ୍ରିପ୍‌ସନ୍‌ ଫଟୋର ନିମ୍ନଭାଗରେ ‘ଏଏ୍‌ଟି’ ଦେଖାଯିବ। ଏହି ନୂଆ ଫିଚର୍ସ ସହିତ ‘ଟୁଇଟର୍‌ କ୍ଲୋଜ୍‌ଡ କ୍ୟାପ୍‌ସନ୍‌ ଟ୍ୟାଗଲ୍‌ ବଟନ୍‌’ ଏବଂ ‘ସ୍ପେସ୍‌ ଓ ଭଏସ୍‌ ଟୁଇଟ୍‌’ରେ ଅଡିଓ କନ୍‌ଭର୍‌ସେସନ୍‌ ଫିଚର୍ସ ମଧ୍ୟ ଆସିଛି।

Leave a comment