ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଶୁପକ୍ଷୀଙ୍କ ପାଇଁ ନୂଆ ପ୍ରୟାସ, ମେଣ୍ଟିବ ଶୋଷ

ବାଲେଶ୍ବର/ସୋର: ଅସହ୍ୟ ତାତି, ମୁଣ୍ଡଫଟା ଗରମରେ ମଣିଷ ତ୍ରାହି ତ୍ରାହି ଡାକୁଛି। ଖରାର ମୁକାବିଲା ପାଇଁ ଘରେ ଫ୍ୟାନ , ଏସି ଲଗେଇ ଶୋଉଛନ୍ତି। ଶୋଷ ଲାଗିଲେ ପାଣି, ଲସି ପିଉଛନ୍ତି। ବାଟରେ ଗଲାବେଳେ ଯଦି ଅତି ଶୋଷ ହୁଏ ରାସ୍ତା କଡର ଟ୍ୟୁୱେଲ ମାଡି ନିଜ ଶୋଷ ମେଣ୍ଟାଉଛନ୍ତି। ଥରେ ଭାବିଲେ ଏଇ ତତଲା ଖରାରେ ପଶୁଟିଏ କଣ କରୁଥିବ। ନଈ, ନାଳ ତ ପୋତି ଗଲାଣି, ପୋଖରୀରେ ପାଣି ବି ଶୁଖି ଆସିଲାଣି ଏମିତି ସମୟରେ ଶୋଷ ହେଲେ ପଶୁଟି କେମିତି ଶୋଷ ମେଣ୍ଟାଇବ। ସେମାନଙ୍କୁ ବି ଶୋଷ ହୁଏ, ସେମାନଙ୍କର ବି ଜୀବନ ଅଛି। ତେଣୁ ପଶୁପକ୍ଷୀଙ୍କୁ ପାଣି ଟୋପେ ପିଆଇବା ପାଇଁ ନୂଆ ପ୍ରୟାସ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆରମ୍ଭ ହୋଇଛି ଏକ ମହତ ଅଭିଯାନ। ଶିଙ୍ଗାଖୁଣ୍ଟା ପଞ୍ଚାୟତର ବିଭିନ୍ନ ସ୍ଥାନରେ ପଶୁଙ୍କ ପାଇଁ ସିମେଣ୍ଟ କୁଣ୍ଡର ବ୍ୟବସ୍ଥା କରାଯାଇଛି। ଏହି ମହତ କାର୍ଯ୍ଯକ୍ରମକୁ ସରପଞ୍ଚ ଅନାଦି ଚରଣ ସାମଲ ଏବଂ ସମିତି ସଭ୍ୟ ପ୍ରଫୁଲ୍ଲ ସେଠୀ ଶୁଭାରମ୍ଭ କରିଥିଲେ। ନୂଆ ପ୍ରୟାସର ସଭାପତି ଜ୍ୟୋତି ରଞ୍ଜନ ଜେନା କାର୍ଯ୍ଯକ୍ରମ ପଛର କାରଣ କହିଥିଲେ ଓ ସମ୍ପାଦକ ରାମକୃଷ୍ଣ ବାରିକ ଅଭିଯାନକୁ ଆଗେଇ ନେଇଥିଲେ। ଏହି ମହତ କାର୍ଯ୍ଯକ୍ରମରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବ୍ୟକ୍ତି ଯୋଗ ଦେଇଥିଲେ। ନୂଆ ପ୍ରୟାସର ସଦସ୍ୟ, ସୁଜିତ ଗିରି, ତପନ ମହାନ୍ତି, ରମାକାନ୍ତ ମହାନ୍ତି, କାହ୍ନା, ଜ୍ୟୋତି ରଞ୍ଜନ ବାରିକ, ଶିବକୃଷ୍ଣ ବାରିକ ସୁନୀଲ ରଞ୍ଜନ ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର କର, ଜହର, ପିତାମ୍ବର, ବସନ୍ତ ସେଠୀ ଆହୁରି ଅନେକ ସାମିଲ ଥିଲେ। ଗାଁ ଗାଁ ବୁଲି ଛାଇ ଜାଗାରେ କୁଣ୍ଡ ଗୁଡିକ ରଖାଯାଇଛି। ଏହି ଉଦ୍ୟକୁ ବିଭିନ୍ନ ମହଲରୁ ସାଧୁବାଦ ଜଣାଯାଇଛି।

Leave A Reply

Your email address will not be published.