ମାର୍ଚ୍ଚ ମାସ ପାଇଁ ଜାରି ହେଲା ଗାଇଡଲାଇନ୍: ବିବାହ ଓ ବ୍ରତ କାର୍ଯ୍ଯରେ ୫ଶହ ଓ ଶେଷକୃତ୍ୟରେ ୨୫୦ ଜଣଙ୍କୁ ଅନୁମତି
ରଙ୍ଗ ଖେଳ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ରାଜ୍ୟ ସରକାର ସୋମବାର ମାର୍ଚ୍ଚ ମାସ ପାଇଁ ଜାରି କରିଛନ୍ତି କୋଭିଡ କଟକଣା । ମନ୍ଦିର, ମସଜିତ ଉପରୁ ସମ୍ପୂର୍ଣ୍ଣ କଟକଣା ହଟିଛି। ଏଥିସହ ରାଜ୍ୟରୁ ନାଇଟ୍ କର୍ଫ୍ୟୁ ହଟିଯାଇଛି।
ଏହା ସହିତ ଧାର୍ମିକ, ସାମାଜିକ ସମାବେଶକୁ ମଧ୍ୟ ଅନୁମତି ମିଳିଛି । ରାଜନୈତିକ ଏବଂ କ୍ରୀଡା ସମାବେଶ ଆୟୋଜନକୁ ଅନୁମତି ମିଳିଛି । ବିବାହ ଓ ବ୍ରତ କାର୍ଯ୍ଯରେ ୫ଶହ ଏବଂ ଶୁଦ୍ଧିକ୍ରିୟାରେ ୨୫୦ ଜଣ ସାମିଲ ହୋଇ ପାରିବେ । କୋଭିଡ କଟକଣା ଭିତରେ ପାଳନ କରାଯାଇପାରିବ ମହାଶିବରାତ୍ରୀ, ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ । ସର୍ବସାଧାରଣ ସାଧାରଣ ସ୍ଥାନରେ ହୋଲି ଭଳି ଉତ୍ସବ ପାଳନ ଉପରେ କଟକଣା ଲଗାଇଛନ୍ତି । ମେଳା, ପ୍ରଦର୍ଶନୀ ଓ ବାଣିଜ୍ୟ ମେଳାକୁ ମଧ୍ୟ ଅନୁମତି ମିଳିଛି ।