ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ୍‌ ମହାମାରୀ ପରେ ନୂଆ ଆହ୍ବାନ: ଦେଶକୁ ଖାଦ୍ୟ ସଙ୍କଟ ଭୟ, ବଜାରରେ ବଢୁଛି ଚାଉଳ, ଅଟା ଦର….

ଋଷ-ୟୁକ୍ରେନ୍‌ ଯୁଦ୍ଧ ବିଶ୍ବ ପାଇଁ ଗମ୍ଭୀର ସଙ୍କଟ ଆଣିଛି:ଆର୍‌ବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ଇତିମଧ୍ୟରେ କୋଭିଡ୍‌ ମହାମାରୀକୁ ୨ ବର୍ଷ ବିତିଗଲାଣି। କୋଭିଡ୍‌ ମହାମାରୀ ସାରା ବିଶ୍ବର ସାମାଜିକ ଓ ଆର୍ଥିକ ସ୍ଥିତିକୁ ପଙ୍ଗୁ କରିଦେଇଛି। ମହାମାରୀର ତୃତୀୟ ଲହରରୁ ଅଣ୍ଟାସଳଖି ଧୀରେ ଧୀରେ ଛିଡା ହେଉଥିବା ବିଶ୍ୱ ସାମ୍ନାରେ ସୃଷ୍ଟି ହୋଇଛି ଏବେ ଆଉ ଏକ ବଡ଼ ଆହ୍ବାନ। ତାହା ହେଉଛି ଖାଦ୍ୟ ଏବଂ ଶକ୍ତି ସଙ୍କଟ। ୟୁରୋପରେ ଲାଗିରହିଥିବା ରୁଷ-ୟୁୁକ୍ରେନ୍‌ ଯୁଦ୍ଧ ଯୋଗୁ ବିଶ୍ୱ ଏକ ଗୁରୁତର ଖାଦ୍ୟ ଏବଂ ଶକ୍ତି ସଙ୍କଟ ଦେଇ ଗତି କରୁଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଅପରପକ୍ଷେ ଭାରତକୁ ମଧ୍ୟ ଏବେ ଖାଦ୍ୟ ସଙ୍କଟ ଭୟ ଘାରିଲାଣି। କାରଣ ବଫର ଷ୍ଟକ୍‌ରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ମହଜୁଦ ଥିବା କେନ୍ଦ୍ର ସରକାର ସର୍ବଦା କହୁଛନ୍ତି। ହେଲେ ଅସଲ କଥା ହେଉଛି ବଫର ଷ୍ଟକ୍‌ରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଶସ୍ୟ ମହଜୁଦ ଥିଲେ ସୁଦ୍ଧା ବର୍ତ୍ତମାନ ବଜାରରେ ଗହମ ଏବଂ ଚାଉଳ ଦର ବୃଦ୍ଧି ପାଇବାରେ ଲାଗିଛି, ଯାହା କେନ୍ଦ୍ର ସରକାରଙ୍କ ବିବୃତି ସହ ଆଦୌ ମେଳ ଖାଉନାହିଁ। ଏହାବାଦ୍‌ କେନ୍ଦ୍ର ସରକାରୀ ଏଜେନ୍ସିଗୁଡିକର ଗୋଦାମରେ ମହଜୁଦ ଥିବା ଗହମ ଷ୍ଟକ୍‌ ଅକ୍ଟୋବରରେ ୧୪ ବର୍ଷର ସର୍ବନିମ୍ନ ସ୍ତରରେ ରହିଥିଲା। ଇତିମଧ୍ୟରେ ଘରୋଇ ବଜାରରେ ଚାଉଳ(ଉଷୁନା) କିଲୋ ପିଛା ୩୫ ଟଙ୍କା ଏବଂ ଅଟା କିଲୋ ୪୫ ଟଙ୍କା ଛୁଇଁଲାଣି। ଅପରପକ୍ଷେ ଶକ୍ତି ଅଭାବ କୌଣସି ମତେ ସରାକରଙ୍କ ପାଇଁ କମ୍‌ ଆହ୍ବାନ ସୃଷ୍ଟି କରିନାହିଁ। ଆରବିଆଇର ଅର୍ଥନୀତି ଏବଂ ନୀତି ଅନୁସନ୍ଧାନ ବିଭାଗର ବାର୍ଷିକ ଅନୁସନ୍ଧାନ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନକୁ ସମ୍ବୋଧିତ କରି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଲେ, ୟୁରୋପରେ ଚାଲିଥିବା ଯୁଦ୍ଧ ସମସ୍ତଙ୍କ ନୂଆ ଆହ୍ବାନ ସୃଷ୍ଟି କରିଛି। ହଠାତ୍ ବିଶ୍ୱ ଏକ ଗୁରୁତର ଖାଦ୍ୟ ଏବଂ ଶକ୍ତି ସଙ୍କଟ ଦେଇ ଗତି କରୁଛି। ଏହି ସଙ୍କଟ ଏପରି ଏକ ସମୟରେ ଆସିଛି ଯେତେବେଳେ କୋଭିଡ -୧୯ର ତୃତୀୟ ତରଙ୍ଗ ପରେ ଅର୍ଥନୀତି ସ୍ୱାଭାବିକ ଅବସ୍ଥାକୁ ଫେରିବାକୁ ଯାଉଛି।

ଦ୍ରୁତ ଗତିରେ ପରିବର୍ତ୍ତନଶୀଳ ଭୂ-ରାଜନୈତିକ ପରିସ୍ଥିତି ଯୋଗୁଁ ବିଶ୍ୱ ଅର୍ଥନୀତିର ଖଣ୍ଡବିଖଣ୍ଡନ ରୂପରେ ଏକ ନୂତନ ବିପଦ ସୃଷ୍ଟି ହୋଇଥÒବା ଶ୍ରୀ ଦାସ କହିଛନ୍ତି। ଅପରପକ୍ଷେ ଚଳିତବର୍ଷ ଖରାଦିନରେ ପ୍ରତିକୂଳ ଜଳବାୟୁ ଯୋଗୁ ଦେଶରେ ଧାନ ଏବଂ ଗହମ ଉତ୍ପାଦନ ପ୍ରଭାବିତ ହୋଇଛି। ଏଥିଯୋଗୁ ଖାଦ୍ୟ ମୁଦ୍ରାସ୍ଫୀତି ୨୨ ମାସର ସର୍ବୋଚ୍ଚ ସ୍ତର ଛୁଇଁଥିଲା। ଅପରପକ୍ଷେ ସରକାରଙ୍କ ଦ୍ବାରା ଧାନ ଏବଂ ଗହମ ସଂଗ୍ରହ ଧାର୍ଯ୍ୟ ଲକ୍ଷ୍ୟର ପାଖପାଖି ଅଧା ଭାଗ ପୂରଣ ହୋଇଛି। ୟୁକେନ୍‌ ସଙ୍କଟ ଯୋଗୁ ରପ୍ତାନୀ ଚାହିଦା ବଢ଼ୁଥିବା ଯୋଗୁ ଚାଷୀମାନେ ସରକାର ମଣ୍ଡିକୁ ଛାଡି ଘରୋଇ ବ୍ୟବସାୟୀଙ୍କୁ ପ୍ରଚୁର ମାତ୍ରାରେ ଦାନ ଓ ଗହମ ବ୍ରିକି କରିଛନ୍ତି। ଏହାସତ୍ତ୍ବେ ଚାଉଳ ଉପଲବ୍‌ଧତା ଘରୋଇ ଚାହିଦା ପୂରଣ କରିବାରେ ସକ୍ଷମ ରହିଥିବାବେଳେ ଗହମ ଷ୍ଟକ୍‌ ବିଗତ ୧୪ ବର୍ଷରେ ସର୍ବନିମ୍ନ ରହିଥିଲା।ଚଳିତବର୍ଷ ମାର୍ଚ୍ଚରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଗହମ ଉତ୍ପାଦନ ପ୍ରଭାବିତ ହୋଇଥିଲା। ଏହାପରେ ମେ’ ମାସ ବେଳକୁ ଗହମ ଯୋଗାଣ ତୀବ୍ର ଗତିରେ ହ୍ରାସ ପାଇଥିଲା। ତେଣୁ ଏସବୁ ଲକ୍ଷଣ ଆଗାମୀ ଦିନରେ ଦେଶରେ ଖାଦ୍ୟ ସଙ୍କଟକୁ ପ୍ରବର୍ତ୍ତାଉଥିବା ଅନୁମେୟ ହେଉଛି।

ଏସବୁବାଦ୍‌ ଚଳିତବର୍ଷ ଦେଶରେ ଦେଖାଦେଇଥିବା ଶକ୍ତି ସଙ୍କଟ କଥା ଆଉ କାହାକୁ ଅଛପା ନାହିଁ। ବିଦ୍ୟୁତ ପ୍ଲାଣ୍ଟଗୁଡିକରେ କୋଇଲା ଅଭାବ ପୂର୍ବର ସବୁ ରେକର୍ଡ ଭାଙ୍ଗଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ଅଧା ଉତ୍ତର ଭାରତ ଅନ୍ଧାରରେ ରହିଥିଲା। ଉତ୍ତରପ୍ରଦେଶଠାରୁ ଆରମ୍ଭ କରି ଦିଲ୍ଲୀ, ପଞ୍ଜାମ ,ହରିୟାଣା ଏବଂ ହିମାଞ୍ଚଳ ପ୍ରଦେଶ ଆଦି ରାଜ୍ୟରେ ବିଜୁଳି ସଙ୍କଟ ଶିଳ୍ପ ସଂସ୍ଥାରେ ତାଲା ପକାଇ ଦେଇଥିଲା। ବର୍ତ୍ତମାନ ବର୍ଷା ଋତୁ ସରିଯାଇଛି। ଶୀତ ପରେ ଗ୍ରୀଷ୍ମ ଆସିଯିବ। ଚଳିତଥର ଅନିୟମିତ ବର୍ଷା ମଧ୍ୟ ଆଗାମୀ ଦିନରେ ଦେଶରେ ପୁନର୍ବାର ଶକ୍ତି ସଙ୍କଟ ସୃଷ୍ଟି କରିବ।

Leave A Reply

Your email address will not be published.