ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଜେଡିର ସାଙ୍ଗଠନିକ ସ୍ତରରେ ନୂଆ ନିଯୁକ୍ତି : ୩ ବରିଷ୍ଠ ସାଧାରଣ ସମ୍ପାଦକ, ୪ ସାଧାରଣ ସମ୍ପାଦକ, ୭ ସମ୍ପାଦକ ନିଯୁକ୍ତ

ଭୁବନେଶ୍ବର : ବିଜୁ ଜନତା ଦଳରେ ନେତାଙ୍କୁ ମିଳିଲା ନୂଆ ପଦବୀ। ବିଭିନ୍ନ ସାଂଗଠନିକ ପଦ ପାଇଁ ଦଳରେ ୩ଜଣଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ, ୪ଜଣଙ୍କୁ ସାଧାରଣ ସମ୍ପାଦକ ଓ ୭ ଜଣଙ୍କୁ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି । ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି ଏବଂ ପ୍ରଫୁଲ୍ଲ ମାଝିଙ୍କୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ।

ସେହିଭଳି ଅରିନ୍ଦମ ରୟ(କଟକ) , ଧନୁର୍ଜୟ ସିଦ୍ଧୁ (କେନ୍ଦୁଝର), ଚନ୍ଦ୍ର ଶେଖର ମାଝି (କୋରାପୁଟ) ଓ କୌଳାଶ ଚନ୍ଦ୍ର କୁଳେଶିକାଙ୍କୁ (କୋରାପୁଟ) ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି । ଅନ୍ୟପଟେ ସମ୍ପାଦକ ଭାବେ ବିଶ୍ୱରଞ୍ଜନ ମଲ୍ଲିକ (ଯାଜପୁର), ରମେଶ ଚନ୍ଦ୍ର ପରିଡ଼ା, (ଯାଜପୁର), ପ୍ରଦୀପ ସାହୁ (ଖୋର୍ଦ୍ଧା), ଦିଲ୍ଲୀପ କୁମାର ସାହୁ (ମୟୂରଭଞ୍ଜ), ମହେଶ ହେମ୍ୱ୍ରମ୍ (ମୟୂରଭଞ୍ଜ), ପ୍ରିୟବ୍ରତ ସାମନ୍ତରାୟ (ପୁରୀ)ଙ୍କୁ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଯୁକ୍ତି ଦିଆଯାଇଥିବା ବେଳେ, ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ମାନସ ମଙ୍ଗରାଜ( ସାଧାରଣ ସମ୍ପାଦକ,ଗଣମାଧ୍ୟମ ବ୍ୟାପାର) ଅବଗତ କରାଇଛନ୍ତି ।

Leave A Reply

Your email address will not be published.