ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଟ୍‌ ୟୁଜି ପରୀକ୍ଷା ଫଳ: ୫୬.୩ ପ୍ରତିଶତ ଉତ୍ତୀର୍ଣ୍ଣ : ତନିଶ୍କା ସର୍ବଭାରତୀୟ ଟପ୍ପର

ଭୁବନେଶ୍ବର : ବିଭିନ୍ନ ମେଡିକାଲ ଶିକ୍ଷାନୁଷ୍ଠାନରେ ୟୁଜି ନାମଲେଖା ପାଇଁ ନିଟ୍ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏନଟିଏ ପକ୍ଷରୁ ଫଳ ପ୍ରକାଶିତ ହୋଇଥିବା ବେଳେ ହରିୟାଣାର ଝିଅ ତନିଶ୍କା ୭୧୫ (୯୯.୯୯%) ନମ୍ବର ରଖି ଦେଶରେ ଟପ୍ପର ହୋଇଛନ୍ତି। ସେହିପରି ପ୍ରୀୟ ସୋମଦତ୍ତ ନାୟକ ଓଡିଶା ଟପ୍ପର ହୋଇଥିବା ଏନଟିଏ ଦର୍ଶାଇଛି। ଚଳିତବର୍ଷ ସମଗ୍ର ଦେଶରୁ ମୋଟ ୧୭ ଲକ୍ଷ ୬୪ହଜାର ୫୭୧ ଛାତ୍ରଛାତ୍ରୀ ନିଟ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୩ ହଜାର ୬୯ ଜଣ ପିଲା କୃତକାର୍ଯ୍ୟ ହୋଇଛନ୍ତି।

ଓବିସି ବର୍ଗରେ ୪ଲକ୍ଷ ୪୭ ହଜାର ୭୫୩ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସାଧାରଣ ବର୍ଗରେ ୨ଲକ୍ଷ ୮୨ ହଜାର ୧୮୪, ଆର୍ଥିକ ପଛୁଆବର୍ଗରେ ୮୪ ହଜାର ୭୦ ଏସସି ବର୍ଗରେ ୧ଲକ୍ଷ ୩୧ ହଜାର ୭୬୭, ଏସଟି ବର୍ଗରେ ୪୭ ହଜାର ୨୯୫, ଏବଂ ଦିବ୍ୟାଙ୍ଗ ବର୍ଗରେ ୨୮୧୭ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଚଳିତବର୍ଷ ନିଟ କୃତକାର୍ଯ୍ୟ ହାର ୫୬.୩% ରହିଛି। ଛାତ୍ରଛାତ୍ରୀ ସେମାନଙ୍କ ପରୀକ୍ଷା www.nta.neet.ac.in ମାଧ୍ୟମରେ ପାଇ ପାରିବେ ବୋଲି ଏନଟିଏ କହିଛି।

Leave A Reply

Your email address will not be published.