ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁଷ୍କର୍ମ ଅଭିଯୋଗରେ ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଖେଳାଳି ସନ୍ଦୀପ ଲାମିଛାନେ ଗିରଫ

କାଠମାଣ୍ଡୁ: ନେପାଳ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ତଥା ଆଇପିଏଲ୍ ଖେଳାଳି ସନ୍ଦୀପ ଲାମିଛାନେ ଗିରଫ । ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ସନ୍ଦୀପ ଲାମିଛାନେଙ୍କୁ ପୋଲିସ ଗିରଫ କରିଛି । ତେବେ ସନ୍ଦୀପ ନିଜ ଦେଶକୁ ଫେରିବା ପରେ ଗୁରୁବାର ସକାଳୁ ପୋଲିସ ତାଙ୍କୁ ତ୍ରିଭୁବନ ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଗିରଫ କରିଥିବା ଜଣାପଡିଛି ।

ନେପାଳ ପୋଲିସର ମୁଖପାତ୍ର ଟେକ୍ ପ୍ରସାଦ ରାୟ ଗଣମାଧ୍ୟମକୁ କହିଛନ୍ତି ଯେ କାତାର ଏୟାରୱେଜର ଏକ ଫ୍ଲାଇଟରେ ପହଞ୍ଚିବା ପରେ ଲାମିଛାନେଙ୍କୁ କାଠମାଣ୍ଡୁର ତ୍ରିବୁଭନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ଆସନ୍ତା ରବିବାର ଲାମିଛାନେଙ୍କୁ କୋର୍ଟରେ ହାଜର କରାଯିବ ।

ସୂଚନା ଅନୁସାରେ, ନେପାଳର ଏହି କ୍ରିକେଟର ଜଣେ ୧୭ ବର୍ଷୀୟ ନାବାଳିକାକୁ କାଠମାଣ୍ଡୁର ଏକ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଥିଲା । ଏନେଇ ନାବାଳିକା ଜଣକ ଗୌଶାଳା ମହାନଗର ପୋଲିସ ସର୍କଲରେ ଏଫଆଇଆର କରିଥିଲେ । ଏଫଆଇଆରରୁ ମିଳିଥିବା ସୂଚନା ମୁତାବକ, ସନ୍ଦୀପ ଲାମିଛାନେ ଅଗଷ୍ଟ ୨୧ ତାରିଖରେ କାଠମାଣ୍ଡୁ ଓ ଭକ୍ତପୁରର ବିଭିନ୍ନ ସ୍ଥାନକୁ ନେଇଥିଲେ । ସେହିଦିନ ରାତିରେ ସେ ଏକ ହୋଟେଲରେ ଉକ୍ତ ନାବାଳିକା ସହ ଦୁଷ୍କର୍ମ କରିଥିଲେ ।

ସୂଚନାଯୋଗ୍ୟ ଯେ, ସନ୍ଦୀପ ଲାମିଛାନେ ନେପାଳ କ୍ରିକେଟ୍ ଟିମର ଅଧିନାୟକ ରହିସାରିଛନ୍ତି । ୨୦୧୮ରେ ଆଇପିଏଲର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ମନୋନୀତ ହେବା ପରଠାରୁ ସନ୍ଦୀପ ଲାମିଛାନେ ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିଲେ । ନେପାଳର ପ୍ରଥମ କ୍ରିକେଟର ଭାବେ ଲାମିଛାନେ ଆଇପିଏଲରେ ଖେଳିବାରେ ଗୌରବ ଅର୍ଜନ କରିଥିଲେ । ଗତ କିଛି ଦିନ ହେବ ସେ ଜାମାଇକାରେ କାରିବିଆନ୍ ପ୍ରିମିୟର ଲିଗ୍ ଖେଳୁଥିଲେ।

Leave A Reply

Your email address will not be published.