ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟି ପିଟି ନିର୍ମମଭାବେ ହତ୍ୟାକଲେ ପଡୋଶୀ

କେନ୍ଦ୍ରାପଡା: ସାମାନ୍ୟ ବଚସାରୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ମୁତାବକ, ବଳଦେବଜୀଉ କମ୍ଭାର ଖଣ୍ଡି ଅଞ୍ଚଳର ରବୀନ୍ଦ୍ର ବେହେରାଙ୍କୁ ତାଙ୍କ ପଡୋଶୀର କେତେଜଣ ସାମାନ୍ୟ ବଚସାରୁ ମାଡ଼ ମାରି ହତ୍ୟା କରିଥିବା ନେଇ ପତ୍ନୀ ଅମ୍ବିକା ବେହେରା ଅଭିଯୋଗ କରିଛନ୍ତି l ମୃତ ରବିନ୍ଦ୍ରଙ୍କ ଘର ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟିକୁ ନେଇ ବିବାଦ ହୋଇଥିଲା l ବିଦ୍ୟୁତ ତାର ଟାଣିବାକୁ କେନ୍ଦ୍ର କରି ପଡୋଶୀ ଆଉ ରବିନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା l ଏହାପରେ ପଡୋଶୀ ପରିବାରର କେତେଜଣ ମିଳିମିଶି ରବିନ୍ଦ୍ରଙ୍କୁ ପିଟିଥିଲେ l ଏହାଫଳରେ ରବୀନ୍ଦ୍ର ତଳେ ପଡିଯାଇଥିଲେ l ତାଙ୍କ ପତ୍ନୀ କାନ୍ଦିବାରୁ ଅଭିଯୁକ୍ତମାନେ ରବୀନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ଜାଣି ଛାଡି ଦେଇଥିଲେ l ଏହାପରେ ପତ୍ନୀ ଅମ୍ବିକା ଆମ୍ବୁଲାନ୍ସ ଡାକି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ l ସେଠାରେ ଡାକ୍ତର ରବିନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ l ଏନେଇ ପତ୍ନୀ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମୃତ ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି l ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ପୋଲିସ l ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିବା ନେଇ ଅମ୍ବିକାଙ୍କୁ କହିଛି ପୋଲିସ l

Leave a comment