ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାନୁଆରୀ ୧୨ରୁ ଆରମ୍ଭ ହେବ ନିଟ୍- ପିଜି କାଉନ୍‌ସେଲିଂ

ନୂଆଦିଲ୍ଲୀ: ଜାନୁୟାରୀ ୧୨ରୁ ୨୦୨୧-୨୦୨୨ ପାଇଁ ନିଟ୍- ପିଜି କାଉନ୍‌ସେଲିଂ ଆରମ୍ଭ ହେବ। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ରବିବାର ଟ୍ବିଟ କରି ସୂଚନ ଦେଇଛନ୍ତି।


ସୂଚନା ଅନୁଯାୟୀ, ନିଟ୍ ପିଜି କାଉନସେଲିଂ ପ୍ରକ୍ରିୟା ଖୁବଶୀଘ୍ର ଆରମ୍ଭ ହେବା ନେଇ ସୁପ୍ରିମକୋର୍ଟ ୨ଦିନ ପୂର୍ବରୁ ସବୁଜ ସଙ୍କେତ ଦେଇଥିଲେ। ଓବିସି ବର୍ଗଙ୍କ ନିମନ୍ତେ ୨୭% ଏବଂ ଇଡବ୍ଲ୍ୟୁଏସଙ୍କ ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା ଚଳିତ ଶିକ୍ଷା ବର୍ଷ ନିମନ୍ତେ ଅପରିବର୍ତ୍ତିତ ରହିବ ରାୟ ଦେବା ପରେ ନିଟ- ପିଜି କାଉନ୍‌ସେଲିଂ ପାଇଁ ବାଟ ଫିଟିଥିଲା। ଆଡମିଶନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହାର ଜରୁରୀ ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥିଲେ।

Leave A Reply

Your email address will not be published.