ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଇତିହାସ ରଚିଲେ ସୁନା ପୁଅ ନୀରଜ ଚୋପ୍ରା : ପ୍ରଥମ ଭାରତୀୟ ଭାବେ ଜିତିଲେ ଐତିହାସିକ ଡାଇମଣ୍ଡ ଲିଗ୍‍ ଫାଇନାଲ୍ସ ଟ୍ରଫି

ଜୁରିକ : ଟୋକିଓ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଜାଭେଲିନ ଫିଙ୍ଗାଳୀ ନୀରଜ ଚୋପ୍ରା ତାଙ୍କ ଜ୍ଜ୍ୱାଜଲ୍ୟମୟ କ୍ୟାରିୟରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ଆଥ୍‍ଲେଟ୍‍ ଭାବେ ନୀରଜ ସମ୍ମାନଜନକ ଡାଇମଣ୍ଡ ଲିଗ୍‍ ଫାଇନାଲ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିଛନ୍ତି। ଗୁରୁବାର ସୁଇଜରଲାଣ୍ଡର ଜୁରିକରେ ଅନୁଷ୍ଠିତ ହାଇପ୍ରୋଫାଇଲ୍‍ ଫାଇନାଲ୍ସରେ ଏହି ତାରକା ଭାରତୀୟ ଆଥ୍‍ଲେଟ୍‍ ୮୮.୪୪ ମିଟର୍‍ ଜାଭେଲିନ୍‍ ଫିଙ୍ଗି ଶୀର୍ଷ ସ୍ଥାନ ହାସଲ କରିଥିଲେ।

ସେ ତାଙ୍କ ଦ୍ୱିତୀୟ ପ୍ରୟାସରେ ଏହି ଦୂରତା ହାସଲ କରିଥିଲେ। ନୀରଜଙ୍କ ପ୍ରଥମ ପ୍ରାୟସ ଫାଉଲ୍‍ ଯାଇଥିଲା। ଏହାପରେ ସେ ପର୍ଯ୍ୟାୟକ୍ରମେ ୮୮.୪୪, ୮୮.୦, ୮୬.୧୧, ୮୭.୦ ମିଟଟର ଜାଭେଲିନ ଫିଙ୍ଗିଥିଲେ। ଏଥିମଧ୍ୟରୁ ଦ୍ୱିତୀୟ ପ୍ରୟାସରେ ହାସଲ କରିଥିବା ୮୮.୪୪ ମିଟର ଉପରକୁ ଅନ୍ୟକୌଣସି ପ୍ରତିଯୋଗୀ ଟପିପାରି ନ ଥିଲେ। ଅଲିମ୍ପିକ ରୌପ୍ୟ ପଦକ ବିଜେତା ଚେକ୍‍ ରିପବ୍ଲିକର ଜାକୁବ ଭାଡଲେଜଚ ୮୬.୯୪ ମିଟର ସହ ଦ୍ୱିତୀୟ ଓ ଜର୍ମାନୀର ଜୁଲିଆନ ୱେବର ୮୩.୭୩ ମିଟର ସହ ୩ୟ ସ୍ଥାନରେ ରହିଥିଲେ। ୨୪ ବର୍ଷୀୟ ଭାରତୀୟ ସେନାର ଏହି ଅଧିକାରୀ ବର୍ତ୍ତମାନ ବିଶ୍ୱର ପ୍ରମୁଖ ପ୍ରତିଯୋଗିତା ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ, ବିଶ୍ୱ ଚାମ୍ପିଅନ୍‍ସିପ୍‍ରେ ରୌପ୍ୟ, ଗତ ମାସରେ ଡାଇମଣ୍ଡ ଲିଗ୍‍ରେ ଟାଇଟଲ୍‍ ଜିତିଥିଲେ।

Leave A Reply

Your email address will not be published.