ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚାଇନା ଛାଡିବେ ୟୁରୋପୀୟ କମ୍ପାନୀ, ପ୍ରତି ୪ରୁ ଗୋଟିଏ କମ୍ପାନୀ ଉଠାଇନେବେ ୟୁନିଟ୍‌

ନୂଆଦିଲ୍ଲୀ : କରୋନା ମହାମାରୀର ବିପଦ ଚାଇନାର ପିଛା ଛାଡୁନି। ମହାମାରୀ ପାଇଁ ଲାଗିଥିବା ଲକ୍‌ଡାଉନ୍‌ ଦେଶରେ ବ୍ୟବସାୟିକ କାର୍ଯ୍ୟକଳାପକୁ ବିଶେଷ ଭାବେ ପ୍ରଭାବିତ କରିଛି। ଏହା ପ୍ରଭାବ ସ୍ବରୂପ ୟୁରୋପୀୟ କମ୍ପାନୀଗୁଡିକ ଏବେ ବିଶ୍ବର ଏହି ଦ୍ବିତୀୟ ବୃହତ୍‌ ଅର୍ଥନୀତି ଥିବା ରାଷ୍ଟ୍ର ଛାଡିବାକୁ ବିଚାର କରୁଛନ୍ତି। ରିପୋର୍ଟ ଅନୁଯାୟୀ ୟୁରୋପୀୟ କ୍ଷେତ୍ରର ପ୍ରତି ଚାରୋଟିରୁ ଗୋଟିଏ କମ୍ପାନୀ ଚାଇନାରୁ ସେମାନଙ୍କର ବ୍ୟବସାୟିକ ୟୁନିଟ୍‌ ଉଠାଇନେବାକୁ ବିଚାର କରୁଛନ୍ତି। ଚାଇନାସ୍ଥିତ ୟୁରୋପୀୟ ଚାମ୍ବର ଅଫ୍‌ କମର୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏଭଳି ସ୍ଥିତିରେ କମ୍ପାନୀଗୁଡିକ ଚାଇନାରୁ ସେମାନଙ୍କର ନିବେଶ ଅନ୍ୟତ୍ର ସ୍ଥାନାନ୍ତର କରିନେବାକୁ ନିଷ୍ପତ୍ତି ନେଇଛନ୍ତି।

କରୋନା ମହାମାରୀ ପାଇଁ ସଂଘାଇରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗିଛି। ଏଥିଯୋଗୁ ସେଠାରେ କମ୍ପାନୀଗୁଡିକର ବ୍ୟବସାୟ ପ୍ରଭାବିତ ହେଉଛି। ୟୁରୋପର ୧୬% କମ୍ପାନୀ ସେମାନଙ୍କର ବ୍ୟବସାୟକୁ ଦକ୍ଷିଣ ପୂର୍ବ-ଏସିଆ,୧୮% ଏସୀୟ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର, ୧୯% ୟୁରୋପ,୧୨% ଉତ୍ତର ଆମେରିକା ଏବଂ ୧୧% ଦକ୍ଷିଣ ଏସିଆକୁ ସ୍ଥାନାନ୍ତର କରିନେବାକୁ ବିଚାର କରୁଥିବା ରିପୋର୍ଟରୁ ଜଣାଯାଇଛି। ଚାମ୍ବରର ଉପସଭାପତି ବେଟିନା ସ୍କୋନ୍‌-ବେହାନ୍‌ଜିନ୍‌ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସାରା ବିଶ୍ବ ଚାଇନାକୁ ଅପେକ୍ଷା କରିପାରିବନାହିଁ।

Leave A Reply

Your email address will not be published.