ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ହସ୍ପିଟାଲରେ ଭର୍ତ୍ତି ହେଲେ ଏନ୍‌ସିପି ପ୍ରମୁଖ ଶରଦ ପାଓ୍ଵାର,

ନୂଆଦିଲ୍ଲୀ: ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ନେତା ଶରଦ ପାୱାର । ଏନସିପି ମୁଖ୍ୟ ଶରଦ ପାୱାର ନିଜ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ପିତ୍ତକୋଷରେ ସମସ୍ୟା ଉପୁଜିଥିବା କଥା ଡାକ୍ତରୀ ପରୀକ୍ଷାରୁ ଜଣାପଡ଼ିଛି ଏବଂ ଏଥିପାଇଁ ଅସ୍ତ୍ରୋପଚାର କରାଯିବ ବୋଲି ଦଳ ସୂଚନା ଦେଇଛି। କର୍କଟ ରୋଗରୁ ସୁସ୍ଥ ହୋଇଥିବା ୮୦ ବର୍ଷୀୟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ପଓ୍ଵାର୍‌ ଆରୋଗ୍ୟ ହେବା ନିମନ୍ତେ ୨୦୦୪ରେ ଅସ୍ତ୍ରୋପଚାର କରାଇଥିଲେ।

ଏ ନେଇ ନବାବ ମଲ୍ଲିକ ଟ୍ଵିଟ୍‌ରେ କହିଛନ୍ତି, ଶରଦ ପାଓ୍ଵାରଙ୍କୁ ଏଣ୍ଡୋସ୍କୋପି ପାଇଁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ହେବ। ସେ ଏହା ମଧ୍ୟ ଜଣାଇଛନ୍ତି କି, ଶରଦ ପାଓ୍ଵାର ରକ୍ତକୁ ପତଳା କରିଦେବା ଭଳି ଔଷଧ ଖାଉଥିଲେ, ଯଦ୍ଦ୍ଵାରା ଏହି ସମସ୍ୟା ପରେ ଏବେ ଡାକ୍ତରଙ୍କ ପରାମର୍ଶ କ୍ରମେ ଏହାକୁ ରୋକି ଦିଆଯାଇଛି। ହସ୍ପିଟାଲରେ ଭର୍ତ୍ତି ହେବା ଯୋଗୁ ଶରଦ ପାଓ୍ଵାରଙ୍କ ସମସ୍ତ କାର୍ଯ୍ୟକ୍ରମକୁ ଆଗାମୀ ନୋଟିସ୍‌ ଜାରି ହେବା ପର୍ଯ୍ୟନ୍ତ ରଦ୍ଦ କରି ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରରେ ଏବେ ଏନସିପି ଘୋର ରାଜନୈତିକ ସଂକଟ ଭିତରେ ଗତି କରୁଛି । ଏନଆଇଏ ଆଣ୍ଟିଲିଆ ଏବଂ ସଚିନ ବାଜେ ମାମଲାରେ ଯାଂଚ ଜାରି ରଖିଛି । ଏହି କେସରେ ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ଓ ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ଉପରେ ଆରୋପ ଲାଗିଛି । ଯାହାକୁ ନେଇ ମହାରାଷ୍ଟ୍ରରେ ଶାସନ ଟଳମଳ ହେବା ଭଳି ସ୍ଥିତି ଉପୁଜିଛି । ଏଭଳି ସ୍ଥିତିରେ ଶରଦ ପାୱାର ଅସୁସ୍ଥ ହେବା ଏନସିପି ନେତାଙ୍କ ଚିନ୍ତା ବଢାଇଛି ।

 

Leave A Reply

Your email address will not be published.