ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଡ୍ରଗ୍ସ ମାମଲାରେ ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନକୁ ଗିରଫ କଲା ଏନସିବି

ମୁମ୍ବଇ : ମୁମ୍ବଇରେ ହାଇପ୍ରୋଫାଇଲ ଡ୍ରଗ୍ସ ପାର୍ଟି ମାମଲାରେ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନଙ୍କୁ ଗିରଫ କରିଛି। ଦୀର୍ଘ ସମୟ ଧରି ପଚରାଉଚରା ପରେ ଆର୍ୟ୍ୟନଙ୍କୁ ଗିରଫ କରିଛି ଏନସିବି । ଆର୍ୟ୍ୟନଙ୍କ ସମେତ ୮ ଜଣ ଗିରଫ ହୋଇଥିବା ସୂଚନା ମିଳିଛି। ଗତକାଲି ଗୋଟିଏ ଜାହାଜରେ ପାର୍ଟିରେ ଡ଼୍ରଗ୍ସ ନିଆଯାଉଥିବା ସୁଚନା ପାଇ ଅଚାନକ ଚଢାଉ କରିଥିଲା ଏନସିବି । ପରେ ଏହି ମାମଲାରେ ଶାହାରୁକ୍ ଖାନ୍ ଙ୍କ ପୁଅ ଆର୍ୟ୍ୟନ ଖାନ୍ ଥିବା ଜଣାପଡ଼ିବା ପରେ ଅଧିକ ତଦନ୍ତ ଆରମ୍ଭ ହୋଇଥିଲା ଏପରିକି ତାଙ୍କ ଫୋନ୍ ମଧ୍ୟ ଜବତ କରାଯାଇଥିଲା । ତେଣୁ ବର୍ତ୍ତମାନ ତାଙ୍କୁ ଗିରଫ କରିଛି ଏନସିବି ।


ସୁଚନା ଅନୁସାରେ ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ଗତକାଲି ମୁମ୍ବାଇ ରୁ ଗୋଆ ଯାଉଥିବା ଗୋଟିଏ ଜାହାଜରେ ହେଉଥିବା ଡ଼୍ରଗ୍ସ ପାର୍ଟି ଉପରେ ଚଢାଉ କରାଯାଇଥିଲା । ଏହି ପାର୍ଟି ୩ଦିନ ପାଇଁ ଆୟୋଜନ କରାଯାଇଥିଲା । ଯେଊଁଥିରେ ନାଚ,ଗୀତ ଠାରୁ ଆରମ୍ଭ କରି ଡ଼୍ରଗ୍ସ ମଧ୍ୟ କାରବାର କରାଯାଉଥିଲା । ହେଲେ ଠିକ୍ ଏହି ସମୟରେ ଯାତ୍ରୀ ଭାବରେ ପହଂଚିଥିଲେ ଏନ୍‌ସିବି ର ଗୋଟିଏ ଟିମ୍ ପରେ ଜାଣିବାକୁ ପାଇଥିଲେ ଯେ ସେଠାରେ ବଲିଉଡ଼୍ ,ଫ୍ୟାସନ୍ ଓ ବଡ଼ ବଡ଼ ବ୍ୟବସାୟୀ ଲୋକମାନେ ସାମିଲ୍ ଥିଲେ ।

ତେବେ ଏହି ମାମଲାରେ ପୁଲିସ୍ ୮ ଜଣ ଲୋକଙ୍କୁ ଗିରଫ କରିସାରିଲାଣି । ଏନସିବିର ଜଣେ ବରିଷ୍ଟ ଅଧିକାରୀ କହିଛନ୍ତି ଯେ ଗତକାଲି କାଁର୍ଡ଼େଲିୟା ଜାହାଜରେ ଚଢାଉ କରାଯାଇଥିଲା ଓ ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ମଧ୍ୟ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣ ମହିଳାଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି । ଏହା ସହିତ ୬ ଜଣ ପାର୍ଟି ନିୟୋଜକଙ୍କୁ ମଧ୍ୟ ଅଟକ ରଖାଯାଇଛି ଏବଂ ଆଜି ସେମାନଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ଏହାକୁ ନେଇ ଅଧିକ ଖୋଳତାଡ଼ ମଧ୍ୟ ଜାରୀ ରହିଛି ।

Leave A Reply

Your email address will not be published.