ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଦଳୀ ଚୋରିରୁ ହତ୍ୟାକାଣ୍ଡ: ୧ ମୃତ, ୧ ଗୁରୁତର

ଖଣ୍ଡପଡ଼ା/ଭାପୁର: ନିଜ ବାଡ଼ିରୁ ଅନ୍ୟ ଜଣେ ଯୁବକ ରାତିରେ କଦଳୀ ଚୋରି କରିନେଉଥିବାର ଦେଖି ଏହାକୁ ବିରୋଧ କରିବାରୁ ଚୋରର ଛୁରାମାଡ଼ରେ ଯୁବକଙ୍କର ମୃତ୍ୟୁ ହୋଇଛି। ନୟାଗଡ଼ ଜିଲ୍ଲା ଖଣ୍ତପଡ଼ା ଥାନା ବେଣାଗାଡ଼ିଆ ପଞ୍ଚାୟତ କାଦୁଆ ଗ୍ରାମର ରମେଶ ମଲ୍ଲିକ(୨୫)ଙ୍କ ବାଡ଼ିରୁ ମଙ୍ଗଳବାର ରାତି ୧୧ ଟା ସମୟରେ ବେଣାଗାଡ଼ିଆ ଗ୍ରାମର ପ୍ରଭାତ ସ୍ୱାଇଁ ଓରଫ କାଠିଆ(୩୦) କଦଳୀ ଚୋରି କରୁଥିଲେ । ଏହା ଜାଣିପାରି ରମେଶ ବିରୋଧ କରିବାରୁ ଘଟଣାସ୍ଥଳରେ ଗଣ୍ତଗୋଳ ହୋଇଥିଲା । ଚୋରି କରିବାକୁ ଆସିଥିବା ପ୍ରଭାତର ଛୁରାମାଡ଼ରେ ରମେଶଙ୍କ ମୃତ୍ୟୁ ଘଟିଛି। ରମେଶର ଭାଇ ବାବୁଲି(୨୨)ଗୁରୁତର ହୋଇ ନୟାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତକୁ ଫତେଗଡ଼ ଥାନା କରବର ଗ୍ରାମରୁ ବୁଧବାର ସକାଳୁ ଗିରଫ କରାଯାଇଛି।

Leave A Reply

Your email address will not be published.