ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପରୀକୁ କିପରି ହତ୍ୟା କଲା ନିଜ ମୁହଁରେ ସତ ମାନିଲା ସୈତାନ

ଭୁବନେଶ୍ବର : ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ଆଉ ଏକ ନୂଆ ଖୁଲାସା ହୋଇଛି । ଶିଶୁକୁ ହତ୍ୟା କରିଥିବା ସ୍ବୀକାର କରିଛି ନାବାଳକ ଅଭିଯୁକ୍ତ । କେମିତି ଶିଶୁକୁ ହତ୍ୟା କଲା, କେମିତି ଅଖାରେ ଭର୍ତ୍ତି କରି ପୋଖରୀ ହୁଡାରେ ଫିଙ୍ଗିଲା ତାହାର ଖୁଲାସା ହୋଇଛି । ନିଜେ ଅଭିଯୁକ୍ତ ସତ ମାନିଛି । ନିଜେ ଅଭିଯୁକ୍ତ ସ୍ୱିକାରୋକ୍ତି କରିଛି ପରୀକୁ ତଳେ ପକାଇ ତଂଟି ଚିପି ଦେଇଥିଲା ଅଭିଯୁକ୍ତ । ତାପରେ କାନ୍ଥ ଉପରେ ଥିବା ଏକ ଝୋଟ ଅଖାରେ ପୁରାଇ ବାଡି ପଛପଟେ ପୋଖରୀ କୂୂଳରେ ପରୀର ମୃତଦେହକୁ ଫୋପାଡି ଦେଇଥିଲା ।

ଭିଡିଓରେ ପରୀ ଘରକୁ ଆସିଥିବା ସମୟରେ ଦୁଷ୍କର୍ମ କରିବାକୁ କେମିତି ଉଦ୍ୟମ କରିଥିଲା ସେ ନେଇ ଅଭିଯୁକ୍ତ କହୁଥିବା ଦେଖିବାକୁ ମିଳିଛି । ଅଭିଯୁକ୍ତ ଜଣଙ୍କ କହିଛି, ଦୁଷ୍କର୍ମ କରିବାକୁ ଚାହିଁଥିଲା । ସେଥିପାଇଁ ଲେଗିଙ୍ଗସକୁ ଖୋଲିଥିଲା,ତଂଟି ଚିପି  କରିଦେବା ପରେ  ଦୁଃଖ ଲାଗିବାରୁ ଦୁଷ୍କର୍ମ କରିନଥିଲି ବୋଲି ସେ ମାନି ଯାଇଛି । ମୃତ ଦେହ ଫିଙ୍ଗିବା ପୂର୍ବରୁ ଲେଗିଙ୍ଗସକୁ ପୋଖରୀରେ ଫୋପାଡିଥିଲା । ତାପରେ ମୃତ ଦେହକୁ ଫୋପଡିଥିଲା । ମା, ଭଉଣୀ ଘରେ ନଥିବାବେଳେ ପରୀକୁ ହାତଠାରି ଡାକିଥିଲା । ସେ ଘରକୁ ଆସିବା ପରେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲା କିନ୍ତୁ ପରୀ ପାଟି କରିବାକୁ ତାପରେ ତାକୁ ତଂଟି ଚିପି ମାରି ଦେଇଥିଲା ଅଭିଯୁକ୍ତ ।

ହତ୍ୟା କରିବା ପରେ ସେ ପରୀର ମୃତଦେହକୁ ଝୋଟ ଅଖାରେ ଗୁଡ଼ାଇ ଫିଙ୍ଗି ଦେଇଥିଲା । ହାତରେ ମୃତଦେହ ଟେକି ନେଇ ବାରିପଟ ପୋଖରୀରେ ଫିଙ୍ଗିଥିଲା । ମୃତଦେହକୁ ଗୋଡ ପଟୁ ଧରି ଝୋଟ ଅଖାରେ ପୂରାଇଥିଲା ଅଭିଯୁକ୍ତ । ତେବେ ମୃତଦେହ ଫିଙ୍ଗିବା ପରେ ଗାଧୋଇଥିଲା ଅଭିଯୁକ୍ତ । ଅଭିଯୁକ୍ତର ମା ୨ଟା ବେଳକୁ ଘରକୁ ଫେରିଥିଲେ ଓ ୩ଟା ବେଳକୁ ଫେରିଥିଲେ । ମା ଫେରିବା ପରେ ପରୀ ପ୍ରସଙ୍ଗରେ ତାକୁ ପଚାରିଥିଲେ, କିନ୍ତୁ ସେ ଦେଖିନଥିବା କହିଥିଲା ବୋଲି ସ୍ୱୀକାର କରିଛି ।

ସୂଚନାଯୋଗ୍ୟ ଦୁଇ ଦିନ ତଳେ ଯଦୁପୁର ଶିଶୁ ହତ୍ୟା ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଆଇଟି । ଚାଇଲ୍ଡ କୋର୍ଟରେ ୪୮୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସ୍ଆଇଟି । ଏଥିରେ କେବଳ ନାବାଳକକୁ ଅଭିଯୁକ୍ତ ଦର୍ଶାଯାଇଛି । ଚାର୍ଜସିଟରେ ୮୫ ଜଣଙ୍କୁ ସାକ୍ଷୀ ରଖାଯାଇଛି।

 

 

Leave A Reply

Your email address will not be published.