ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୦ ମାସ ପରେ ଜେଲ୍‌ରୁ ବାହାରିଲେ ନବଜୋତ ସିଂ ସିଦ୍ଧୁ ; କହିଲେ- ଦେଶର ଲୋକତନ୍ତ୍ର ବନ୍ଧା ପଡିଛି,ପଞ୍ଜାବକୁ ଭାଙ୍ଗିବାକୁ କରାଯାଉଛି ଯୋଜନା

ଚଣ୍ଡିଗଡ : ଜେଲର ରହିବାର ୧୦ ମାସ ପରେ ଜେଲରୁ ମୁକୁଳିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ହ ସିଦ୍ଧୁ। ଆଜି ପଞ୍ଜାବର ପଟିଆଲା ଜେଲ୍‌ରୁ ସେ ମୁକୁଳିଛନ୍ତି। ରୋଡ ରେଜ ମାମଲାରେ ତାଙ୍କୁ ଏକ ବର୍ଷ ସଜା ହୋଇଥିଲା। ହେଲେ ଶନିବାର ୧ ବର୍ଷ ପୂରଣର ୪୮ ଦିନ ପୂର୍ବରୁ ସେ ମୁକୁଳି ଯାଇଛନ୍ତି। ଏହି ସମୟରେ ଜେଲ ବାହାରେ ସିଦ୍ଧୁଙ୍କ ପ୍ରଶଂସକଙ୍କର ଭିଡ ଲାଗିଥିଲା। ଢୋଲ ବଜାଇ ତାଙ୍କର ସ୍ୱାଗତ କରାଯାଇଥିଲା। ଜେଲ ବାହାରକୁ ଆସି ସିଦ୍ଧୁ କହିଥିଲେ ଏବେ ଲୋକତନ୍ତ୍ର ବୋଲି କିଛି ନାହିଁ। ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି। ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଦୁର୍ବଳ ହୋଇଯିବ। ନୀଳ କୁର୍ତ୍ତା ଏବଂ ପଗଡି ପିନ୍ଧି ସିଦ୍ଧୁ ହାତରେ ଏକ ବହି ଧରି ଜେଲରୁ ବାହାରକୁ ଆସୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ୫୯ ବର୍ଷୀୟ ପୂର୍ବତନ କ୍ରିକେଟରଙ୍କୁ ଜେଲ୍‌ରୁ ମୁକୁଳିବା ପରେ ସ୍ୱାଗତ ପାଇଁ ପଟିଆଲା ଜେଲ ବାହାରେ ଅନେକ କଂଗ୍ରେସ ନେତା ଓ ସମର୍ଥକଙ୍କ ଭିଡ଼ ଜମିଥିଲା। ଅନେକ ସ୍ଥାନରେ ନବଜୋତ ସିଦ୍ଧୁଙ୍କର ପୋଷ୍ଟର ଏବଂ ହୋର୍ଡିଂ ଲଗାଇ ତାଙ୍କର ସ୍ୱାଗତ କରିଛନ୍ତି।

ଜେଲରୁ ମୁକୁଳିବା ପରେ ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି କି, ଯେତେବେଳେ ଦେଶରେ ଏକଛତ୍ରବାଦ ଶାସନ ଆରମ୍ଭ ହୋଇଛି ତା ବିରୋଧରେ ବିପ୍ଳବ ଜୋରଦାର ହୋଇଛି । ଏହାସହ ସେ ବିପ୍ଳବର ନାମ ରାହୁଲ ଗାନ୍ଧୀ ବୋଲି ସେ କହିଛନ୍ତି । ଏହାସହ ସେ କହିଛନ୍ତି କି ଆଜି ଦେଶର ଲୋକତନ୍ତ୍ର ବନ୍ଧା ପଡିଛି । ପଞ୍ଜାବ ସାରା ଦେଶର ଢାଲ ଓ ଏହାକୁ ଭାଙ୍ଗିବାକୁ କିଛି କୁଚକ୍ରି ଗୋଷ୍ଠୀ ପ୍ରୟାସ ଆରମ୍ଭ କରିଛନ୍ତି । ଏହାସହ ପଞ୍ଜାବରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯୋଜନା ଚାଲିଥିବା କଥା ସେ କହିଛନ୍ତି । ଏନେଇ ପ୍ରଥମେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଉଛି ଓ ଏହାପରେ କୁହାଯାଉଛି କି ଆମେ ଏହାର ସମାଧାନ କରିଛୁ।

ଏହାସହ ସେ କହିଛନ୍ତି କି ଯଦି ପଞ୍ଜାବକୁ ଦୁର୍ବଳ କରିବାକୁ ଚେଷ୍ଟା କରିବ ତେବେ ନିଜେ ଦୁର୍ବଳ ହୋଇଯିବ । ଏହାସହ ସେ ରାହୁଲ ଗାନ୍ଧୀଙ୍କୁ ପ୍ରଶଂସା କରି କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ପୂର୍ବଜମାନେ ଦେଶକୁ ସ୍ୱାଧୀନତା ଦେଇଥିଲେ । ଏବେ ରାହୁଲ ଗାନ୍ଧୀ ଲୋକତନ୍ତ୍ର ଉପରେ ଲାଗିଥିବା ବେଡିକୁ କାଟିବାକୁ ଚେଷ୍ଟା କରୁଛନ୍ତି । ତେଣୁ ସିଂହ ଦୌଡୁଥିବାରୁ ଏହାର ଗର୍ଜନ ଏବେ ଆମେରିକା, ଜର୍ମାନ ଓ ପୁରା ବିଶ୍ୱରେ ଶୁଣିବାକୁ ମିଳୁଛି ।

ଉଲ୍ଲେଖଯୋଗ୍ୟ କି ୧୯୮୮ ଡିସେମ୍ବର ୨୭ତାରିଖରେ ପଟିଆଲା ବାସିନ୍ଦା ଗୁରନାମ ସିଂହଙ୍କ ସହ ପାର୍କିଂକୁ ନେଇ ସିଦ୍ଧୁଙ୍କ ବିବାଦ ହୋଇଥିଲା। ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୂପିନ୍ଦର ସିଂ ସାନ୍ଧୁ ଗୁରନାମ ସିଂଙ୍କୁ ତାଙ୍କ କାର୍ ରୁ ଟାଣି ଆଣି ତାଙ୍କୁ ଧକ୍କା ଦେଇଥିଲେ, ଫଳରେ ତାଙ୍କ ଶରୀରରେ ଆଘାତ ଲାଗିଥିଲା । ପରେ ହସ୍ପିଟାଲରେ ଗୁରନାମ ସିଂହଙ୍କ ମୃତ୍ୟୁ ଘଟିଥିଲା। ତେବେ ଜଣେ ପ୍ରତ୍ୟକ୍ଷଦର୍ଶୀ ଗୁରନାମ ସିଂହଙ୍କ ମୁଣ୍ଡରେ ମାଡ଼ ମାରି ହତ୍ୟା କରାଯାଇଥିବା ପ୍ରକାଶ କରିଥିଲେ । ହେଲେ ପୋଷ୍ଟମର୍ଟମ ରିପୋର୍ଟ ମୁତାବକ ସେହି ବ୍ୟକ୍ତିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ।

ଏହି ମାମଲାରେ ସିଦ୍ଧୁଙ୍କୁ ତଳକୋର୍ଟ ନିର୍ଦ୍ଦୋଷ ସାବ୍ୟସ୍ତ କରିଥିଲା । ହେଲେ ସମାନ ମାମଲାରେ ହାଇକୋର୍ଟ ସିଦ୍ଧୁଙ୍କୁ ୩ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲା । ଏହାପରେ ସିଦ୍ଧୁଙ୍କ ତରଫରୁ ହାଇକୋର୍ଟଙ୍କ ରାୟ ଉପରେ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ହେଲେ ୨୦୧୮ ମେ’୧୫ ତାରିଖରେ ସୁପ୍ରିମକୋର୍ଟ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷମୁକ୍ତ କରିଥିଲେ। ସୁପ୍ରିମକୋର୍ଟ ସିଦ୍ଧୁଙ୍କ ଉପରେ ମାତ୍ର ୧ହଜାର ଟଙ୍କା ଜରିମାନା ଲଗାଇଥିଲେ ।କି ନ୍ତୁ ମାମଲାର ପୁନର୍ବିଚାର ପାଇଁ ପୀଡ଼ିତ ବ୍ୟକ୍ତିର ପରିବାର ନିବେଦନ କରିଥିଲେ। ଏହାପରେ ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୨୨ ମେ’୧୯ ତାରିଖରେ ସିଦ୍ଧୁଙ୍କୁ ୧ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ। ସେବେଠୁ ସିଦ୍ଧୁ ଜେଲରେ ରହିଥିଲେ।

Leave A Reply

Your email address will not be published.