ପ୍ରତିଶ୍ରୁତି ଭୁଲି ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ, ମୁଁ ନୃସିଂହନାଥଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କୁ ତାଙ୍କ ପ୍ରତିଶ୍ରୁତି ମନେପକାଇଦିଅନ୍ତୁ : ମୁଖ୍ୟମନ୍ତ୍ରୀ

ପଦମପୁର : ଆଜି ପଦ୍ମପୁର ଗସ୍ତରେ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଗତ ଉପନିର୍ବାଚନ ସମୟରେ ପଦ୍ମପୁରବାସୀଙ୍କୁ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରାଯିବ। ଏଥି ସହିତ ପଦ୍ମପୁରରେ ବିଭିନ୍ନ ବିକାଶମୂଳକ କାର୍ୟ୍ୟ ପାଇଁ ୯୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଂଜୁର କରିଛନ୍ତି । ପଦମପୁର ବର୍ଷକ ଭିତରେ ଜିଲ୍ଲା ହେବ। ମୁଁ ଯାହା ପ୍ରତିଶ୍ରୁତି ଦିଏ ତାକୁ ପୁରା କରେ। ମୁଁ କଥାରେ ନୁହେଁ, କାମରେ ବିଶ୍ୱାସ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଭାମଞ୍ଚରୁ କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଦମପୁର ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ନିଜେ ପୂରଣ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀମାନେ ଦେଇଥିବା ପ୍ରତିଶୁତି କୁଆଡେ ଗଲା ବୋଲି କହିଛନ୍ତି।
ପଦମପୁର ମାଟିରୁ କେନ୍ଦ୍ରମନ୍ତ୍ରୀଙ୍କୁ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ ପଚାରିଛନ୍ତି, କୁଆଡେ ଗଲା କେନ୍ଦ୍ରର ପ୍ରତିଶ୍ରୁତି । ଉପନିର୍ବାଚନ ବେଳେ କେନ୍ଦ୍ରୀୟ ମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ଗୋଟି ଗୋଟି ଗଣାଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଉପନିର୍ବାଚନ ବେଳେ କେନ୍ଦ୍ରମନ୍ତ୍ରୀମାନେ ଆସି ଅନେକ ପ୍ରତିଶ୍ରୁତି ଦେଇଥିଲେ । ରେଳବାଇ, ଫସଲ ବୀମା, କେନ୍ଦୁପତ୍ର, ଜିଏସଟି ପ୍ରସଙ୍ଗ ଉଠାଇ ପ୍ରତିଶ୍ରୁତିର ପାହାଡ଼ ଛିଡ଼ା କରିଥିଲେ । ଏବେ ସେମାନଙ୍କ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କେନ୍ଦ୍ରମନ୍ତ୍ରୀଙ୍କୁ ସେମାନଙ୍କ ପ୍ରତିଶ୍ରୁତି ମନେ ପକାଇ ଦେବାକୁ ପ୍ରଭୁ ନୃସିଂହନାଥଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ।
ସୂଚନାଯୋଗ୍ୟ, ପଦମପୁରବାସୀଙ୍କୁ ଉପନିର୍ବାଚନ ବେଳେ ପୁଣି ଥରେ ଆସିବାକୁ ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଜି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ପଦମପୁରରେ ପହଞ୍ଚିଛନ୍ତି । ପ୍ରଥମେ ଝାରବନ୍ଧ ଓ ପରେ ପାଇକମାଳ ଯାଇ ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ଏସଏଚଜି ମହିଳାଙ୍କୁ ମିଶନ ଶକ୍ତି ସହାୟତା ପ୍ରଦାନ କରିଛନ୍ତି । ପଦମପୁରବାସୀଙ୍କୁ ଉପନିର୍ବାଚନରେ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀମାନଙ୍କୁ ସେମାନେ ଉପନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମନେ ପକାଇ ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ।