ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାତୀୟ ରାଜପଥ ରାସ୍ତା କାମକୁ ଶୀଘ୍ର ସାରିବାକୁ ଗଡ଼କରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: କଟକ-ଅନୁଗୁଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥର ଉନ୍ନତି କାମରେ ଅହେତୁକ ବିଳମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ଶୀଘ୍ର ରାସ୍ତା କାମ ସାରିବାକୁ ଦାବି କରିଛନ୍ତି ନବୀନ। ୨୦୧୭ରୁ ଜତୀୟ ରାଜପଥ ପ୍ରାଧିକରଣ ଏହି କାମ କରୁଛି। ୫ ବର୍ଷ ହେବ ସରିପାରୁନି ୪ ଲେନ୍ ବିଶିଷ୍ଟ ୫୫ ନମ୍ବର ଜାତୀୟ ରାଜପଥ କାମ।

କେବଳ ସେତିକି ନୁହେଁ ଜମି ହରାଇଥିବା ଲୋକଙ୍କ ପୁନର୍ବାସ ଓ ଥଇଥାନ ହୋଇପାରିନି। ଏହି ରାସ୍ତା ପଶ୍ଚିମ ଓଡ଼ିଶାବାସୀଙ୍କ ଜୀବନରେଖା। ହେଲେ ଏନଏଚଏଆଇର ମନମୁଖୀ ଓ ଅଧପନ୍ତରିଆ କାମ ପାଇଁ ଦୁର୍ଘଟଣା ବଢ଼ୁଛି । ବିଗତ ୨ ବର୍ଷ ମଧ୍ୟରେ ୩୯୯ ଦୁର୍ଘଟଣା ଘଟିଥିବା ବେଳେ ୧୯୬ ଜଣଙ୍କ ଜୀବନ ଯାଇଛି। ଏଥିପାଇଁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ଏନଏଚଏଆଇ ଆଞ୍ଚଳିକ କର୍ତ୍ତୃପକ୍ଷଙ୍କୁ ଏନେଇ ବାରମ୍ବାର ଅବଗତ କରାଇଥିଲେ ବି ସନ୍ତୋଷଜନକ ଉତ୍ତର ମିଳିନି।

Leave A Reply

Your email address will not be published.