ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ନବୀନଙ୍କ ଚିଠି : କୋଭିଡ୍ ଟିକା ଉପରୁ GST ହଟାଯାଉ

ଭୁବନେଶ୍ୱର: ଦେଶ କରୋନା ସହ ଲଢ଼ୁଥିବା ବେଳେ ଟିକାକରଣ ଜାରି ରହିଛି । ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଲାଗି କେନ୍ଦ୍ର ମାଗଣା ଟିକା ଯୋଗାଇ ଦେଉଛି । ରାଜ୍ୟ ସରକାର ୧୮ରୁ ୪୪ ବର୍ଷ ବୟସ୍କଙ୍କ କୋଭିଡ୍ ଟିକାକରଣ ମାଗଣାରେ କରିବେ ବୋଲି ଘୋଷଣା କରିଛନ୍ତି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ଲାଗି ରାଜ୍ୟ ସରକାର ନିଜ ପାଣ୍ଠିରୁ ଟିକା କିଣୁଛନ୍ତି । ଟିକା ଉପରେ ଜିଏସଟି ଲାଗିଥିବାରୁ ଭ୍ୟାକ୍ସିନ୍ ଦର ରାଜ୍ୟ ପାଇଁ ଅଧିକ ହେଉଛି ।

Naveen Writes Finance Minister To Exemption Of GST On Purchase Of Covid19 Vaccine

ଟିକା କ୍ରୟ ଉପରେ ସମ୍ପୂର୍ଣ୍ଣ ଭାବେ ଜିଏସଟି ହ୍ରାସ୍ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭ୍ୟାକ୍ସିନ୍ ଉପରୁ ଜିଏସଟି ସମ୍ପୂର୍ଣ୍ଣ ଛାଡ଼ କଲେ ରାଜ୍ୟ ଉପକୃତ ହେବ । ସମସ୍ତଙ୍କୁ ଟିକାକରଣରେ ଏହି ପଦକ୍ଷେପ ସହାୟକ ହେବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲମ୍ବା କୋଭିଡ୍ ଯୁଦ୍ଧ ପାଇଁ ସମସ୍ତଙ୍କ ସହଯୋଗ ଦରକାର । ରାଜ୍ୟମାନଙ୍କୁ ସହଯୋଗ କଲେ ଦେଶ ଏକାଠି କରୋନା ବିରୋଧୀ ଯୁଦ୍ଧ ଲଢ଼ି ପାରିବ । ଅର୍ଥାଭାବ କେବଳ ଗୋଟିଏ ରାଜ୍ୟକୁ ପ୍ରଭାବିତ କରିବ ନାହିଁ ବରଂ ଦେଶ ଗତିକୁ ଲେଉଟାଣି ମୋଡ଼କୁ ନେଇଯିବ ବୋଲି ନବୀନ ଲେଖିଛନ୍ତି ।

ଏଥିସହ ପେଟ୍ରୋଲ, ଡିଜେଲ୍, ମଦ ଇତ୍ୟାଦି ଉପରୁ ଆଦାୟ ବିଭିନ୍ନ ସେସ୍ ଏବଂ ସରଚାର୍ଜେସକୁ କେନ୍ଦ୍ର ସରକାର ପାଉଛନ୍ତି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସେହି ଅର୍ଥକୁ ରାଜ୍ୟମାନଙ୍କ ସହ କେନ୍ଦ୍ର ସରକାର ସମାନ ଭାବେ ବିତରଣ ପାଇଁ ନବୀନ ଅନୁରୋଧ କରିଛନ୍ତି । ଏହାଦ୍ୱାରା ମହାମାରୀ ବିରୋଧରେ ଟିକାକରଣ, ମାଗଣା ଚିକିତ୍ସା ଏବଂ ଅନ୍ୟ ପଦକ୍ଷେପ ନେବା ସମ୍ଭବ ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave A Reply

Your email address will not be published.