ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପଦ୍ମପୁର ଉପନିର୍ବାଚନ: ଆପଣଙ୍କ ପାଇଁ ମୁଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି- ନବୀନ

ପଦମପୁର: ଦଳୀୟ ପ୍ରାର୍ଥୀ ବର୍ଷା ସିଂହ ବରିହା ପ୍ରଚାର ପାଇଁ ପହଞ୍ଚିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜୟ ନୃସିଂହନାଥରୁ ଭାଷଣ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଗଙ୍ଗାଧର ମେହରଙ୍କ ପବିତ୍ର ମାଟିକୁ ପ୍ରଣାମ ଜଣାଇଲେ ନବୀନ । ଖାଲି ଏତିକି ନୁହେଁ ପଦମପୁରବାସୀଙ୍କୁ ଜୁହାର ଜଣାଇବା ସହ ଆପଣଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ସାମିଲ ହୋଇଛି ବୋଲି କହିଛନ୍ତି।

କେନ୍ଦୁପତ୍ର ବୋନସ ଦେବାରେ ଆମ ରାଜ୍ୟ ସାରା ଭାରତ ବର୍ଷରେ ପ୍ରଥମ । ବିଜେଡି ସରକାର ସବୁବେଳେ ଆପଣଙ୍କ ମଙ୍ଗଳପାଇଁ କାମ କରୁଛି । ନିକଟରେ ପ୍ରଥମ ପର୍ୟ୍ୟାୟରେ ୧ହଜାର ଓ ୧୫୦୦ଟଙ୍କା ବୋନସ ଦିଆଗଲା । ଆଗକୁ ମଧ୍ୟ ବୋନସ ଦିଆଯିବ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣରେ ସାମିଲ କରାଯିବ । ଝିଅ ବାହାଘର, ପିଲାଙ୍କ ପାଠପଢାରେ ବିଜେଡି ସରକାର ସୁବିଧା ଯୋଗଇ ଦେଇଛି ଆଗକୁ ଆହୁରୀ ଅଧିକ ଦେବ ।

କେନ୍ଦୁପତ୍ରରେ ଜିଏସଟି ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ । ଦୁଃଖର କଥା କେନ୍ଦୁପତ୍ର ଉପରେ କେନ୍ଦ୍ର ୧୮% ଜିଏସଟି ଲଗାଉଛନ୍ତି ହେଲେ ସୁନା ଉପରେ ମାତ୍ର ୩ ପ୍ରତିଶତ ଜିଏସଟି ଲଗାଇଛନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ବିଜେପି ନେତା କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ମୁଁ ଆପଣଙ୍କ ପାଇଁ ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢିବି, ଆପଣଙ୍କ ହକ୍ ପାଇଁ ଲଢିବି ।

ବିଜେପି ନେତାମାନେ ଏହି ଅନ୍ୟାୟ ଉପରେ ମୁହଁ ଖୋଲିବେ ନାହିଁ । ଫସଲବୀମା ଯୋଜନା କେନ୍ଦ୍ରର ଯୋଜନା, ଏଥିରେ ରାଜ୍ୟ ସରକାର ୫୦ ପ୍ରତିଶତ ପ୍ରିମିୟମ ୬୩୦କୋଟି ଦେଉଛନ୍ତି । ପଦମପୁର ଚାଷୀଙ୍କ ଫସଲବୀମା କେନ୍ଦ୍ର ନିକଟରେ ୧୮ମାସ ହେଲା ପଡି ରହିଥିଲା ହେଲେ ଚାଷୀ ଆନ୍ଦୋଳନ ପରେ କେନ୍ଦ୍ରର ନିଦ୍ରା ଭାଙ୍ଗିଲା ବୋଲି ପ୍ରକାଶ କରିଛନ୍ତି ନବୀନ ।

Leave A Reply

Your email address will not be published.