ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଓ ପୁନଃନିର୍ମାଣର କର୍ଣ୍ଣଧାର ନବୀନ

ନବୀନ ପଟ୍ଟନାୟକ, ଏହି ନାଁ’ଟି କେବଳ ଓଡିଶା ନୁହେଁ କି ଭାରତ ନୁହେଁ ସମଗ୍ର ବିଶ୍ବରେ ପ୍ରାକୃତିକ ବିପର୍ଯ୍ୟୟର ସୁପରିଚାଳନା ପାଇଁ ବେଶ ପରିଚିତ। କାରଣ ନବୀନ ହେଉଛନ୍ତି ବିପର୍ଯ୍ୟୟ ପରିଚାଳନାର ମାଷ୍ଟରପ୍ଲାନର। ସେ ହେଉଛନ୍ତି ଦୁର୍ଦିନରେ ସଫଳ ନେତୃତ୍ବ ନେଉଥିବା ରାଜନେତା। ତାଙ୍କ ନିବଦ୍ଧ ଲକ୍ଷ୍ୟ ଓ ତାହାକୁ ଏକନିଷ୍ଠ ରୂପେ କାର୍ଯ୍ୟକାରୀ କରାଇ ସାଢ଼େ ୪ କୋଟି ଓଡ଼ିଆଙ୍କ ଏଇ ବିଶାଳ ପରିବାରକୁ ପ୍ରଗତି ପଥରେ ଆଗେଇ ନେଇ ଶୀର୍ଷ ସ୍ଥାନରେ ପହଞ୍ଚାଇବା ପାଇଁ ସେ ଅହରହ ପ୍ରୟାସରତ। ତାଙ୍କ ଦୂରଦୃଷ୍ଟି ଓଡ଼ିଶାକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ତଥା ଅନ୍ୟ ଉପରେ ନିର୍ଭରଶୀଳ ଏବଂ ବିକାଶ ଦୃଷ୍ଟିରୁ ପଛୁଆ ଭାବେ ପରିଗଣିତ ରାଜ୍ୟରୁ ଦେଶର ନେତୃତ୍ବ ନେବା ଭଳି ଶୀର୍ଷ ସ୍ଥାନରେ ପହଞ୍ଚାଇ ପାରିଛି। ଯେଉଁ ଓଡ଼ିଶା ଦିନେ ଅନ୍ୟର ସହାୟତାକୁ ଚାହିଁ ରହୁଥିଲା, ସେହି ରାଜ୍ୟ ଆଜି ଅନ୍ୟକୁ ବିପତ୍ତି ସମୟରେ ସହାୟତା ଦେଇ କେବଳ ଯେ ନିଜ ନେତୃତ୍ବର ପରାକାଷ୍ଠାକୁ ପ୍ରମାଣିତ କରିଛି ତା ନୁହେଁ, ଏ ଦେଶର ସାମଗ୍ରିକ ବିକାଶରେ ନିଜ ଉତ୍ତରଦାୟିତ୍ବକୁ ଯଥାର୍ଥରେ ପ୍ରତିପାଦିତ କରିଛି। ଆଉ ଏସବୁ ପଛରେ ରହିଛନ୍ତି ବିକଶିତ ଓଡ଼ିଶାର ବିନ୍ଧାଣୀ ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶା ପ୍ରାୟତ ପ୍ରତିବର୍ଷ ବାତ୍ୟା, ବନ୍ୟାର ସମ୍ମୁଖୀନ ହୋଇଥାଏ। ଏହାରି ମଧ୍ୟରେ ୧୯୯୯ ଅକ୍ଟୋବର ମାସର ବାତ୍ୟାକୁ ଓଡ଼ିଶାବାସୀ କେବେ ବି ଭୁଲିପାରିବେ ନାହିଁ । ୧୯୯୯ ଅକ୍ଟୋବରରେ ଉପକୂଳ ଓଡ଼ିଶାକୁ ଛାରଖାର କରି ଦେଇଥିଲା ମହାବାତ୍ୟା । ବଦଳିଯାଇଥିଲା ଉପକୂଳ ଓଡ଼ିଶାର ଭୌଗଳିକ ସ୍ଥିତି । ମହାବାତ୍ୟାର କରାଳ ଧ୍ବଂସଲୀଳା ଓ ବ୍ୟାପକ ଧନଜୀବନ ହାନି ରାଜ୍ୟର ମେରୁଦଣ୍ଡକୁ ଦୋହଲାଇ ଦେଇଥିଲା। ତାହାର ଠିକ୍‍ ପରେ ପରେ ଥଇଥାନ ଓ ପୁନଃନିର୍ମାଣର ଜୀବନମନ୍ତ୍ର ନେଇ ଓଡ଼ିଶାର ଭାଗ୍ୟ ଆକାଶରେ ଉଦିତ ନୂତନ ସୂର୍ଯ୍ୟ ଥିଲେ ଶାନ୍ତ, ସରଳ ଓ ଉଦ୍‍ଯୋଗୀ ଜନନେତା ନବୀନ ପଟ୍ଟନାୟକ।

୧୯୯୯ ମହାବାତ୍ୟା ଯେଉଁ ପଦଚିହ୍ନ ଛାଡି ଯାଇଥିଲା ତାହାକୁ ଭୁଲିବା ଏତେ ସହଜ ନଥିଲା ।  ଆଉ ଏହାପରେ ଅକ୍ଟୋବର ମାସ ଆସିଲେ ଲୋକଙ୍କ ମନରେ ଛନକା ପଶୁଥିଲା, କାଳେ ପୁଣିଥରେ ସେମିତି ଏକ ମହାବାତ୍ୟା ମାଡରେ ଭାଙ୍ଗିଯିବନି ତ ଓଡ଼ିଶାର ମେରୁଦଣ୍ଡ । କିନ୍ତୁ ରାଜ୍ୟବାସୀଙ୍କ ମନରୁ ଏହି ଭୟ ଭାବନାକୁ ଦୂରେଇବା ସହ ଗତ ୨୧ ବର୍ଷ ହେବ ବିପର୍ୟ୍ୟୟ ମୁକାବିଲା ପାଇଁ ଲୋକଙ୍କ ମନରେ ସାହସ ଭରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କର ଗୋଟିଏ ପରେ ଗୋଟିଏ ଦୂରଦୃଷ୍ଟିସମ୍ପନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଦାରିଦ୍ର୍ୟ ଓ ହତାଶାର ଅନ୍ଧକାରରୁ ସ୍ୱାବଲମ୍ବନ ତଥା ସାମାଜିକ ଓ ଆର୍ଥିକ ଉତ୍‍ଥାନର ବାଟ ଫିଟାଇଦେଲେ ଓଡ଼ିଶାର ନୂତନ ପରିବାର ମୁଖ୍ୟ ଓ ପୁନଃନିର୍ମାଣର କର୍ଣ୍ଣଧାର। ୧୯୯୯ ମହାବାତ୍ୟାରୁ ‘ୟାସ୍‍’- ଏହି ୨୨ ବର୍ଷ ଓଡ଼ିଶା ଇତିହାସର ଏକ ଜଟିଳ ଓ ଆହ୍ୱାନମୂଳକ ସମୟ ପ୍ରାକୃତିକ ବିପର୍ଯ୍ୟୟ ଦୃଷ୍ଟିରୁ। ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ବିପର୍ଯ୍ୟୟ ପରିଚାଳନା ନୀତି ପ୍ରସ୍ତୁତି, ପ୍ରଶାସନକୁ ଅତ୍ୟଧିକ ଦାୟିତ୍ୱବାନ ଓ ସଂବେଦନଶୀଳ କରିବା, ସାହାଯ୍ୟ ଏବଂ ଉଦ୍ଧାର କାର୍ଯ୍ୟରେ ନୂଆ ନୀତି, କୌଶଳର ଉପଯୋଗ କରିବା କାର୍ଯ୍ୟକୁ ସେ ଅତ୍ୟନ୍ତ କୌଶଳପୂର୍ଣ୍ଣ ଓ ସହୃଦୟତା ସହ ଦିଗ୍‍ଦର୍ଶନ ଦେଇଥିଲେ। ଏଥିରେ ସର୍ବାଧିକ ଗୁରୁତ୍ୱ ପାଇଥିଲା ଏକ ସ୍ଥିତିସ୍ଥାପକ, ଦୃଢ଼ ଭିତ୍ତିଭୂମି ଓ ବିପର୍ଯ୍ୟୟ ପରିଚାଳନା ନୀତି ନିର୍ଦ୍ଧାରଣ। ଇତିମଧ୍ୟରେ କ୍ରମାଗତ ତିନିଟି ବଡ଼ ସାମୁଦ୍ରିକ ତୋଫାନ ସହ ଓଡ଼ିଶା ଛ’ଟି ବାତ୍ୟା, ୧୦ରୁ ଅଧିକ ବଡ଼ବନ୍ୟା ଓ ମରୁଡ଼ିର ସମ୍ମୁଖୀନ ହୋଇଛି। ୧୯୯୯ ମହାବାତ୍ୟାରେ ୧୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଗତ ଛ’ଟି ବାତ୍ୟାରେ ମୋଟ୍‍ ମୃତ୍ୟୁ ସଂଖ୍ୟା ନଗଣ୍ୟ ଏବଂ ସ୍ଥଳବିଶେଷରେ ଶୂନ୍ୟ ରହିବା ପଛରେ ସରକାରଙ୍କ ନୀତି, ପୂର୍ବପ୍ରସ୍ତୁତି ଓ ବିପର୍ଯ୍ୟୟ ପରିଚାଳନାର ଗୁରୁତ୍ୱ ଅନସ୍ୱୀକାର୍ଯ୍ୟ।

ନବୀନବାବୁ ଭଲଭାବେ ଜାଣିଛନ୍ତି ଓଡ଼ିଶା ସ୍ୱଭାବତଃ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ। ତେଣୁ ଏହାର ମୁକାବିଲାରେ ସବୁଲୋକଙ୍କୁ ସୁରକ୍ଷା ଓ ‘ଶୂନ୍ୟ ମୃତ୍ୟୁ’ର ମୂଳମନ୍ତ୍ର ବାସ୍ତବିକ ସଫଳ ହୋଇପାରିଛି। ବିଶ୍ୱସ୍ତରରେ ବିପର୍ଯ୍ୟୟ ପରିଚାଳନାର ପ୍ରାଥମିକ ଲକ୍ଷ୍ୟ ହେଲା ‘ମୃତ୍ୟୁ ସଂଖ୍ୟା ଶୂନ୍ୟ’ ଓ ‘ସର୍ବନିମ୍ନ କ୍ଷୟକ୍ଷତି’ର ରଣନୀତି ଅବଲମ୍ବନ। ନବୀନବାବୁଙ୍କ ନେତୃତ୍ୱରେ ଓଡ଼ିଶା ବାରମ୍ବାର ଏହି ଲକ୍ଷ୍ୟ ପୂରଣ କରିପାରିଥିବାରୁ ମୁଖ୍ୟମନ୍ତ୍ରୀ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ପ୍ରଶଂସିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବର କଥା। ଗତ ତିନିବର୍ଷର କ୍ରମାଗତ ବାତ୍ୟା ପରିଚାଳନାର ସ୍ଥିତି ଦେଖିବା ପରେ ମନେ ହେଉଛି ୧୯୯୯ର ସେହି ଦୁଃଖଦ ଇତିହାସର ପୁନରାବୃତ୍ତି ଆଶଙ୍କା ଦୂର ହୋଇଛି। ଓଡ଼ିଶାକୁ ଏବେ ବାତ୍ୟା ମୁକାବିଲାର ‘ମଡେଲ୍‍’ ଭାବେ ପରିଗଣିତ କରାଯାଉଛି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ଶକ୍ତି, ପ୍ରେରଣା ଓ ଦିଗଦର୍ଶନର ଏକ ଅଟଳ ପ୍ରାଚୀର ଭାବେ ଛିଡ଼ା ହୋଇଛନ୍ତି। ସବୁ କଥା ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିଶନ ମୋଡ୍‌ରେ ଚାଲିଛି। ତା’ ନ ହୋଇଥିଲେ ବାତ୍ୟାର ମାତ୍ର ୨୪ ଘଣ୍ଟା ପୂର୍ବରୁ କରୋନା ମହାମାରୀର ପ୍ରଚଣ୍ଡ ସଂକ୍ରମଣ ଭିତରେ ସାତ ଲକ୍ଷରୁ ଅଧିକ ଲୋକଙ୍କୁ ତଳିଆ ଅଞ୍ଚଳରୁ ନିରାପଦ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ସମ୍ଭବ ହୋଇ ନଥା’ନ୍ତା।

କ୍ରମାଗତ ଭାବେ ପଞ୍ଚମଥର କ୍ଷମତାକୁ ଆସିବା, ପ୍ରତ୍ୟେକ ନିର୍ବାଚନରେ ପୂର୍ବଥର ଅପେକ୍ଷା ଅଧିକ ଜନସମର୍ଥନ ଲାଭ କରିବା ପଛରେ ଯେଉଁ ତତ୍ୱଟି କାମ କରୁଛି ତାହା ହେଲା ‘ଜନତାଙ୍କ ଆସ୍ଥା’। ଲୋକେ ଶାସନର ସଫଳତା ଓ ଦକ୍ଷତା ପରଖନ୍ତି ଏବଂ ତଦନୁସାରେ ଜନାଦେଶ ଦେଇଥା’ନ୍ତି। ସୁଶାସନ, ଜନକଲ୍ୟାଣ, ରୋଜଗାର ଯୋଗାଣ, ସ୍ୱାସ୍ଥ୍ୟସେବା, ଅର୍ଥନୈତିକ ବିକାଶ, ସାମାଜିକ କଲ୍ୟାଣ, ଦୁର୍ନୀତି ନିରାକରଣ, ସମୟୋଚିତ ସେବା ଯୋଗାଣ, ପ୍ରଶାସନର ଲୋକାଭିମୁଖୀକରଣ- ଏସବୁ ସୁଶାସନର ଉପାଦାନ। ଦୂରଦର୍ଶୀ, ଦକ୍ଷ, ଜନପ୍ରିୟ ଓ ସମ୍ବେଦନଶୀଳ ନେତୃତ୍ୱ ହିଁ ଏପରି ସିଦ୍ଧି ଲାଭ କରିପାରେ। ନବୀନବାବୁ ତାଙ୍କର ନୂଆ ରାଜନୈତିକ ଓ ଅମଲାତାନ୍ତ୍ରିକ ପରିଚାଳନାରେ ଏସବୁ କରିବାରେ ସଫଳ ହେବା ସହିତ ଜାତୀୟସ୍ତରରେ ଆବଶ୍ୟକସ୍ଥଳେ କେତେକ ଅଭିନବ ପଦକ୍ଷେପ ଗ୍ରହଣ କରି ନିଜର ରାଷ୍ଟ୍ରନୀତିଜ୍ଞ ବିଚାରକୁ ପ୍ରକଟ କରି ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି। ନବୀନବାବୁ ଜଣେ ବିରଳ, ନିଆରା ରାଜନେତା, ସ୍ୱଳ୍ପଭାଷୀ, ନମ୍ର, ଭଦ୍ର, ଶାନ୍ତ ଓ ଅବିଚଳିତ। ଏହି ନେତା ଆତ୍ମବଡ଼ିମାର ପ୍ରଚାରରୁ ସର୍ବଥା ବିରତ ରହିଥାନ୍ତି ।

ନବୀନଙ୍କ ୫-ଟି ମନ୍ତ୍ର  ରାଜ୍ୟବାସୀଙ୍କ ମନରେ ନୂତନ ଆଶା ସଞ୍ଚାର କରିଛି। ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ ସିଧାସଳଖ କାର୍ଯ୍ୟାନୁଷ୍ଠାନକୁ ଲୋକେ ଗ୍ରହଣ କରିନେଇଛନ୍ତି। ସେହିପରି ସ୍ବଚ୍ଛତା ଓ ସମୟାନୁବର୍ତ୍ତିତା ଯୋଗୁଁ ସରକାରୀ କାର୍ଯ୍ୟ ତ୍ବରାନ୍ବିତ ହୋଇପାରିବା ଆଶା ସଞ୍ଚାର ହୋଇଛି। କ୍ରୀଡ଼ାର ବିକାଶକୁ ତ୍ବରାନ୍ବିତ କରିବା ଓ ଆନ୍ତର୍ଜାତିକ କ୍ରୀଡ଼ା ମାନଚିତ୍ରରେ ରାଜ୍ୟକୁ ପ୍ରମୁଖ ଭାବେ ସ୍ଥାନିତ କରିବା ଉଦ୍ୟମଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ନବୀନଙ୍କ ଶାସନ ସମୟର ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ।

Leave A Reply

Your email address will not be published.