ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସ୍ମାର୍ଟ ସ୍ୱାସ୍ଥ୍ୟ ସେବାରେ ସାମିଲ ହେଲା କେନ୍ଦ୍ରାପଡ଼ା, ବିଏସ୍‌କେଓ୍ୱାଇ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା: ବିଏସକେଓ୍ବାଇ ଯୋଜନାରେ କେନ୍ଦ୍ରାପଡ଼ାବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଏଥିସହ କେନ୍ଦ୍ରାପଡ଼ାରେ  ଲେଖାହେଲା ବିକାଶର ନୂଆ କାହାଣୀ । ସ୍ବାସ୍ଥ୍ୟ ସେବାରେ ଓଡ଼ିଶାର ସ୍ବର୍ଣ୍ଣିମ ଅଧ୍ୟାୟରେ ଯୋଡ଼ି ହେଲା କେନ୍ଦ୍ରାପଡ଼ା । କେନ୍ଦ୍ରାପଡ଼ାବାସୀ ପାଇଲେ ସ୍ମାର୍ଟ ହେଲଥ୍ ସେବାର ଚାବିକାଠି । ଏହାଦ୍ବାରା ଜିଲ୍ଲାରେ ୩ ଲକ୍ଷ ୮ ହଜାର ପରିବାର ଉପକୃତ ହେବେ । ଏହାସହ ଜିଲ୍ଲାବାସୀଙ୍କୁ ୧୫ ଶହ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ଆଜି ସନ୍ଧ୍ଯାରେ ଯାଜପୁର ଜିଲ୍ଲା ବିଏସକେୱାଇରେ ସାମିଲ ହେବ । ସନ୍ଧ୍ୟା ୫ଟାରେ ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ । ଏଥିପାଇଁ ଯାଜପୁର ଏନସି କଲେଜ ପଡ଼ିଆରେ ବ୍ୟାପକ ପ୍ରସ୍ତୁତି ହୋଇଛି । ଏହାଦ୍ୱାରା ଜିଲ୍ଲାରେ ୪ ଲକ୍ଷ ୧୦ ହାଜର ହିତାଧିକାରୀ ଉପକୃତ ହେବେ । ଜିଲ୍ଲାପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ଶିଳାନ୍ୟାସ ଓ ଉଦଘାଟନ କରିବେ । ଯାଜପୁର ବିଧାୟକ ତଥା ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ପ୍ରସ୍ତୁତି କାର୍ୟ୍ୟର ତଦାରଖ କରିଛନ୍ତି । ଏଥିରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ସତେମ ଅନ୍ୟମାନେ ଯୋଗଦେବାର କାର୍ଯ୍ଯକ୍ରମ ରହିଛି ।

Leave A Reply

Your email address will not be published.