ନୂଆ ଲୁକ୍‌ରେ ନବୀନ, ଓଡିଶା ସ୍ପୋର୍ଟସର ଜର୍ସି ପିନ୍ଧି ନଜର ଆସିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୂଆ ଲୁକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏକ ସବୁଜ ରଙ୍ଗର ଜର୍ସି ପିନ୍ଧି ନବୀନ ନିବାସ ବଗିଚାରେ ପ୍ରାତଃ ଭ୍ରମଣ କରୁଥିବା ନଜର ଆସିଛନ୍ତି। ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ଜର୍ସିରେ ଇଂରାଜୀରେ ଲେଖାଯାଇଛି ‘ଓଡିଶା ଅନ ଦି ମୁଭ୍ ‘ । ଜର୍ସି ପଛରେ ‘ବନ୍ଦେ ଉତ୍କଳ ଜନନୀ’ ଲେଖାଯାଇଛି । ହକି ବିଶ୍ୱକପ ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ପୋର୍ଟିଭ୍ ଲୁକ୍ସକୁ ବେଶ୍ ପସନ୍ଦ କରୁଛନ୍ତି ରାଜ୍ୟବାସୀ।

ଅନ୍ୟପଟେ ଏଣିକି ସବୁଜ ରଙ୍ଗର ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରିବେ ରାଜ୍ୟ ସରକାର । ଏହି ନୂଆ ଜର୍ସି ପିନ୍ଧି ସାମନାକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଧଳା ରଙ୍ଗର ଟ୍ରାଉଜର ସାଙ୍ଗକୁ ସବୁଜ ଜର୍ସି ପିନ୍ଧିଛନ୍ତି ମୁଖ୍ୟମନ୍ତ୍ରୀ । ଜର୍ସିକୁ ସୋଭେନିୟର ଭାବେ ବ୍ୟବହାର କରାଯିବ । ଜର୍ସି ପଛରେ ବନ୍ଦେ ଉତ୍କଳ ଜନନୀ ଲେଖାଯାଇଛି । ଓଡ଼ିଶା କ୍ରୀଡ଼ା ପାଇଁ ରାଜ୍ୟବାସୀ ଏହି ସବୁଜ ରଙ୍ଗର ଜର୍ସି ବାଛିଛନ୍ତି । ଓଡ଼ିଶାବାସୀଙ୍କ ଭୋଟିଂ ଆଧାରରେ ସୋସିଆଲ୍ ମିଡିଆରେ ରାଜ୍ୟ କ୍ରୀଡା ପାଇଁ ଜର୍ସି ବାଛିବାକୁ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ ଆହ୍ବାନ କରିଥିଲେ ।

ଏଥିରେ ବିଭିନ୍ନ ଅପ୍‌ସନ୍‌ ଦିଆଯାଇଥିଲା । ଅପ୍‌ସନ୍‌ ବି କୁ ଲୋକଙ୍କ ସର୍ବାଧିକ ଭୋଟ୍ ମିଳିଥିବା ବେଳେ ଦ୍ବିତୀୟରେ ରହିଛି ଅପସନ୍ ସି । ସେହିପରି ରାଜ୍ୟ କ୍ରୀଡା ପାଇଁ ସୃଜନଶୀଳ ଟ୍ୟାଗ ଲାଇନ ବାଛିବାକୁ ଇନଷ୍ଟାଗ୍ରାମରେ ଆହ୍ବାନ କରିଥିଲେ ଫାଇଭ୍ ଟି ସଚିବ। ଏହାପରେ ସୋସିଆଲ୍ ମିଡିଆରେ ଜବରଦସ୍ତ ରେସପନସ ଦେଖିବାକୁ ମିଳିଥିଲା । ୧୦ହଜାରରୁ ଅଧିକ ଟ୍ୟାଗଲାଇନ୍ ଆସିଥିଲା । ଏହାମଧ୍ୟରୁ ୨୦ଜଣଙ୍କୁ ବଛାଯାଇଛି । ସମସ୍ତ ବିଜେତାଙ୍କୁ ଯୋଗାଯୋଗ କରି ସୋଭେନିୟର ଦିଆଯିବ ।

Leave a comment