ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାତୀୟ ଯୁବ ଦିବସ

ବିଶ୍ବବନ୍ଦିତ ସନ୍ନ୍ୟାସୀ ତଥା ଦାର୍ଶନିକ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଏବଂ ଚିନ୍ତାଧାରାକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜାନୁଆରୀ ୧୨ ତାରିଖକୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରାଯାଏ। ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାରେ ଯୁବକମାନଙ୍କ ଭୂମିକାକୁ ନେଇ ସେ ସ୍ୱର ଉତ୍ତୋଳନ କରିଥିଲେ। ସ୍ୱାମୀ ବିବେକାନନ୍ଦଙ୍କ ଚିନ୍ତାଧାରା ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବର୍ତ୍ତନ ଆଣିବାର କ୍ଷମତା ରଖିଛି। ବିଶ୍ୱକୁ ଜୟ କରିବା ପାଇଁ ସ୍ବାମିଜୀଙ୍କ ଅସ୍ତ୍ର ଥିଲା ଶିକ୍ଷା ଏବଂ ଶାନ୍ତି। ବିବେକାନନ୍ଦଙ୍କ ଦର୍ଶନ ଓ ଆଦର୍ଶ ଆଡ଼କୁ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ଭାରତ ସରକାର ୧୯୮୪ରେ ତାଙ୍କ ଜନ୍ମଦିନ(ଜାନୁଆରୀ ୧୨)କୁ ‘ଜାତୀୟ ଯୁବ ଦିବସ’ ଭାବେ ପାଳନ କରିବା ପାଇଁ ବିଧିବଦ୍ଧ ଭାେବ ଘୋଷଣା କରିଥିଲେ। ୧୯୮୫ରୁ ପ୍ରତିବର୍ଷ ଏହି ଦିବସକୁ ଯୁବ ଦିବସ ଭାବେ ପାଳନ କରାଯାଉଛି।

ସନାତନ ଧର୍ମ, ବେଦାନ୍ତ ଶାସ୍ତ୍ର ଓ ଯୋଗ ଦର୍ଶନକୁ ପାଶ୍ଚାତ୍ୟ ଜଗତରେ ସୁପରିଚିତ କରାଇବାରେ ବିେବକାନନ୍ଦଙ୍କ ଭୂମିକା ଥିଲା ଗୁରୁତ୍ବପୂର୍ଣ୍ଣ। ୧୮୬୩ ଜାନୁଆରୀ ୧୨ରେ ସ୍ବାମିଜୀ କଲିକତାର ସିମିଳାପଲ୍ଲୀରେ ଏକ ରୂଢ଼ିବାଦୀ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। ବିେବକାନନ୍ଦଙ୍କ ପିତା ବିଶ୍ବନାଥ ଦତ୍ତ କଲିକତା ହାଇକୋର୍ଟର ଓକିଲ ଥିେଲ। ତାଙ୍କ ମା’ ଭୁବେନଶ୍ବରୀ ଦେବୀ ଆଧ୍ୟାତ୍ମିକତାରେ ରୁଚି ରଖୁଥିେଲ। ପିଲାବେଳେ ସେ ନରେନ୍ଦ୍ର ଦତ୍ତ ନାଁରେ ପରିଚିତ ଥିଲେ। ପିଲାଟି ବେଳୁ ତାଙ୍କର ଦର୍ଶନ, ଧର୍ମ, ସାହିତ୍ୟ ଆଦି ବିଷୟରେ ରୁଚି ଥିଲା। ଗୁରୁ ରାମକୃଷ୍ଣ ପରମହଂସଙ୍କ ସଂସ୍ପର୍ଶରେ ଆସି ସେ ଆଧ୍ୟାତ୍ମିକ ଦିଗରେ ଅନୁପ୍ରାଣିତ ହୋଇଥିଲେ। ୧୮୯୩ ସେପ୍ଟେମ୍ବର ୧୧ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକୋଗୋେର ଅନୁଷ୍ଠିତ ବିଶ୍ବ ଧର୍ମ ମହାସଭାେର ତାଙ୍କର ଓଜସ୍ବୀ ବକ୍ତୃତା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା।

୧୮୯୭ ମସିହାରେ ସ୍ୱାମୀ ବିବେକାନନ୍ଦ ଧର୍ମ ସଂସଦରୁ ଫେରିବା ପରେ ତାଙ୍କ ଗୁରୁ ରାମକୃଷ୍ଣ ପରମହଂସଙ୍କ ନାମରେ ସାମାଜିକ ସେବା ପାଇଁ ରାମକୃଷ୍ଣ ମିଶନ ପ୍ରତିଷ୍ଠା କରିଥିଲେ। ସେ ହେଉଛନ୍ତି ଅଗଣିତ ଯୁବ ସମାଜର ମାର୍ଗଦର୍ଶକ। ଭାରତୀୟ ଯୁବପିଢ଼ିଙ୍କ ପାଇଁ ତାଙ୍କଠାରୁ ବଡ଼ନେନତା ଆଉ କେହି ହୋଇ ନ ପାରନ୍ତି। ଏହି ମନୀଷୀଙ୍କର ୧୯୦୨ ଜୁଲାଇ ୪ ତାରିଖରେ ମାତ୍ର ୩୯ ବର୍ଷ ବୟସରେ କଲିକତାର ବେଲୁର ମଠରେ ଦେହାବସାନ ଘଟିଥିଲା। ଜାତୀୟ ଯୁବ ଦିବସ ଅବସରରେ ବିଦ୍ୟାଳୟ ତଥା ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହୁଏ।

Leave A Reply

Your email address will not be published.