ସୁନ୍ଦରଗଡ଼ ନୂତନ ମେଡିକାଲ କଲେଜରେ ଆରମ୍ଭ ହେବ ପାଠ ପଢା, ୧୦୦ ଏମବିବିଏସ ସିଟ ପାଇଁ ମିଳିଲା ଅନୁମତି

ସୁନ୍ଦରଗଡ଼: ସୁନ୍ଦରଗଡ଼ ନୂତନ ମେଡିକାଲ କଲେଜରେ ଆରମ୍ଭ ହେବ ପାଠ ପଢା । ୨୦୨୨- ୨୩ ଶିକ୍ଷାବର୍ଷରୁ ଏହି ପାଠ ପଢା ଆରମ୍ଭ ହେବ। ଏ ନେଇ ନ୍ଯାସନାଲ ମେଡିକାଲ କମିଶନ ଅନୁମତି ପ୍ରଦାନ କରିଯାଇଛି। ୧୦୦ ଏମବିବିଏସ ସିଟ ପାଇଁ ଅନୁମତି ମିଳିଛି। ସମ୍ବଲପୁର ବିଶ୍ବବିଦ୍ୟାଳୟ ଅଧିନରେ ଏହି ମେଡିକାଲ କଲେଜ ପରିଚାଳିତ ହେବ।
ଖୁସିର କଥା ଯେ, ସୁନ୍ଦରଗଡ଼ସ୍ଥିତ ନୂତନ ସରକାରୀ ମେଡିକାଲ କଲେଜରେ ୨୦୨୨-୨୩ ଶିକ୍ଷାବର୍ଷରୁ ପାଠପଢ଼ା ଲାଗି ନାସନାଲ ମେଡିକାଲ କମିଶନ ଅନୁମତି ପ୍ରଦାନ କରିଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ଏହି ମେଡିକାଲ କଲେଜରେ ୧୦୦ ଏମବିବିଏସ୍ ସିଟ୍ ଲାଗି କମିଶନ ଅନୁମୋଦନ କରିଛନ୍ତି। @CMO_Odisha @IPR_Odisha @HFWOdisha pic.twitter.com/AXnQQdrJWS
— Collector and DM, Sundargarh (@DMSundargarh) August 19, 2022