ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦୁଝର ଜିଲ୍ଲା ପାଇଁ ଖୁସି ଖବର: କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ୧୦୦ ସିଟରେ ନାମଲେଖା ପାଇଁ ମିଳିଲା ଅନୁମତି

କେନ୍ଦୁଝର: କେନ୍ଦୁଝର ଜିଲ୍ଲାର ଜନସାଧାରଣଙ୍କ ପାଇଁ ଖୁସି ଖବର ମିଳିଛି। ବହୁ ଦିନର ଆପେକ୍ଷାର ଅନ୍ତ ଘଟିଛି। କେନ୍ଦୁଝର ଠାରେ ନିର୍ମାଣଧୀନ ସରକାରୀ ମେଡିକାଲ କଲେଜରେ ଚଳିତ ୨୦୨୨-୨୦୨୩ ବର୍ଷରୁ ନାମଲେଖା ନିମନ୍ତେ ନେସନାଲ ମେଡିକାଲ କମିଶନର ମେଡିକାଲ ଆସେଶମେଣ୍ଟ ଆଣ୍ଡ ରେଟିଙ୍ଗ ବୋର୍ଡ(ଏମ ଏ ଆର ବି) ଅଣ୍ଡର ଗ୍ରାଜୁଏଟ ବିଭାଗରୁ ମଙ୍ଗଳବାର ଅନୁମତି ପତ୍ର ଦିଆଯାଇଛି। ନେଶନାଲ ମେଡ଼ିକାଲ କମିଶନ ପତ୍ର ସଂଖ୍ୟା ଏନ ଏମ ସି/ୟୁଜି/୨୦୨୨/୦୦୦୧୩୭/୦୩୨୧୧୭ ତା-୨୩.୮.୨୦୨୨ ଏହି ଅନୁମତି ପ୍ରଦାନ କରାଯାଇଛି।

ଏହି ଅନୁମତି ଅନୁସାରେ, ମହାରାଜା ଶ୍ରୀ ରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ବାରିପଦା ଅଧୀନରେ ରହିବ ବୋଲି ଜଣାପଡିଛି। ଏହି କଥା ଜଣାପଡିବା ପରେ ଜିଲ୍ଲାରେ ଆନନ୍ଦ ଲହରୀ ଖେଳିଯାଇଛି। ସୂଚନା ଯୋଗ୍ୟ ଯେ ବହୁ ପତିକ୍ଷୀତ ସରକାରୀ ମେଡିକାଲ କଲେଜ କାମ ଦ୍ରୁତ ଗତିରେ ଚଳିଥିବାବେଳେ କାମ ଶେଷ ପର୍ଯ୍ଯାୟରେ ପହଞ୍ଚିଛି।

ପ୍ରକାଶ ଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଏକ ଆଦିବାସୀ ବହୁଳ ଜିଲ୍ଲା ହୋଇଥିବାବେଳେ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଏହା ନିର୍ମାଣ ହୋଇଛି।

Leave A Reply

Your email address will not be published.