ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକାରେ ଯୋଡିହେଲା ୩୪ଟି ମେଡିସିନ, ବାଦ୍‌ ପଡିଲା ୨୬ଟି ଔଷଧ

ନୂଆଦିଲ୍ଲୀ : ୨୦୧୫ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ୨୦୨୨ରେ ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକା (ନ୍ୟାସନାଲ୍ ଏସେନସିଆଲ୍ ମେଡିସିନ୍ ଲିଷ୍ଟ) ଜାରି କରାଯାଇଛି। ନୂତନ ତାଲିକାରେ ଥିବା ଔଷଧର ଦର ନିୟନ୍ତ୍ରଣ କରିବା ଲାଗି ସିଲିଂ ଦିଆଯାଇଥିବାରୁ ଏହା ଶସ୍ତା ହେବ ଏବଂ ଲୋକଙ୍କ ପକେଟ ଉପରେ ବୋଝ ପଡ଼ିବ ନାହିଁ ବୋଲି ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ କହିଛନ୍ତି ଯେ, ୭ ବର୍ଷ ପରେ ୨୦୨୨ରେ ନୂତନ ନବୀକୃତ ନ୍ୟାସନାଲ୍ ଏସେନସିଆଲ୍ ମେଡିସିନ୍ ଲିଷ୍ଟ (ଏନଇଏଲଏମ୍) ଜାରି କରାଯାଇଛି। ଏନଇଏଲଏମରେ ଔଷଧକୁ ସାମିଲ କରିବା ଏକ ଲମ୍ବା ପ୍ରକ୍ରିୟା ହୋଇଥାଏ। ଏଥିପାଇଁ ୩୫୦ବିଶେଷଜ୍ଞଙ୍କ ସାହାଯ୍ୟ ଏବଂ ୧୪୦ ଥର ପରାମର୍ଶ ନିଆଯିବା ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ଲୋକଙ୍କ ସୁରକ୍ଷା, ସୁଲଭ ମୂଲ୍ୟ ଏବଂ ଉପଲବ୍ଧତା ଅନୁଯାୟୀ ଔଷଧକୁ ସାମିଲ କରାଯାଇଛି।

ସରକାରଙ୍କ ନିଷ୍ପତ୍ତି ପରେ ପେନ କ୍ଲିୟର, ଆଣ୍ଟି ବାୟୋଟିକ୍ସ ମେଡିସନ ସହ ନିକୋଟିନ ପିପ୍ଲେସମେଣ୍ଟ ଥେରାପି ପ୍ରଡକ୍ଟର ଦାମ ମଧ୍ୟ କମ ହେବାର ଅନୁମାନ କରାଯାଉଛି । ସରକାର କହିଛନ୍ତି କି, ୩୪ଟି ମେଡିସିନକୁ ଏହି ଲିଷ୍ଟରେ ସାମିଲ କରାଯାଇଛି, ସେହିପରି ୨୬ଟି ମେଡିସିନକୁ ଏହି ଲିଷ୍ଟରୁ ହଟାଯାଇଛି । ଏହି ଲିଷ୍ଟରେ ସାମିଲ ମେଡିସିନର ଦାମରେ ପରିବର୍ତ୍ତନ ହୋଇପାରେ । ଅତ୍ୟାବଶ୍ୟକୀୟ ରାଷ୍ଟ୍ରିୟ ମେଡିସିନ ଲିଷ୍ଟରେ ୩୮୪ ମେଡିସିନ ରହିଛି ।

ଅତ୍ୟାବଶ୍ୟକୀୟ ମେଡିସିନର ଲିଷ୍ଟରେ ସାମିଲ ହେବାକୁ ଥିବା ମେଡିସିନ ଓ ଉପକରଣ ଦାମ ନ୍ୟାସନାଲ ଫାର୍ମାସ୍ୟୁଟିକଲ୍ସ ପ୍ରାଇସିଙ୍ଗ ଅଥରିଟି ଦ୍ୱାରା ନିର୍ଦ୍ଦାରିତ ହୋଇଛି । ଏହାପରେ ଲିଷ୍ଟରେ ସାମିଲ ଔଷଧ ଓ ଉପକରଣ ନିର୍ଦ୍ଦାରିତ ଦାମରେ ବଜାରରେ ବିକ୍ରି ହେବ । ଯେଉଁ ମେଡିସିନ ଏହି ଲିଷ୍ଟରେ ସାମିଲ ନାହିଁ ତାହା ଦାମରେ ପ୍ରତିବର୍ଷ ୧୦ ପ୍ରତିଶତ ବୃଦ୍ଧି ହେବାର ଅନୁମତି ଦିଆଯାଇଛି ।

ତେବେ କେନ୍ଦ୍ର ସରକାର ଅତି କମରେ ୨୬ଟି ଔଷଧକୁ ‘ଅତ୍ୟାବଶ୍ୟକ’ ତାଲିକାରୁ ହଟାଇ ଦେଇଥିବା ଜଣାପଡ଼ିଛି। ଏନଇଏଲଏମରେ ୨୭ବର୍ଗର ୩୮୪ ଔଷଧ ଅନ୍ତର୍ଭୁକ୍ତ ହୋଇଛି । ତେବେ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନଥିବା ଔଷଧଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ରାନିଟିଡିନ୍। ଏସିଡିଟି ଏବଂ ପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟା ପାଇଁ ରାନିଟିଡିନ୍ ବ୍ୟବହାର କରାଯାଇଥାଏ। ଏହି ସମାନ ଔଷଧ ବିଭିନ୍ନ ବ୍ରାଣ୍ଡନାମରେ ବିକ୍ରି ହୁଏ ଯେପରିକି ରାଣ୍ଟାକ, ଜିନେଟାକ୍ ଏବଂ ଆକିଲୋକ ଇତ୍ୟାଦି। ଏହି ଔଷଧ ଖାଇବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା ଥିବାରୁ ବର୍ତ୍ତମାନ ଏନଇଏଲଏମରୁ ଏହାକୁ ହଟାଇ ଦିଆଯାଇଛି। ରାନିଟିଡିନ ସହ ସଂଶୋଧିତ ତାଲିକାରୁ ସୁକ୍ରାଲଫେଟ୍, ହ୍ବାଇଟ ପେଟ୍ରୋଲେଟମ୍, ଏଟେନୋଲଲ୍ ଏବଂ ମେଥିଲ୍ଡୋପାକୁ ହଟାଯାଇଛି। ବଜାର ମୂଲ୍ୟ ଏବଂ ଉନ୍ନତ ଔଷଧର ଉପଲବ୍ଧତାକୁ ଆଧାର କରି ଏହି ଔଷଧଗୁଡିକୁ ତାଲିକାରୁ ହଟାଇ ଦିଆଯାଇଛି।

ତେବେ ଏହି ତାଲିକାରେ ଅନ୍ତସ୍ରାବି ଔଷଧ ଏବଂ ଗର୍ଭନିରୋଧକ ଫ୍ଲୁଡ୍ରୋକର୍ଟିସୋନ୍, ଅର୍ମେଲୋକ୍ସିଫେନ୍, ଇନସୁଲିନ୍ ଗ୍ଲରଗାଇନ ଏବଂ ଟେନେନିଗ୍ଲିଟିନକୁ ସାମିଲ କରାଯାଇଛି। ଶ୍ବାାସକ୍ରିୟା ଔଷଧ ମାଣ୍ଟେଲୁକାଷ୍ଟ ଏବଂ ଚକ୍ଷୁ ଔଷଧ ଲେଟାନୋପ୍ରୋଷ୍ଟ ଏହି ତାଲିକାରେ ସାମିଲ ହୋଇଛି।ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ ଟି ଔଷଧକୁ ବାହାର କରିଦିଆଯାଇଛି। ଅତ୍ୟାବଶ୍ୟକୀୟ ତାଲିକାରୁ ହଟିଥିବା ଔଷଧ ଗୁଡ଼ିକ ହେଲା-

  • Alteplase
  • Atenolol
  • Bleaching Powder
  • Capreomycin
  • Cetrimide
  • Chlorpheniramine
  • Diloxanide furoate
  • Dimercaprol
  • Erythromycin
  • Ethinylestradiol
  • Ethinylestradiol(A) Norethisterone (B)
  • Ganciclovir
  • Kanamycin
  • Lamivudine (A) + Nevirapine (B) + Stavudine (C)
  • Leflunomide
  • Methyldopa
  • Nicotinamide
  • Pegylated interferon alfa 2a, Pegylated interferon alfa 2b
  • Pentamidine
  • Prilocaine (A) + Lignocaine (B)
  • Procarbazine
  • Ranitidine
  • Rifabutin
  • Stavudine (A) + Lamivudine (B) 25. Sucralfate
  • White Petrolatum
Leave A Reply

Your email address will not be published.