ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର : ସୁରିୟା ଏବଂ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ

ନୂଆଦିଲ୍ଲୀ : ଘୋଷଣା ହୋଇଛି ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର । କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ୨୦୨୦ରେ ବିଭିନ୍ନ ବିଭାଗରେ ଶ୍ରେଷ୍ଠ ପଦର୍ଶନ କରିଥିବା ଅଭିନେତା, ଚଳଚ୍ଚିତ୍ରର ନାମ ଘୋଷଣା କରାଯାଇଛି। ୬୮ତମ ଜାତୀୟ ଫିଲ୍ମ ପୁରସ୍କାରରେ ଅଜୟ ଦେବଗନ ଏବଂ ସୁରିୟା ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଛନ୍ତି। ଫିଲ୍ମ ତାନାଜୀ ପାଇଁ ଅଜୟ ଦେବଗନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଛି ସେହିପରି ସୁରାଇ ପଟାରୁ’ ଫିଲ୍ମ ପାଇଁ ସୁରିୟା ଶ୍ରେଷ୍ଠ ଅଭିନେତା ଭାବରେ ବିବେଚିତ ହୋଇଛନ୍ତି। । ତାମିଲ ଫିଲ୍ମ ‘ସୁରାଇ ପଟାରୁ’ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି ।

୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ପାଖାପାଖି ୩୦୦ ଫିଚର ଫିଲ୍ମ ଏବଂ ୧୫୦ ଅଣ ଫିଚର ଫିଲ୍ମ ପଠା ଯାଇଥିଲା। ଏଥିରେ ୩୦ ଭିନ୍ନ ଭିନ୍ନ ଭାଷାର ଚଳଚ୍ଚିତ୍ର ସାମିଲ୍ ଥିଲା। ଏଥି ମଧ୍ୟରୁ ତାମିଲ ଫିଲ୍ମ ‘ସୁରାଇ ପଟାରୁ’ ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଛି। ମାଲାୟାଲମର ସଚ୍ଚିଦାନନ୍ଦନ କେ.ଆର୍‌ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେହିପରି ଅପର୍ଣ୍ଣା ବାଲମୂରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଘୋଷଣା ହୋଇଛି। ବିଶାଲ ଭରଦ୍ୱାଜ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ , ବିଜୁ ମେନନ ଶ୍ରେଷ୍ଠ ସହ ଅଭିନେତା, ଲକ୍ଷ୍‌ମୀ ପ୍ରିୟା ଚନ୍ଦ୍ରମୈାଳି ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବରେ ବିବେଚିତ ହୋଇଛନ୍ତି ।ସେହିପରି ହିନ୍ଦୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ତୁଳସୀଦାସ ଜୁନିୟର’ ଚୟନିତ ହୋଇଛି। ଶ୍ରେଷ୍ଠ ସଙ୍ଗୀତକାର ଭାବେ ଫିଲ୍ମ ସାନିଆର ସଙ୍ଗୀତକାର ମନୋଜ ମୁନ୍‌ତାସିରଙ୍କୁ ଚୟନ କରାଯାଇଛି।

ଅନ୍ୟପଟେ ୬୮ତମ ଜାତୀୟ ଫିଲ୍ମ ପୁରସ୍କାର ୨୦୨୦ରେ ଓଡ଼ିଆ ‘କାଲି ପାଇଁ କାଲିର ସିନେମା’କୁ ବେଷ୍ଟ ବୁକ୍ ଅନ୍ ସିନେମା ସମ୍ମାନ ମିଳିଛି । କାଲି ପାଇଁ କାଲିର ସିନେମା ହେଉଛି ସୂର୍ଯ୍ୟ ଦେଓଙ୍କ ଲିଖିତ ଓ ପକ୍ଷୀଘର ପ୍ରକାଶନର ସିନେମା । ଓଡ଼ିଆ ସିନେ ଜଗତର ଜଣାଶୁଣା ସିନେ ସମୀକ୍ଷକ ହେଉଛନ୍ତି ସୂର୍ଯ୍ୟ ଦେଓ ।

Leave A Reply

Your email address will not be published.