ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କୁ ଛୁଇଁଲା ନାସାର ‘ଦ ପାର୍କର ସୋଲାର ପ୍ରୋବ’ ମହାକାଶଯାନ

ଆମେରିକା ମହାକାଶ ଏଜେନ୍ସି ନାସାର ମହାକାଶଯାନ ‘ଦ ପାର୍କର ସୋଲାର ପ୍ରୋବ’ ପ୍ରଥମ ଥର ପାଇଁ ସୂର୍ଯ୍ୟକୁ ଛୁଇଁଛି । ଏ ପର୍ଯ୍ୟନ୍ତ ଅଛୁଆଁ ରହିଥିବା ସୂର୍ଯ୍ୟର ପରିବେଶ(କୋରୋନା) କୁ ଏହି ଯାନ ପରିକ୍ରମା କରିଛି । ଆମେରିକାର ଜିଓଫିଜିକାଲ ୟୁନିଅନର ବୈଠକରେ ଗୁରୁବାର ନାସା ପକ୍ଷରୁ ଏହି ଘୋଷଣା କରାଯାଇଛି। ଏହି ଯାନ ଏପ୍ରିଲ ମାସରେ ସୂର୍ଯ୍ୟ ନିକଟରେ ନିଜର ୮ମ ଯାତ୍ରା ସମୟରେ କୋରୋନା ଦେଇ ଯାଇଥିଲା। କିନ୍ତୁ କୋଟି କୋଟି କିମି ଦୂରରେ ଥିବା ଏହି ଯାନର ସୂଚନା ପହଞ୍ଚିବାରେ ବିଳମ୍ବତ ହୋଇଥିଲା। ଏହି ତଥ୍ୟ ବିଶ୍ଲେଷଣ କରିବାକୁ ବୈଜ୍ଞାନିକମାନେ ଅଧିକ ସମୟ ନେଇଥିଲେ। ଏହି ଅଭିଯାନର ବୈଜ୍ଞ।ନିକ ନୋଉର ରାଓଫି କହିଛନ୍ତି ଯେ ୨୦୧୮ ଅଗଷ୍ଟ ୧୨ରେ ଏହି ଲଞ୍ଚ କରାଯାଇଥିଲା। ଏହା ଲିଭିଙ୍ଗ ୱିଥ୍ ଏ ଷ୍ଟାର କାର୍ଯ୍ୟକ୍ରମ ଅଧୀନରେ ଥିଲା। ପାର୍କର ପ୍ରଥମ ଥର ସୂର୍ଯ୍ୟଙ୍କ ପରିବେଶକୁ ପାର କରିବା ସମୟରେ ଏହା ସୂର୍ଯ୍ୟଙ୍କ ଠାରୁ ଏକ କୋଟି ୩୦ ଲକ୍ଷ କି.ମି ଦୂରରେ ଥିଲା। ଏହି ସମୟରେ ସେ କୋରୋନାକୁ ୩ ଥର ପରିକ୍ରମା କରିଥିଲା। ପାର୍କର ବହୁତ ଦ୍ରୁତ ଗତିରେ ଯାଉଥିଲା । ଏହି ସମୟରେ ଯାନର ଗତି ସେକେଣ୍ଡ ପ୍ରତି ଶହେ କି.ମି ଥିଲା । ଏହି ଐତିହାସିକ ସଫଳତା ପଛରେ ବୈଜ୍ଞାନିକ ଏବଂ ଇଞ୍ଜିନିୟର୍ସଙ୍କ ବଡ଼ ଟିମ ଥିଲା । ଏହି ଟିମ ଏକ ଗୁରୁତ୍ବପୂର୍ଣ୍ଣ ଉପକରଣ ‘ସୋଲାର ପ୍ରୋବ କପ’ ନିର୍ମାଣ ଏବଂ ପର୍ଯ୍ୟବେକ୍ଷଣରେ ଲାଗିଥିଲେ। ଏହି କପ୍ ସୂର୍ଯ୍ୟଙ୍କ ପରିବେଶର କଣିକାକୁ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଏଥିରୁ ଯାନ କୋରୋନା ନିକଟରେ ପହଞ୍ଚିଥିଲା ବୋଲି ବୈଜ୍ଞାନିକମାନେ ଜାଣିଥିଲେ ।

Leave A Reply

Your email address will not be published.