ପୃଥିବୀକୁ ବାହ୍ୟ ଆକ୍ରମଣରୁ ରକ୍ଷା ପାଇଁ ନାସାର ‘ଡାର୍ଟ’ ମିଶନର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ମହାକାଶରେ ଗତିଜ ଶକ୍ତିର ପରୀକ୍ଷଣ ପାଇଁ ନାସା ପକ୍ଷରୁ  ‘ ଡବଲ ଆଷ୍ଟରଏଡ୍‌ ରି ଡାଇରେକ୍ସନ ଟେଷ୍ଟ(ଡାର୍ଟ)’ ପରୀକ୍ଷଣ ଭାରତୀୟ ସମୟ ମଙ୍ଗଳବାର ଭୋର ୪.୪୪ ମିନିଟରେ ହୋଇଯାଇଛି। ଏହି ସମୟରେ ମହାକାଶରେ ‘କାଇନେଟିକ୍‌ ଇମ୍ପାକ୍ଟର’ ପ୍ରକ୍ରିୟାରେ ଏକ ଗ୍ରହାଣୁପୁଞ୍ଜ ସହିତ ଏକ ହାଇସ୍ପିଡ୍‌ ମୋଟରକୁ ମାଡ କରାଯାଇଛି। ସଫଳତାର ସହ ଗ୍ରହାଣୁ ଡିମୋରଫସ୍‌କୁ ଧକ୍କା ଦେଇଛି ନାସାର ସ୍ପେସକ୍ରାଫ୍ଟ୍ ।  ପୃଥିବୀଠାରୁ ୧୧ ନିୟୁତ କିଲୋମିଟର ଦୂରରେ ଥିବା ଏକ ଗ୍ରହାଣୁ ଡିମୋରଫସ୍‌କୁ ଧକ୍କା ଦେଇଥିଲା ନାସାର ମହାକାଶଯାନ । ଧକ୍କା ହେବା ପରେ ଡିମୋରଫସ ତାର ଗତି ପରିବର୍ତ୍ତନ କରିଛି । ତେବେ ଏହି ଗ୍ରହାଣୁ କେଉଁଆଡେ ଗତି ପରିବର୍ତ୍ତନ କରିଛି, ଏହାର ତଥ୍ୟ ସଂଗ୍ରହ କରାଯାଉଛି ।

ନାସାର ସ୍ପେସକ୍ରାଫ୍ଟ ଡାର୍ଟ ଘଣ୍ଟା ପ୍ରତି ୨୨ ହଜାର ୫୩୦ କିଲୋମିଟର ବେଗରେ ଗତିକରି ଗ୍ରହାଣୁ ଡିମୋରୋଫସକୁ ଧକ୍କା ଦେଇଥିଲା । ଧକ୍କା ଦେବା ଠିକ୍ ପୂର୍ବରୁ ଡାର୍ଟ ମିଶନର ଏହି ସ୍ପେସକ୍ରାଫ୍ଟ ଡାଇମୋରୋଫସ ଏବଂ ଡିଡିମୋସର ପରିବେଶ, ସେଠାକାର ମାଟି ଓ ପ୍ରସ୍ତର ବିଷୟରେ ତଥ୍ୟ ସଂଗ୍ରହ କରିଥିଲା । ଏହି ମିଶନରେ କାଇନେଟିକ୍ ଇମ୍ପାର ଟେକନିକ୍‌ର ବ୍ୟବହାର କରାଯାଇଥିଲା ।

ଡାର୍ଟ ମିଶନ ଲକ୍ଷ୍ୟ ହେଉଛି ଯେ, ଯଦି ପୃଥିବୀ ଉପରେ ବାହାରୁ ଆକ୍ରମଣ ହୁଏ କେମିତି ତାର ମୁକାବିଲା କରାଯାଇପାରିବ ।  ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ତରଫରୁ ଏହାର ଏକ ପରୀକ୍ଷାମୂଳକ ଉଦ୍ୟମ କରାଯାଇଛି। ଏହାକୁ କୁହାଯାଉଛି ଆନ୍ତଃଗ୍ରହ ପ୍ରତିରକ୍ଷା ବ୍ୟବସ୍ଥା । ପୃଥିବୀଠାରୁ ୧୧ ନିୟୁତ କିଲୋମିଟର ଦୂରରେ ଥିବା ଏକ ଗ୍ରହାଣୁ ଡିମୋରଫସ୍ ନିକଟରେ ପହଞ୍ଚିଛି । ନାସାର ମହାକାଶଯାନ ଡାର୍ଟ ଡିମୋରଫସ୍ର ଆକାର ଏକ ବଡ଼ ଫୁଟବଲ ପଡ଼ିଆ ପରି। ଯଦି ଏହା ସଫଳ ହୁଏ ତେବେ, ପୃଥିବୀ ଆଡ଼କୁ ମାଡ଼ି ଆସୁଥିବା ଗ୍ରହାଣୁକୁ କିପରି ମହାକାଶରେ ଧ୍ୱଂସ କରାଯାଇ ପାରିବ ବା ତାର ଗତି ଓ ଦିଗ ବଦଳା ଯାଇ ପାରିବ, ସେ ନେଇ ଏକ ବଡ଼ ସଫଳତା ମିଳିବ ।

Leave a comment