ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୨ ବିଶ୍ବ ନେତାଙ୍କୁ ପଛରେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଲେ ବିଶ୍ବର ସବୁଠାରୁ ଲୋକପ୍ରିୟ ନେତା

ନୂଆଦିଲ୍‌ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହୋଇଛନ୍ତି। ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ  ମର୍ଣ୍ଣିଂ କନ୍‌ସଲ୍ଟ ସର୍ଭେ ମୁତାବକ ବିଶ୍ବ ନେତାଙ୍କ ଗ୍ଲୋବାଲ ରେଟିଂରେ ଶୀର୍ଷ ସ୍ଥାନରେ ରହିଛନ୍ତି ନରେନ୍ଦ୍ର ମୋଦୀ । ମୋଦୀଙ୍କୁ ଏହି ସର୍ଭେ ୭୫ ପ୍ରତିଶତ ରେଟିଂ ମିଳିଛି । ତାଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡର । ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ୍‌ ଲୋପେଜ୍‌ ଓବ୍ରାଡରଙ୍କୁ ୬୩ ପ୍ରତିଶତ ରେଟିଂ ମିଳିଥିବା ବେଳେ ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘୀଙ୍କୁ ୫୪ ପ୍ରତିଶତ ରେଟିଂ ମିଲିଛି । ମର୍ଣ୍ଣିଂ କନ୍‌ସଲ୍ଟର ସର୍ଭେରେ ମୋଟ ୨୨ ଜଣ ବିଶ୍ବନେତା ସାମିଲ ଥିଲେ । ସେମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୪୧ ପ୍ରତିଶତ ରେଟିଂ ସହ ପଞ୍ଚମ ସ୍ଥାନରେ ରହିଛନ୍ତି ।

ମର୍ଣ୍ଣିଂ କନ୍‌ସଲ୍ଟ ସର୍ଭେ ମୁତାବକ ୨୦୧୪ ଲୋକସଭା ନିର୍ବାଚନ ପରେ ଲଗାତାର ନରେନ୍ଦ୍ର ମୋଦୀଙ୍କ ଚମକ ସମଗ୍ର ବିଶ୍ବରେ ଦେଖିବାକୁ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସମଗ୍ର ବିଶ୍ୱରେ ବଜାୟ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭୫% ଅନୁମୋଦନ ରେଟିଂ ସହ ପୁନଶ୍ଚ ବିଶ୍ୱ ରେଟିଂର ଶୀର୍ଷରେ ଅଛନ୍ତି। ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଯଥାକ୍ରମେ ୬୩% ଏବଂ ୫୪% ରେଟିଂ ସହ ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡର ଓ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି ରହିଛନ୍ତି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୪୧ ପ୍ରତିଶତ ରେଟିଂ ସହ ୨୨ଟି ବିଶ୍ୱ ନେତାଙ୍କ ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି। ବାଇଡେନଙ୍କ ପରେ କାନାଡାର ରାଷ୍ଟ୍ରପତି ଜଷ୍ଟିନ ଟ୍ରୁଡୋ (୩୯ ପ୍ରତିଶତ) ଓ ଜାପାନ ପ୍ରଧାନମନ୍ତ୍ରୀ କିଶିଦା (୩୮ ପ୍ରତିଶତ) ରହିଛନ୍ତି ।ମର୍ଣ୍ଣିଂ କନସଲ୍ଟର ପଲିଟିକାଲ୍ ଇଣ୍ଟେଲିଜେନ୍ସ ବର୍ତ୍ତମାନ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବ୍ରାଜିଲ, ଜର୍ମାନୀ, ଭାରତ, ମେକ୍ସିକୋ, ନେଦରଲ୍ୟାଣ୍ଡ, ଦକ୍ଷିଣ କୋରିଆ, ସ୍ପେନ୍, ସ୍ୱିଡେନ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ନେତାଙ୍କ ଅନୁମୋଦନ ରେଟିଂ ଓ ଦେଶର ଟ୍ରାଜେକ୍ଟୋରୀଉପରେ ନଜର ରଖିଛି। ଏହାପୂର୍ବରୁ ଜାନୁଆରୀ ୨୦୨୨ ଓ ନଭେମ୍ବର ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତାଙ୍କ ତାଲିକାରେ ମଧ୍ୟ ଶୀର୍ଷରେ ରହିଥିଲେ।

ଏହି ପ୍ଲାଟଫର୍ମ ରାଜନୈତିକ ନିର୍ବାଚନ, ନିର୍ବାଚିତ ଅଧିକାରୀ ଏବଂ ଭୋଟ୍ ପ୍ରସଙ୍ଗରେ ରିଅଲ୍ ଟାଇମ୍ ମତଦାନ ତଥ୍ୟ ପ୍ରଦାନ କରିଥାଏ। ମର୍ଣ୍ଣିଂ କନସଲ୍ଟ ଦୈନିକ ୨୦,୦୦୦ରୁ ଅଧିକ ବିଶ୍ୱସ୍ତରୀୟ ସାକ୍ଷାତକାରର ଆୟୋଜନ କରେ। ଯୁକ୍ତରାଷ୍ଟ୍ରର ହାରାହାରି ନମୁନା ଆକାର ପ୍ରାୟ ୪୫,୦୦୦ ଥାଏ। ଅନ୍ୟ ଦେଶରେ ନମୁନା ଆକାର ପ୍ରାୟ ୫୦୦ ରୁ ୫୦୦୦ ରହିଥାଏ। ସଂଗଠନ ଦ୍ବାରା କରାଯାଉଥିବା ସମସ୍ତ ସାକ୍ଷାତକାର ଅନଲାଇନରେ ହୋଇଥାଏ। ଭାରତର ଏହି ସର୍ଭେ ପାଇଁ ସାଧାରଣତଃ ସାକ୍ଷରଙ୍କ ନମୁନା ନିଆଯାଇଥାଏ। ପ୍ରତ୍ୟେକ ଦେଶରେ ବୟସ, ଲିଙ୍ଗ, ଅଞ୍ଚଳ ଏବଂ କେତେକ ଦେଶରେ ସରକାରୀ ଉତ୍ସ ଉପରେ ଆଧାର କରି ଏହି ସର୍ଭେକୁ ଗୁରୁତ୍ବ ଦିଆଯାଏ। ଯୁକ୍ତରାଷ୍ଟ୍ରରେ ସର୍ଭେ ମଧ୍ୟ ଜାତି ଓ ଜାତିୟତା ଆଧାରରେ ସର୍ଭେ କରାଯାଏ।

Leave A Reply

Your email address will not be published.